ଏହି ଦିନ ରିଲିଜ ହେବ ଶିଳ୍ପାଙ୍କ ଫିଲ୍ମ ‘ନିକମ୍ମା’

ମୁମ୍ବାଇ,୩୧ା୩: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବହୁତ ଦିନ ପରେ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ। ତାଙ୍କର ଆଗାମୀ ଫିଲ୍ମ ‘ନିକମ୍ମା’ ଚଳିତବର୍ଷ ରିଲିଜ ହେବ। ଏନେଇ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ତେବେ ଫିଲ୍ମଟି ଜୁନ୍‌ ୧୭ରେ ମୁକ୍ତିଲାଭ କରିବ। ଫିଲ୍ମରେ ଶିଳ୍ପାଙ୍କ ସହ ଅଭିମନ୍ୟୁ ଦାସାନି ଏବଂ ଶିର୍ଲି ସେଟିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସବୀର ଖାନ୍‌।

ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ସୋସିଆଲ ମିଡିଆ ଜରିଆରେ ‘ନିକମ୍ମା’ର ରିଲିଜ ତାରିଖ ବିଷୟରେ ସୂଚନା ଦେଇଛନ୍ତି। ଏକ ପୋଷ୍ଟ ଶେୟାର କରି ଶିଳ୍ପାଙ୍କ ଫିଲ୍ମ ଆକ୍ସନ, ରୋମାନ୍ସ ଏବଂ କମେଡିରେ ପରିପୂର୍ଣ୍ଣ ହୋଇ ସିଲ୍‌ଭର ସ୍କ୍ରିନ୍‌ରେ ଏକ ସମ୍ପୂର୍ଣ୍ଣ ପ୍ୟାକେଜ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହୋଇଛି ବୋଲି ଲେଖିଛନ୍ତି। ସୋନି ପିକ୍ଚର୍ସ ଫିଲ୍ମ ଇଣ୍ଡିଆ ଏବଂ ସବୀର ଖାନ ଫିଲ୍ମ ଦ୍ୱାରା ‘ନିକମ୍ମା’ ନିର୍ମିତ।

ଦୀର୍ଘଦିନ ପରେ ଶିଳ୍ପାଙ୍କୁ ସିଲ୍‌ଭର ସ୍କ୍ରିନ୍‌ରେ ଦେଖିବାକୁ ମିଳିବ। ଶିଳ୍ପା ମଧ୍ୟ ଫିଲ୍ମକୁ ନେଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ କହିଥିଲେ, ମୁଁ ଖୁସି ଯେ, ମୋ ଫିଲ୍ମ ‘ନିକମ୍ମା’ର ରିଲିଜ ତାରିଖ ସ୍ଥିର ହୋଇଛି। ମୁଁ ଭିନ୍ନ ଏକ ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଜଣେ ଅଭିନେତ୍ରୀ ଭାବରେ ୧୫ ବର୍ଷର ବିରତି ପରେ ପ୍ରେକ୍ଷାଳୟକୁ ଫେରିବା ବହୁତ ଭଲ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥାଇବି ପ୍ରଥମ ସ୍ତ୍ରୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବଲିଉଡ୍‌ ଗାୟକ ହିମେଶ ରେଶ୍‌ମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ତାଙ୍କ ଗୀତ ପ୍ରାୟ ହିଟ୍‌ ହୋଇଥାଏ। ତେବେ ସେ କେବେ ଗାୟକ ହେବାକୁ ଚାହୁଁ...

ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ...

ଏକଦା ମହେଶ ଭଟ୍ଟଙ୍କ ଘରକୁ ପଶି ରାଗରେ ନିଆଁବାଣ ହୋଇଯାଇଥିଲେ ଅନୁପମ ଖେର; ଧୋକାବାଜ କହି…

ବମ୍ବେ: ବଲିଉଡ୍‌କୁ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ହେଲେ ସର୍ବଦା ସିନେମାଠାରୁ ଅଧିକ ତାଙ୍କ ବିବାଦକୁ ନେଇ ଚର୍ଚ୍ଚା...

୬୩ତମ ଗ୍ରାମୀ ପୁରସ୍କାର ଘୋଷଣା: ଇତିହାସ ରଚିଲେ ବିୟୋନ୍ସେ

ଲସ ଆଞ୍ଜେଲସ,୧୫।୩: ୬୩ତମ ଗ୍ରାମୀ ପୁରସ୍କାର ଘୋଷଣା ହୋଇଛି। ଏଥର ଆମେରିକାର ସିଙ୍ଗର ତଥା ଅଭିନେତ୍ରୀ ବିୟୋନ୍ସେ ଇତିହାସ ସୃଷ୍ଟି କରିଛନ୍ତି। ସେ ସର୍ବାଧିକ ୨୮ଥର...

ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ସୁଗନ୍ଧା-ସଙ୍କେତ

ବମ୍ବେ: ହାତକୁ ଦୁଇ ହାତ ହେବେ ଲୋକପ୍ରିୟ କମେଡିଆନ୍‌ ସୁଗନ୍ଧା ମିଶ୍ରା। ପେସାରେ ଡାକ୍ତର ତଥା କମେଡିଆନ୍‌ ଭାବେ ଜଣାଶୁଣା ସଙ୍କେତ ଭୋସଲେଙ୍କୁ ସେ ବିବାହ...

ଶାହିଦଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା !

ବମ୍ବେ: କଥାରେ ଅଛି ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ସେଭଳି କିଛି ଘଟିଛି ଚୁଲବୁଲି ଅନନ୍ୟା ପାଣ୍ଡେଙ୍କ କ୍ଷେତ୍ରରେ। ଏବେ ସେ ବଲିଉଡ୍‌ ଅଭିନେତା...

ଏଥର ତେଲଗୁ ନିର୍ଦ୍ଦେଶକଙ୍କ ସହ ଧମାଲ କରିବେ ସଲମାନ

ମୁମ୍ବାଇ: ଏବେ ବଲିଉଡର ଅଧିକାଂଶ ଫିଲ୍ମରେ ସାଉଥ୍ ଫିଲ୍ମର ରିମେକ ଦେଖିବାକୁ ପଡୁଛି । ଆଉ ବଲିଉଡ୍ ସେଲିବ୍ରିଟିମାନେ ଏବେ ସାଉଥ ଫିଲ୍ମରେ ଅଭିନୟ କରିବା...

ଭୁବନେଶ୍ୱରରେ ଶୁଟିଂ ହେବ ନନ୍ଦିତାଙ୍କ ଚଳଚ୍ଚିତ୍ର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ ହେବ। ଏଥିରେ କମେଡିଆନ କପିଲ ଶର୍ମା ଓ ଶାହାନା ଗୋସ୍ବାମୀ ଅଭିନୟ କରିବେ। ଚଳିତ...

Advertisement
Archives

Model This Week