Posted inଖେଳ

ବଢିଲା ଶିଖର ଧାଓ୍ବନଙ୍କ ଅଡ଼ୁଆ: ED ସମନ ଜାରି

ନୂଆଦିଲ୍ଲୀ,୪।୯:ଭାରତୀୟ ଦଳର ପୂର୍ବତନ ଓପନର ଶିଖର ଧାଓ୍ବନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ କରିଛି। ଏକ ବେଟିଂ ଆପ ପ୍ରମୋସନ ସହ ଜଡିତ ଏକ ମାମଲାରେ ପଚରାଉଚରା ପାଇଁ ED ତାଙ୍କୁ ଡକାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ତଦନ୍ତ ଧାୱନ ସୋସିଆଲ ମିଡିଆରେ ପ୍ରମୋଟ କରୁଥିବା ଅନଲାଇନ ବେଟିଂ ପ୍ଲାଟଫର୍ମ 1xBet ସହ ଜଡିତ। ଏବେ ED ଶିଖର ଧାୱନଙ୍କୁ ଏହି ମାମଲାରେ ତାଙ୍କର ଭୂମିକା ସ୍ପଷ୍ଟ କରିବା ପାଇଁ ତଦନ୍ତରେ ଯୋଗ ଦେବାକୁ କହିଛି। ସମ୍ପ୍ରତି, ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ସୁରେଶ ରାଇନାଙ୍କୁ ମଧ୍ୟ ED ପଚରାଉଚରା କରିଥିଲା।

ଗତ ବର୍ଷଠାରୁ, ଅନେକ ବଲିଉଡ ଏବଂ ଦକ୍ଷିଣ ଚଳଚ୍ଚିତ୍ର ଅଭିନେତା ଏବଂ କ୍ରିକେଟରଙ୍କ ବିରୋଧରେ ବେଆଇନ ବେଟିଂ ଆପ ପ୍ରମୋଟ କରିବା ପାଇଁ ତଦନ୍ତ ଚାଲିଛି। ଏହି ତାଲିକାରେ ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବାତି, ପ୍ରକାଶ ରାଜ, ହରଭଜନ ସିଂହ, ଉର୍ବଶୀ ରଉତେଲା ଏବଂ ସୁରେଶ ରାଇନା ଅନ୍ତର୍ଭୁକ୍ତ।

ନିକଟରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ହରଭଜନ ସିଂହ ED ଦ୍ୱାରା ସେମାନଙ୍କର ବୟାନ ରେକର୍ଡ କରିଥିଲେ। ଏବେ ଶିଖର ଧାୱନଙ୍କୁ ମଧ୍ୟ ଏହି ମାମଲାରେ ED ସମନ କରିଛି। ED ଅଭିଯୋଗ କରିଛି, ଗିରଫ ହୋଇଥିବା କର୍ନାଟକ କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କ ଦ୍ୱାରା ପରିଚାଳିତ ଅନଲାଇନ ବେଟିଂ ସାଇଟଗୁଡ଼ିକ ବହୁତ କମ ସମୟ ମଧ୍ୟରେ ୨,୦୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି।
ଏହା ମଧ୍ୟ ଦାବି କରିଛି, ଅବୈଧ ଅନଲାଇନ ବାଜି ମାଧ୍ୟମରେ ଲୋକଙ୍କୁ ଠକିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ବୀରେନ୍ଦ୍ର ଏବଂ ଦୁବାଇରେ ତାଙ୍କ ସହଯୋଗୀମାନେ ବିଭିନ୍ନ ଗେଟୱେ ଏବଂ ଫିନଟେକ ସେବା ପ୍ରଦାନକାରୀ ବ୍ୟବହାର କରି ପାଣ୍ଠି ସଂଗ୍ରହ କରିବା ଏବଂ ସେମାନଙ୍କର ବେଆଇନ କାର୍ଯ୍ୟକଳାପକୁ ପ୍ରକୃତ ଇ-କମର୍ସ ବ୍ୟବସାୟ ଭାବରେ ଲୁଚାଇବା ପାଇଁ ଅନେକ ଗେମିଂ ୱେବସାଇଟ ଚଳାଉଥିଲେ।

ED ଅଗଷ୍ଟ ମାସରେ ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ରଙ୍କୁ ସିକିମରୁ ଗିରଫ କରିଥିଲା, ସେ ବର୍ତ୍ତମାନ ED ହେପାଜତରେ ଅଛନ୍ତି। କେନ୍ଦ୍ର ସରକାର ସମ୍ପ୍ରତି ଏକ ନୂତନ ଆଇନ ମାଧ୍ୟମରେ ପ୍ରକୃତ ଟଙ୍କା ଅନଲାଇନ ଗେମିଂକୁ ନିଷିଦ୍ଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri