ଶିଳ୍ପୀ ଚନ୍ଦନ

କଳା କାରିଗରି ପ୍ରତି ଆକର୍ଷଣ ଥିଲା
ପିଲା ଦିନରୁ।
ଆଉ ଏ କ୍ଷେତ୍ରରେ ପିତା ଥିଲେ ତାଙ୍କର
ଆଦ୍ୟ ଗୁରୁ।
ପରେ ମଣିଷର
ମାନସିକତା ଓ ବିଭିନ୍ନ
ଦୃଷ୍ଟିଭଙ୍ଗୀ ହିଁ
ତାଙ୍କ ଚିତ୍ର ଓ
ମୂର୍ତ୍ତିକଳାର ବିଷୟ ବସ୍ତୁ ପାଲଟିଲା।
ଯାହା ତାଙ୍କୁ ଦେଲା ଏକ ଭିନ୍ନ
ପରିଚୟ। ସେ ହେଲେ ଶିଳ୍ପୀ
ଚନ୍ଦନ କୁମାର ସାମଲ..

ତାଙ୍କ ପିତା ଥିଲେ ଜଣେ ପ୍ରାଇମେରି ଶିକ୍ଷକ। ସେ ପିଲାଙ୍କୁ ବିଭିନ୍ନ ଚିତ୍ର ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଥିଲେ। ଯେଉଁଥିପାଇଁ ତାଙ୍କ ଦୁଇପୁଅ ଏବେ ପ୍ରତିଷ୍ଠିତ ଶିଳ୍ପୀ। ତନ୍ମଧ୍ୟରୁ ସାନ ପୁଅ ଚନ୍ଦନ କୁମାର ସାମଲ ବିଭିନ୍ନ ଭାସ୍କର୍ଯ୍ୟକଳା ପାଇଁ ଓଡ଼ିଶା ଲଳିତକଳା ଓ କେନ୍ଦ୍ର ଲଳିତକଳା ଏକାଡ଼େମୀ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ । ସେ କୁହନ୍ତି, ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ହାଟସରିସା ଗାଁରେ ୧୮ଜାନୁୟାରୀ ୧୯୭୭ ମସିହାରେ ମୋର ଜନ୍ମ । ମୋ ବାପା ତରଣୀକାନ୍ତ ସାମଲ ଥିଲେ ଜଣେ ଶିକ୍ଷକ। ସେ ଭଲ ଚିତ୍ର କରୁଥିଲେ । ମା’ ହରିପ୍ରିୟା ସାମଲ ଗୃହିଣୀ। ଆମ ଘର ଏକ କଳାସଂସ୍କୃତି ସମ୍ପନ୍ନ ପରିବାର। ବାପାଙ୍କ ପ୍ରଭାବରେ ମୋର ବଡ଼ଭାଇ ପଞ୍ଚାନନ ଜଣେ ଭଲ ଆର୍ଟିଷ୍ଟ ହୋଇପାରିଛନ୍ତି । ବାପା ଏବଂ ଭାଇଙ୍କ ଠାରୁ ବିଭିନ୍ନ ଚିତ୍ରକଳା ଓ ମୂର୍ତ୍ତିଗଢ଼ିବା ତାଲିମ ପାଇଥିଲି। ପରେ ୧୯୯୪ରେ ବି.କେ. ଆର୍ଟ କଲେଜ ଗଲି ପଢିବା ପାଇଁ। ୧୯୯୮ରେ ଏହି କଲେଜରେ ବ୍ୟାଚଲର ଅଫ୍‌ ଫାଇନ ଆର୍ଟ ଇନ୍‌ ସ୍କଲ୍‌ପଚର ସାରିିଲି। ୨୦୦୦ ମସିହାରେ ଛତିଶଗଡ଼ର ଖଇରାଗଡ଼ସ୍ଥିତ ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଅଫ୍‌ ଫାଇନ୍‌ ଆର୍ଟରେ ମୂର୍ତ୍ତିକଳାରେ ଶିକ୍ଷାଲାଭ କଲି। ସମୟକ୍ରମେ ରାଜ୍ୟ ଓ ବାହାର ରାଜ୍ୟରେ ହେଉଥିବା ବିଭିନ୍ନ କଳା କାରିଗରି ଶିବିରରେ ଯୋଗଦେବା ସହିତ ମୋ ଦ୍ୱାରା ତିଆରି କରାଯାଇଥିବା ନାନାପ୍ରକାର ଭାସ୍କର୍ଯ୍ୟ କଳାକୃତିକୁ ପ୍ରଦର୍ଶନ କରାଇଲି। ବିଶେଷକରି ହ୍ୟୁମ୍ୟାନ ଥିଙ୍କିଙ୍ଗକୁ ମୁଁ ମୂର୍ତ୍ତିକଳାରେ ରୂପ ଦେଲି। ଯେମିତିକି ବସ୍ତାରେ ଧାନ ଗଜା ହେଉଥିବାର ଦେଖି ମୋ ମନରେ ଭିନ୍ନ ଭାବ ସୃଷ୍ଟି ହେଇଥିଲା। ମୋର ମନେହେଉଥିଲା ମଣିଷର ଚିନ୍ତାଧାରା ସତେଯେମିତି ବସ୍ତା ଭିତରେ ଧାନ ଗଜା ପରି। ଯାହାକୁ ମୁଁ କଳାକୃତିର ରୂପଦେଇଥିଲି। ଏହା ମୋତେ ନୂଆ ପରିଚୟ ଦେଇଥିଲା। ଦୀର୍ଘ ୩୦ବର୍ଷ ମଧ୍ୟରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଭାସ୍କଯର୍‌ୟକଳା ତିଆରି କରିସାରିଛିି। ବିଷେଶକରି ପଥର, ଫାଇବର ଏବଂ ବ୍ରୋଞ୍ଚରେ ବିଭିନ୍ନ ମୂର୍ତ୍ତିି ଗଢ଼ିଥାଏ। ରାଜସ୍ଥାନର ବିର୍ଲା ମ୍ୟୁଜିୟମରେ ମଡ଼ର୍ନ ଆର୍ଟ କରିଛି। ସମାଜର ବିଭିନ୍ନ ଘଟଣାକୁ ନେଇ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୂର୍ତ୍ତି ତିଆରି କରିଥାଏ। ଗାନ୍ଧିଜୀ, ନେତାଜୀ, ସ୍ବାମୀ ବିବେକାନନ୍ଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସେହିପରି ବିର୍ଲାର ପ୍ରତିଷ୍ଠାତାଙ୍କ ଅବୟବ ମୂର୍ତ୍ତି ଗଢ଼ିବା ସହିତ ବିଦେଶର ଜଣାଶୁଣା ବ୍ୟକ୍ତିଙ୍କ ମୂର୍ତ୍ତିକୁ ତିଆରି କରିଛି। ପ୍ରାୟ ୧୫୦ଟି ମୂର୍ତ୍ତି ସ୍ଥାପନା ହୋଇସାରିଛି। ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ କଲଚରାର ଦ୍ୱାରା ଜାତୀୟ ସ୍କଲାରଶିପ, ସାଉଥ ସେଣ୍ଟର ଜୋନ କଲଚରାର ନାଗପୁର ଏବଂ ହାଇଦ୍ରାବାଦରେ ଆର୍ଟ ସୋସାଇଟି ତରଫରୁ ୩ଥର ଗୋଲ୍‌ଡ଼ ମେଡ଼ାଲ ମିଳିଛି। ୨୦୦୭ରେ ଓଡ଼ିଶା ଲଳିତକଳା ଏକାଡ଼େମୀ, ଗୁରୁ ବୋମକେଶ ମହାନ୍ତି ମେମୋରିଆଲ ପୁରସ୍କାର, ରାଜସ୍ଥାନର ଉଦୟପୁରରୁ ଜାତୀୟ ସ୍ତରୀୟ ସ୍ଥପତି ସମ୍ମାନ, ଏଆଇଏଫଏସିଏସରୁ ପୁରସ୍କୃତ ହେବାସହ ହାଇଦ୍ରାବାଦରୁ ସ୍ବର୍ଣ୍ଣପଦକ, ୬୦ତମ ଜାତୀୟ ଆର୍ଟ ଶିବିରରେ କେନ୍ଦ୍ର ଲଳିତକଳା ଏକାଡ଼େମୀରୁ ମୟୂରଭଞ୍ଜ ପୁରସ୍କାର, କଳାମିତ୍ର, ରାଜା ରବିବର୍ମା ଅନ୍ତର୍ଜାତୀୟ ଡାଇମଣ୍ଡ, ଶିଳ୍ପୀ ପ୍ରଭୁଚରଣ ସ୍ମୃତି ସମ୍ମାନ ଆଦି ପୁରସ୍କାର ମିଳିଛି। ଏହାବାଦ ରାଜ୍ୟ ସହ ଦେଶ ବିଦେଶରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଭାସ୍କର୍ଯ୍ୟକଳା କର୍ମଶାଳାରେ ଭାଗ ନେଇସାରିଛି। କାଠ, ବ୍ରୋଞ୍ଚ, ରୁପା, କଂସା, ପଥର, ଡୋକରା ଆଦିରେ ତାଲିମ ଦେଇଛି। ବାହାର ଦେଶରେ ଶିଳ୍ପୀ ଛୋଟଛୋଟ ଯାହା କାମକରେ ତାହା ସେଠାରେ ଖୁବ୍‌ ପ୍ରଚାର ପ୍ରସାର ହୋଇଥାଏ ଏବଂ ସେଠାର ଲୋକମାନେ ଶିଳ୍ପୀଙ୍କ ବିଭିନ୍ନ କଳାକୃତିକୁ ଘରେ ସାଇତି ରଖିଥାଆନ୍ତି। ମାତ୍ର ଆମ ଦେଶରେ ଭଲ ଶିଳ୍ପୀ ଅଛନ୍ତି କିନ୍ତୁ ସେମାନଙ୍କ କଳାର ପ୍ରତିଭାକୁ ସଠିକ ଭାବରେ ପ୍ରଚାର ପ୍ରସାର କରାଯାଇପାରୁନାହିଁ। ସେଥିପାଇଁ ଏହି କ୍ଷେତ୍ରରେ ବିକାଶ ହୋଇପାରିଛି। ଏବେ ଅଧ୍ୟାପକ ଭାବେ ଧଉଳି ଚାରୁକଳା ମହାବିଦ୍ୟାଳୟର ଭାସ୍କର୍ଯ୍ୟ କଳା ବିଭାଗରେ କାର୍ଯ୍ୟ କରୁଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri