Posted inଖେଳ

ଟି-୨୦ ସିରିଜରେ ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ଧାଓ୍ବନ କହିଲେ ‘ଆବଶ୍ୟକ ବ୍ୟାଟ୍ସମ୍ୟାନ୍‌ ନ ଥିଲେ ଦଳ…’

କଲମ୍ବୋ,୩୦।୭: କଲମ୍ବୋରେ ଚାଲିଥିବା ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ଭାରତକୁ ୭ ଉଇକେଟରେ ପରାସ୍ତ କରି ମ୍ୟାଚ୍‌ ଓ ସିରିଜ୍‌ ଜିତିଛି। ଟସ୍‌ ଜିତିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଶ୍ରୀଲଙ୍କା ବୋଲରଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ଭାରତ ୨୦ ଓଭରରେ ମାତ୍ର ୮୨ ରନ୍‌ କରିପାରିଥିଲା। ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୩ ଉଇକେଟ ହରାଇ ବିଜେତା ହୋଇଥିଲା। ଏହି ଲଜ୍ଜାଜନକ ପରାଜୟ ପରେ ଦଳର ଅଧିନାୟକ ଶିଖର ଧାଓ୍ବନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ କଠିନ ପରିସ୍ଥିତି ଥିଲା। କିନ୍ତୁ ଆମେ ସିରିଜ ଖେଳିବୁ। ପ୍ରଥମ ଥର ପାଇଁ ଅଧିନାୟକ ଭାବେ ବହୁତ କିଛି ଶିଖିଲି। ଶେଷ ମ୍ୟାଚ୍‌ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ଦିନଟି ବ୍ୟାଟ୍ସମ୍ୟାନଙ୍କ ପାଇଁ ଖରାପ ଦିନ ଥିଲା। ହେଲେ ଖେଳାଳିମାନେ ଏଥିରୁ କିଛି ଶିଖିବେ। ମ୍ୟାଚ୍‌ରେ ଆମେ ଅନେକ ଉଇକେଟ ହରାଇଲୁ। ଅପରପକ୍ଷେ ଶ୍ରୀଲଙ୍କା ବୋଲର୍‌ମାନେ ଭଲ ବୋଲିଂ କରିଥିଲେ। ଯଦି ପ୍ରାରମ୍ଭରେ ଆପଣ ଉଇକେଟ ହରାଉଛେ ଏବଂ ବ୍ୟାଟିଂ ନିମନ୍ତେ ସେତେ ବ୍ୟାଟ୍ସମ୍ୟାନ୍‌ ନାହାନ୍ତି ତେବେ ଦଳ ଚାପରେ ରହିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ୧୫୭ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

କେପଟାଉନ୍‌,୨୬।୨: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପ୍‌ଟାଉନର ନ୍ୟୁଲାଣ୍ଡ୍ସରେ ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ଇରଫାନ-ହରଭଜନ ପ୍ରଥମ ମ୍ୟାଚ

ଭୁବନେଶ୍ୱର,୧୩ା୯(ସ୍ପୋଟର୍‌ସ ବ୍ୟୁରୋ):ଭାରତରେ ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟର ଦ୍ୱିତୀୟ ସଂସ୍କରଣ ଖେଳାଯିବ। ସେପ୍ଟେମ୍ବର ୧୮ରୁ ଦେଶର ୬ଟି ସହରରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ। ରାଉଣ୍ଡ...

ପ୍ରଥମେ ବ୍ୟାଟିଂ କରିବ ଭାରତ

ବର୍ମିଂହାମ,୯।୭: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍‌ ହାରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର୍‌ ଟସ ଜିତି ପ୍ରଥମେ ବୋଲିଂ...

ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ଜିତିବା ପରେ ଛେଳି ବଳି ଦେଇ ବିବାଦରେ ଫସିଥିଲେ ଧୋନୀ: ଆଉ ତା’ ପରେ..

ନୂଆଦିଲ୍ଲୀ,୧୩।୭: ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ଜିତିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ୨୦୦୮ରେ ଭାରତୀୟ...

‘ମୁଁ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଦେବି’

ମୁମ୍ବାଇ,୧୬।୫: ରାଜସ୍ଥାନ ରୟାଲ୍ସର ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲ ସବୁବେଳେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି । ନିକଟରେ ସେ ଏପରି ଏକ ଥଟ୍ଟା ସହିତ ସମସ୍ତଙ୍କ ଦୃଷ୍ଟି...

ଆଇପିଏଲ୍‌ର ଟପ୍‌-୫ ଉଇକେଟ୍‌ ହାସଲକାରୀ ବୋଲର ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ, ୧୦।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ...

ଫିଲ୍ମ ‘୮୩’ ଦେଖି କାନ୍ଦିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘୮୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ୧୯୮୩ ମସିହାରେ ଭାରତର କ୍ରିକେଟ ବିଶ୍ୱକପ ବିଜୟ...

ଅଶ୍ୱିନଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ନଟ୍ଟିଂହାମ୍‌ଶାୟର ପରାସ୍ତ

ଟ୍ରେଣ୍ଟବ୍ରିଜ, ୧୬।୭- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ଏଠାରେ ଅନୁଷ୍ଠିତ କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ-୧’ର ଏକ ମ୍ୟାଚ୍‌ରେ ନଟ୍ଟିଂହାମଶାୟର...

Advertisement
Archives

Model This Week