Posted inଖେଳ

ସେତେବେଳେ ୮ ବର୍ଷର ଥିଲେ ପୃଥ୍ବୀ; ଏବେ ଧଓ୍ବନଙ୍କ ସହ ମିଶି…

ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ କ୍ୟାପିଟାଲ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରନ୍‌ର ବର୍ଷା ହୋଇଥିଲା। ମୁମ୍ବାଇର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ଟିମ୍‌ ବାଜିମାତ କରିଥିଲା। ମୁକାବିଲାରେ ଡିସିର ଯୁବ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୮୮ ରନ୍‌ କରିଥିଲା। ଜବାବରେ ଦିଲ୍ଲୀ ଟିମ୍‌ ୧୮.୪ ଓଭରରେ ୩ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ବିଜୟର ବଡ଼ ଶ୍ରେୟ ଦିଲ୍ଲୀର ଓପନର୍‌ ଶିଖର ଧଓ୍ବନ ଏବଂ ପୃଥ୍ବୀ ଶ’କୁ ଯାଇଥିଲା। କାରଣ ଉଭୟ ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ୧୩୮ରନ୍‌ର ଭାଗିଦାରୀ କରି ରେକର୍ଡ କରିଥିଲେ।

ମ୍ୟାଚ୍‌ରେ ଧଓ୍ବନ ୫୪ବଲ୍‌ରେ ୮୪ରନ୍‌ କରିଥିବା ବେଳେ ପୃଥ୍ବୀ ୩୮ବଲରେ ୭୨ରନ୍‌ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୌଣସି ଉଇକେଟ ପାଇଁ ଏହା ଦ୍ୱିତୀୟ ସବୁଠାରୁ ବଡ଼ ଭାଗିଦାରୀ ଥିଲା। ପୂର୍ବରୁ ରାହାନେ-ଓ୍ବାଟସନ୍‌ ଯୋଡ଼ି ସର୍ବାଧିକ ୧୪୪ରନ୍‌ କରି ଏହି ରେକର୍ଡ କରିଥିଲେ।

୨୦୦୮ରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଆଇପିଏଲ୍‌ ଖେଳିବା ଆରମ୍ଭ କରିଥିଲେ ଧଓ୍ବନ। ସେତେବେଳେ ପୃଥ୍ବୀ ମାତ୍ର ୮ ବର୍ଷର ହୋଇଥିଲେ। ଏବେ ଧଓ୍ବନଙ୍କୁ ୩୫ ବର୍ଷ ହୋଇଥିବା ବେଳେ ପୃଥ୍ବୀଙ୍କୁ ୨୧ ବର୍ଷ। ଉଭୟ ଗୋଟିଏ ଟିମ୍‌ରୁ ଖେଳି ରେକର୍ଡ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନ ରୟାଲ୍ସର ସହଜ ବିଜୟ…

କୋଲକାତା,୧୧।୫: ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଇଛି। ମ୍ୟାଚରେ କେକେଆର...

୧୦୦ତମ ଟେଷ୍ଟ ପାଇଁ ଈଶାନ୍ତ ସମ୍ବର୍ଦ୍ଧିତ

ଅହମଦାବାଦ, ୨୫।୨(ପି.ଟି.)- ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିବାରୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ...

ରୋନାଲ୍ଡୋଙ୍କ ହେୟାର ଷ୍ଟାଇଲକୁ ପ୍ରଶଂସକଙ୍କ ନାପସନ୍ଦ

ରୋମ,୧।୧- ଲୋକପ୍ରିୟତ ଅନ୍ତର୍ଜାତୀୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନୂଆ ହେୟାର ଷ୍ଟାଇଲକୁ ପ୍ରଶଂସକମାନେ ନା ପସନ୍ଦ କରିଛନ୍ତି। ପର୍ତ୍ତୁଗାଲ ଷ୍ଟାରଙ୍କୁ ଚଳିତ ସପ୍ତାହରେ ଦୁବାଇଠାରେ ଗ୍ଲୋବ...

ଆଇପିଏଲ୍‌ ଆୟୋଜନ ନିଷ୍ପତ୍ତି ସରକାର ନେବେ: ରିଜିଜୁ

ମୁମ୍ବାଇ, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ସଂକ୍ରାନ୍ତରେ ଭାରତ ସରକାର ହିଁ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।...

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ବିରାଟବାହିନୀ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୁଣେ,୨୨।୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଏବଂ ଟି-୨୦ ସିରିଜ ଜିତିବା ପରେ ଭାରତୀୟ ଦଳ ଏକଦିବସୀୟ ସିରିଜ୍‌ ଉପରେ ନଜର ରଖିଛି। ମାର୍ଚ୍ଚ ୨୩ ରୁ...

ଭାରତ ବିପକ୍ଷ ମ୍ୟାଚ୍‌ରେ ସବୁବେଳେ ବିଜୟ ଦ୍ୱାରଦେଶରୁ ଆମେ ଫେରୁଛୁ: ବାଲାଂଦେଶ ଅଧିନାୟକ

ଆଡିଲେଡ,୨।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ର ସୁପର-୧୨ ମୁକାବିଲାରେ ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ୫ ରନ୍‌ରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ବୁଧବାର ଖେଳାଯାଇଥିବା ଏହି ରୋମାଞ୍ଚକର...

ବୋଲରଙ୍କୁ ଥକେଇ ଦେଲେ ପୂଜାରା, କୋହଲି

ଲିଡ୍ସ,୨୭।୮: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଟେଷ୍ଟକୁ ୩ୟ ଦିନରେ ଜିତି ନେବାକୁ ଆଶା ରଖିଥିଲା ଇଂଲଣ୍ଡ। କିନ୍ତୁ ଘରୋଇ ବୋଲରଙ୍କୁ ଥକେଇ ଦେଇଛନ୍ତି...

୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍‌ ହେଲେ ଆଶ୍ଚର୍ଯ୍ୟ

ଭାରତରେ କ୍ରିକେଟ୍‌ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ...

Advertisement
Archives

Model This Week