ଭିନ୍ନ ଭିନ୍ନ ଜନ୍ମତାରିଖ, ଚାକିରିରୁ ବିଦା ହେଲେ ଅଙ୍ଗନଓ୍ବାଡ଼ି ଦିଦି

ଉଦଳା,୪ା୯(ସନ୍ତୋଷ କୁମାର ବାଛିନି): ଜଣେ ମହିଳାଙ୍କର ଗୋଟିଏ କି ଦୁଇଟି ନୁହେଁ, ରହିଛି ଭିନ୍ନ ଭିନ୍ନ ଜନ୍ମ ତାରିଖ। ଯାହା ଆଜି ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଚାକିରିରୁ ବିଦା ହୋଇଛନ୍ତି ଜଣେ ଅଙ୍ଗନଓ୍ବାଡ଼ି ଦିଦି। ଜିଲା ସମାଜ କଲ୍ୟାଣ ବିଭାଗ ନେଇଛି କଡ଼ା ଆକ୍ସନ।

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଦେବାନବାହାଳୀ-୨ ଅଙ୍ଗନଓ୍ବାଡ଼ିର ଦିଦିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେ ହେଲେ ସୁମି ସିଂ ଶମ୍ବୁରାଇ। ନିଜ ଜନ୍ମ ତାରିଖରେ ଚଞ୍ଚକତା କରି ଅଙ୍ଗନଓ୍ବାଡ଼ି କର୍ମୀ ପଦବୀ ହାତେଇଥିଲେ। ୨୦୨୨ରୁ ଦେବାନବାହାଳୀ -୨ ଅଙ୍ଗନଓ୍ବାଡ଼ି କର୍ମୀ ଭାବେ ନିଯୁକ୍ତି ପାଇଥିବା ସୁମି ସିଂ ଶମ୍ବୁରାଇଙ୍କ ଜନ୍ମତାରିଖକୁ ନେଇ ଅଭିଯୋଗ ହୋଇଥିଲା। ଯାହାର ଖୋଳତାଡ଼ ପରେ ସୁମିଙ୍କ୍‌ର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଜନ୍ମ ତାରିଖ ରହିଥିବା ଜଣାପଡ଼ିଥିଲା। ସୁମିଙ୍କ ଅଙ୍ଗନଓ୍ବାଡ଼ିରେ ତାଙ୍କର ଜନ୍ମ ୧୯୯୫ ମସିହା ଥିବାବେଳେ ସ୍କୁଲ ସାର୍ଟିଫିକେଟରେ ୧୯୯୯ ମସିହା ଏବଂ ହାଇସ୍କୁଲରେ ୨୦୦୦ ମସିହା ରହିଛି। ଯାହାକି ଏ ସବୁ ଦସ୍ତାବିଜ ଯାଞ୍ଚ କରିବା ପରେ ଚାକିରିରୁ ବିଦା କରିଛି ଜିଲା ପ୍ରଶାସନ। ତୁରନ୍ତ ଚାକିରିରୁ ବହିଷ୍କାର କରି ଉକ୍ତ ପଦବୀ ନିମନ୍ତେ ନୂତନ ନିଯୁକ୍ତି ପାଇଁ ସୂଚନା ବାହାର କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜିଲା ସମାଜ କଲ୍ୟାଣ ଅଧିକାରୀ କପ୍ତିପଦା ସିଡିପିଓଙ୍କୁ ଚିଠି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

କଟକରେ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ,୧୯ା୯(କାର୍ତ୍ତିକ ସାହୁ): ସାମାଜିକ, ରାଜନୈତିକ ଓ ପ୍ରଶାସନିକ ଇତିହାସରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତ୍ୟନ୍ତ ସ୍ବତନ୍ତ୍ର। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଶା ରାଜନୀତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?