‘କାର୍ଯ୍ୟ କରୁନି, ଲାଭ ନେଉଛି ଏସ୍‌ଏଚ୍‌ଜି’

ଅନୁଗୋଳ ଅଫିସ, ୪।୩:  ଅନୁଗୋଳ ସଭାଘରଠାରେ ଶୁକ୍ରବାର ‘ଆମ ପୋଖରୀ’ ନେଇ କ୍ଲଷ୍ଟରସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ। ପୌରାଞ୍ଚଳରେ ଏସ୍‌ଏଚ୍‌ଜି କୌଣସି ଉନ୍ନୟନ କାର୍ଯ୍ୟ କରୁନାହିଁ। ଏହା ଠିକାଦାର କରୁଛନ୍ତି। ହେଲେ ଏସ୍‌ଏଚ୍‌ଜି ମାଧ୍ୟମରେ ତାହା କରାଯାଇଥିବା ସମସ୍ତେ ଜାଣୁଛନ୍ତି। କିନ୍ତୁ ଏସ୍‌ଏଚ୍‌ଜି ଆକାଉଣ୍ଟକୁ କେବଳ ଟଙ୍କା ଯାଉଛି। ସେମାନେ ତାଙ୍କର ଲାଭ ନେଇ ବସିଯାଉଛନ୍ତି। ଏଥିରେ ପରିବର୍ତ୍ତନ ନ ହେଲେ ଆଗକୁ ବିପଦ ସୃଷ୍ଟି ହେବ ବୋଲି ନଗରପାଳ କର୍ମଶାଳାରେ ମତ ରଖିବା ସହ ଏ ନେଇ ସରକାରଙ୍କୁ ଅବଗତ କରିବାକୁ କର୍ମଶାଳାରେ ଉପସ୍ଥିତ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେବା ଚର୍ଚ୍ଚାର ବିଷୟ ହୋଇଛି।
କର୍ମଶାଳାରେ ନଗରପାଳ କହିଥିଲେ, ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ଏହା ଏସ୍‌ଏଚ୍‌ଜିଙ୍କ ଦ୍ୱାରା କରାଯାଉଛି। କିନ୍ତୁ ବାସ୍ତବରେ କୌଣସି ଏସ୍‌ଏଚ୍‌ଜି କେଉଁ ଅଞ୍ଚଳରେ କ’ଣ କାର୍ଯ୍ୟ ହେଉଛି ତାହା ଜାଣୁନାହାନ୍ତି। ଏସବୁ କାର୍ଯ୍ୟ ଠିକାଦାର କରୁଛନ୍ତି। ପୂର୍ବରୁ ଏସ୍‌ଏଚ୍‌ଜି ଆକାଉଣ୍ଟ ମାଧ୍ୟମରେ ଶ୍ରମିକମାନଙ୍କୁ ମଜୁରି ଟଙ୍କା ଦିଆଯାଉଥିଲା। ଏବେ ଉନ୍ନୟନ କାର୍ଯ୍ୟରେ ଲାଗୁଥିବା କଞ୍ଚାମାଲ (ବାଲି, ଲୁହାଛଡ଼, ଗୋଡ଼ି, ସିମେଣ୍ଟ) କିଣିବା ପାଇଁ ଏସ୍‌ଏଚ୍‌ଜି ଆକାଉଣ୍ଟକୁ ଟଙ୍କା ଯିବ। ଏହି ଟଙ୍କା ମହିଳା ଗୋଷ୍ଠୀ ଆକାଉଣ୍ଟକୁ ପଠାଗଲେ ଆଗକୁ ସମସ୍ୟା ହେବ। ଠିକାଦାର ଓ କଞ୍ଚାମାଲ ଯୋଗାଉଥିବା ବ୍ୟବସାୟୀ ଅଡ଼ୁଆରେ ପଡ଼ିବେ। ଯଦି କୌଣସି କାରଣରୁ ଠିକାଦାରଙ୍କ ସହ ଏସ୍‌ଏଚ୍‌ଜିଙ୍କ ତାଳମେଳ ନ ରହିବ ତେବେ ସମସ୍ୟା ଉପୁଜିବ। କର୍ମଶାଳାକୁ ଆସିଥିବା ରାଜ୍ୟର ବିଭିନ୍ନ ପୌରାପାଳିକାର ଅଧ୍ୟକ୍ଷ ଓ କାଉନସିଲରଙ୍କ ପକ୍ଷରୁ ଏହା ପ୍ରସ୍ତାବ ଭାବେ ଗ୍ରହଣ କରାଯାଉଛି। ବିଭାଗୀୟ ସଚିବଙ୍କ ଜରିଆରେ ଏ ନେଇ ସରକାରଙ୍କୁ ଅବଗତ କରାଯାଉ ବୋଲି ଅନୁଗୋଳ ନଗରପାଳ କହିଥିଲେ। ଏହାଛଡ଼ା ମାସିକ ଭତ୍ତା ମିଳୁ ନ ଥିବାରୁ କାଉନସିଲର ଓ ନଗରପାଳଙ୍କ ଠାରୁ ଭିକାରୀଙ୍କ ରୋଜଗାର ଅଧିକ ବୋଲି ସେ କ୍ଷୋଭବ୍ୟକ୍ତ କରିବା ସହ ଯଦି ସମାଜ ସେବା ପାଇଁ ଆମେ ନିଜକୁ ଉତ୍ସର୍ଗ କରୁଛୁ, ତେବେ ବିଧାୟକ ଓ ଏମ୍‌ପିଙ୍କ ଦରମା ବନ୍ଦ କରାଯାଉ ବୋଲି ନଗରପାଳ ଜୋର୍‌ ଦେଇଥିଲେ। ତେବେ ଅନୁଗୋଳ ନଗରପାଳଙ୍କ ଏପରି ପ୍ରସ୍ତାବକୁ କର୍ମଶାଳାରେ ଉପସ୍ଥିତ ରାଜ୍ୟର ବିଭିନ୍ନ ପୌରପାଳିକାରୁ ଆସିଥିବା ଅଧିକାରୀ, ଜନପ୍ରତିନିଧି ଗ୍ରହଣ କରି ନ ଥିଲେ। ସରକାରଙ୍କ ଆଭିମୁଖ୍ୟ ଠିକାଦାରମୁକ୍ତ ପୌରାଞ୍ଚଳ। ତେଣୁ ମିଶନ ଶକ୍ତି ମାଧ୍ୟମରେ ସମଗ୍ର ଉନ୍ନୟନ କାର୍ଯ୍ୟ ପରିଚାଳନା କରାଯାଉଥିବା ସେମାନେ କହିଥିଲେ। ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ କହିଛନ୍ତି, ମା’ମାନଙ୍କ ହାତକୁ କାମ ଦେବା ସରକାରଙ୍କ ଲକ୍ଷ୍ୟ। ସେମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ ସରକାର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri