ବିବାହ ବାର୍ଷିକୀରେ ସ୍ବାମୀଙ୍କୁ ଏମିତି କଥା କହିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ଆଜି ବିବାହର ୧୨ ବର୍ଷ ପୂରଣ କରିଛନ୍ତି। ୨୨ ନଭେମ୍ବର ୨୦୦୯ରେ, ଶିଳ୍ପା ରାଜଙ୍କ ସହ ସାତ ଫେରା ନେଇଥିଲେ। ଏହି ଅବସରରେ ଶିଳ୍ପା ଫଟୋ ପୋଷ୍ଟ କରି ସ୍ବାମୀଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି।
ରାଜଙ୍କ ସହ ତାଙ୍କ ବିବାହର ଫଟୋ ଶେୟାର କରି ଶିଳ୍ପା ଲେଖିଛନ୍ତି, ୧୨ ବର୍ଷ ପୂର୍ବେ ଏହି ମୁହୂର୍ତ୍ତରେ ଆମେ ପରସ୍ପରକୁ ପ୍ରତିଜ୍ଞା କରିଥିଲୁ ଯେ ଆମେ ଭଲ ଏବଂ ଖରାପ ମୁହୂର୍ତ୍ତରେ ଏକାଠି ରହିବୁ। ୧୨ ବର୍ଷ ଏବଂ ମୁଁ ଆଗକୁ ଗଣନା କରୁନାହିଁ । ଶୁଭ ବିବାହ ବାର୍ଷିକୀ କୁକି। ଭଲ ଏବଂ ଖରାପ ସମୟରେ ଆମ ସହିତ ଥିବା ସମସ୍ତଙ୍କୁ ଧନ୍ୟବାଦ।
ଶିଳ୍ପା ବଲିଉଡ୍‌ର ଜଣେ ଦକ୍ଷ ଅଭିନେତ୍ରୀ ହୋଇଥିବାବେଳେ ରାଜ କୁନ୍ଦ୍ରା ଜଣେ ଧନୀ ବ୍ୟବସାୟୀ। ୨୦୧୨ ବିବାହ ବାର୍ଷିକ ଅବସରରେ ରାଜ କୁନ୍ଦ୍ରା ଶିଳ୍ପାଙ୍କୁ ବିଶ୍ୱର ଉଚ୍ଚତମ ଟାୱାର ବୁର୍ଜ ଖଲିଫାର ୧୯ତମ ମହଲାରେ ଏକ ଫ୍ଲାଟ ଉପହାର ଦେଇଥିଲେ। ଏହି ଫ୍ଲାଟର ମୂଲ୍ୟ ୫୦ କୋଟି ଟଙ୍କା ରହିଛି।
ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ ଗିରଫ ହୋଇଥିଲେ। ସେହି ସମୟରେ ସୋସିଆଲ ମିଡିଆରେ ମଧ୍ୟ ଏପରି ଖବର ବ୍ୟାପିବାରେ ଲାଗିଲା ଯେ ଶିଳ୍ପା ରାଜଙ୍କୁ ଛାଡପତ୍ର ଦେବେ ଏବଂ ପିଲାମାନଙ୍କ ସହ ଅଲଗା ରହିବେ। କିନ୍ତୁ ଶିଳ୍ପା ଏହାକୁ ଭୁଲ ପ୍ରମାଣିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri