ବଅଁରପାଳ, ୩୦ା୯ (ଡି.ଏନ.ଏ.): ଶେଷ ସୋପାନରେ ପହଞ୍ଚିଲାଣି ଶାରଦୀୟ ପୂଜା ଆୟୋଜନ। ମଣ୍ଡପ ସାଜସଜ୍ଜା ସମ୍ପୂର୍ଣ୍ଣ ହେବାକୁ ଆଉ ଅଧିକ କାର୍ଯ୍ୟ ନାହିଁ। ଝଲମଲ କଲାଣି ରଙ୍ଗବେରଙ୍ଗର ଆଲୋକମାଳା। ଜାଗା ମାଡ଼ି ପସରା ମେଲାଇଲେଣି ମିନାବଜାର, ଖାଦ୍ୟ ଷ୍ଟଲ। ଗହଳିଚଳହଳି ମଧ୍ୟ ଆରମ୍ଭ ହେଲାଣି ଅନୁଗୋଳ ଜିଲା ନାଲ୍‌କୋନଗରରେ। ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଧୁମ୍‌ଧାମରେ ପ୍ରସ୍ତୁତି ଚାଲିଥିବା ବେଳେ ଏଥର ପୂଜାରେ ଚମକ ଭରିବ ମୂର୍ତ୍ତି ଓ ମେଢ଼ରେ ହେଉଥିବା ଚୁମୁକି କାରୁକାର୍ଯ୍ୟ।
ଚଳିତବର୍ଷ ୩୭ବର୍ଷରେ ପଦାର୍ପଣ କରିବାକୁ ଯାଉଛି ନାଲ୍‌କୋନଗର ସାର୍ବଜନୀନ ଦୁର୍ଗାପୂଜା। ବିଶେଷକରି ମହାମାରୀ କରୋନା ଯୋଗୁ ଗତ ୨ ବର୍ଷ ହେଲା ବଡ଼ ଆୟୋଜନ ହୋଇ ନ ଥିବାରୁ ଏଥର ପୂଜାକୁ ନେଇ କର୍ମକର୍ତ୍ତା, କାରିଗର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭରପୂର ଉତ୍ସାହ ରହିଛି। ଏହାକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଏଥର ବଜେଟ୍‌କୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆକର୍ଷଣୀୟ ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଲୋକଙ୍କ ମନୋରଞ୍ଜନ ପାଇଁ ମେଲୋଡି, ଅପେରା ପରିବେଷଣର ବ୍ୟବସ୍ଥା ହୋଇଛି। ଦଶହରାରେ ଶ୍ରଦ୍ଧାଳୁଙ୍କୁ ଚାରୁଅନ୍ନ ପ୍ରଦାନ ସହ ୫ ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦ ରନ୍ଧା ଯିବାକୁ ଯୋଜନା କରାଯାଇଛି। ରାବଣ ପୋଡ଼ି ଓ ଆତସବାଜି କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିବାରୁ ଏହାକୁ ଦେଖିବାକୁ ପ୍ରବଳ ଜନ ସମାଗମ ହେବ। ସେହିପରି ଅନ୍ୟତମ ଆକର୍ଷଣ ଭସାଣି ପର୍ବକୁ ଅତି ଆଡ଼ମ୍ବରରେ କରାଯିବ। ବିଭିନ୍ନ ବାଦ୍ୟ, ଲୋକନୃତ୍ୟ ଦଳକୁ ଏଥିରେ ସାମିଲ କରାଯାଇ ମା’ଙ୍କ ମେଢ଼କୁ ଶୋଭାଯାତ୍ରାରେ ନିଆଯିବ। ତେଣୁ ଏହାକୁ କିପରି ଠିକ୍‌ ଭାବେ ପରିଚାଳନା କରାଯାଇପାରିବ ସେଥିପାଇଁ କମିଟି କର୍ମକର୍ତ୍ତାମାନେ ପ୍ରସ୍ତୁତି ଚଳାଇଛନ୍ତି।

ଆକର୍ଷିତ କରିବ ମେଢ
୨ ବର୍ଷ ପରେ ଧୁମ୍‌ଧାମରେ ପୂଜା ପାଳନ କରାଯିବାକୁ ଥିବାରୁ ନାଲ୍‌କୋବାସୀ ଓ ପୂଜା କମିଟି କର୍ମକର୍ତ୍ତା ବେଶ୍‌ ଆନନ୍ଦିତ। ଚଳିତବର୍ଷ ବହୁ ଆଡ଼ମ୍ବରରେ ଏହି ଶାରଦୀୟ ପର୍ବ ପାଳନ କରାଯିବ। ବଙ୍ଗୀୟ କାରିଗରଙ୍କ ଦ୍ୱାରା ସମସ୍ତ ସାଜସଜ୍ଜା କରାଯାଉଛି। ଶ୍ରଦ୍ଧାଳୁମାନଙ୍କୁ ମେଢ଼ ନିଶ୍ଚତ ଆକର୍ଷିତ କରିବ।
-ବି.ଆର୍‌. ପଟ୍ଟନାୟକ, ପୂଜା କମିଟି ସଭାପତି
୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ
ଚଳିତବର୍ଷ ପୂଜାରେ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଅଷ୍ଟମୀ ଦିନ ୭ଶହ ଶ୍ରଦ୍ଧାଳୁ ବ୍ରତ ପାଳନ କରିବେ। ଦଶହରା ଦିନ ୫ ହଜାର ଲୋକଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିସହ ସମସ୍ତଙ୍କୁ ଚାରୁ ଭୋଗ ମଧ୍ୟ ପ୍ରଦାନ କରାଯିବ।
-ମନୋଜ ସ୍ବାଇଁ, ପୂଜା କମିଟି ସମ୍ପାଦକ
ଧୁମ୍‌ଧାମରେ ହେବ ରାବଣ ପୋଡି
ଦଶହରା ଦିନ ରାବଣ ପୋଡି ଆୟୋଜିତ ହେବ। ଆତସବାଜୀ ସହ ରାବଣ ପୋଡି ଦେଖିବାକୁ ହଜାର ହଜାର ଲୋକ ଆସିବେ। ୩ ଦିନ ଧରି ଅପେରା ମଧ୍ୟ ପରିବେଷଣ କରାଯିବ। ଭସାଣିକୁ ଜାକଜମକରେ ପାଳନ କରାଯିବ।
-ବିରଞ୍ଚି ସାମଲ, ପୂଜା କମିଟି କାର୍ଯ୍ୟକାରୀ ସଭାପତି
ମେଢ଼ରେ ଚୁମୁକି କାରୁକାର୍ଯ୍ୟ
ଦୀର୍ଘ ୩୫ ବର୍ଷ ହେଲା ନାଲ୍‌କୋନଗର ମଣ୍ଡପରେ ଦେବୀଙ୍କ ମେଢ ନିର୍ମାଣ କରୁଛି। ଚଳିତ ବର୍ଷ ୮୫ ହଜାର ଟଙ୍କାରେ ମୂର୍ତ୍ତି ସହ ମେଢ଼ କାର୍ଯ୍ୟ କରାଯାଉଛି। ସୁନେଲି ରଙ୍ଗର ମେଢ଼ରେ ଚୁମୁକି କାରୁକାର୍ଯ୍ୟ କରାଯାଉଛି। ଆଲୋକ ପଡ଼ିବା ମାତ୍ରେ ମେଢ଼ ଝଲସି ଉଠିବ।
-ବହ୍ଲେଇ ମହାଳିକ, ବଙ୍ଗୀୟ କାରିଗର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri