୨ ହଜାର ପୋଖରୀ ପୁନରୁଦ୍ଧାର ହେବ

ଅନୁଗୋଳ ଅଫିସ, ୪।୩: ଅନୁଗୋଳ ସଭାଘରଠାରେ ‘ଆମ ପୋଖରୀ’ ନେଇ କ୍ଲଷ୍ଟରସ୍ତରୀୟ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜଳାଶୟ ପୁନରୁଦ୍ଧାର କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ଥିବା ୨ ହଜାର ପରିତ୍ୟକ୍ତ ପୋଖରୀ ପୁନଃଜୀବନ ପାଇବା ସହ ସହରାଞ୍ଚଳରେ ଥିବା ଜଳାଶୟ ସୁରକ୍ଷିିତ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ପାଣି ଓ ମାଟି ପରସ୍ପର ସଂସ୍ପର୍ଶରେ ରହିଲେ ଆଦର୍‌ରତା ବଢ଼ିବା ସହ ପ୍ରଦୂଷଣ ରୋକାଯାଇ ପାରିବ ବୋଲି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ସାଗରିକା ପଟ୍ଟନାୟକ କହିଥିଲେ। ବିଭିନ୍ନ ଜଳାଶୟକୁ କିଭଳି ସୌନ୍ଦର୍ଯ୍ୟକରଣ କରାଯିବ ସେ ନେଇ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଆର୍‌ଏମ୍‌ସି ସହ ୭ ପୌର ଓ ୬ ଏନ୍‌ଏସିର ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ସଚିବ ଅବଗତ କରିଥିଲେ।
ଅନୁଗୋଳ ପୌରପାଳିକାରେ ଅନୁଷ୍ଠିତ ଏହି କର୍ମଶାଳାକୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ଇନଷ୍ଟିଟ୍ୟୁଟ୍‌ ଅଫ ଅର୍ବାନ୍‌ ଆଫେୟାର୍ସ ଆୟୋଜନ କରିଥିଲେ। ଏଥିରେ ଅନୁଗୋଳ ସମେତ ଢେଙ୍କାନାଳ, କେନ୍ଦୁଝର ଓ ବୌଦ୍ଧ ଜିଲାର ପୌରପାଳିକା ଓ ଏସ୍‌ଏସି ସହିତ ରାଉରକେଲା ମହାନଗର ନିଗମର ଅଧିକାରୀ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ମୁଖ୍ୟତଃ ସହରାଞ୍ଚଳରେ ଥିବା ଜଳାଶୟଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଲୋକମାନେ ଏହାକୁ ଆବର୍ଜନାସ୍ଥଳରେ ପରଣତ କରିଦେଲେଣି। ଏହାକୁ କିଭଳି ନୂତନ ଜୀବନ ପ୍ରଦାନ କରାଯିବ ସେ ନେଇ କର୍ମଶାଳା ଆୟୋଜନ କରାଯାଇଛି। ଏହି ପୁନରୁଦ୍ଧାର କାର୍ଯ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ନିୟୋଜିତ କରାଯିବ। ଜଳାଶୟ ନୂତନ ଜୀବନଦାନ ପାଇବାକୁ ଥିବାବେଳେ ସୌନ୍ଦର୍ଯ୍ୟ କରଣ ମଧ୍ୟ କରାଯିବ। କୌଣସି ପାଠ୍ୟକ୍ରମରେ ସ୍ନାତକ ପଢ଼ିଥିବା ଯୁବପିଢ଼ି ଏଥିରେ ସୁପଭାଇଜର ଭାବେ କାମ ତୁଲାଇବେ। ଲୋକମାନେ ଏହି ଆମ ପୋଖରୀକୁ ନିଜ ପୋଖରୀ ଭାବି କାର୍ଯ୍ୟ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ କହିଲେ, ପୋଖରୀ ଗୁଡ଼ିକ ପୁନରୁଦ୍ଧାର କରାଗଲେ ପ୍ରଦୂଷଣ ମୁକ୍ତ ସହର ହୋଇପାରିବ। ଅନ୍ୟତମ ଅତିଥି ଭାବେ ଉପସ୍ଥିତ ପିଏଚଡି ସୁପରିଣ୍ଟେଣ୍ଡିଂ ଇଞ୍ଜିିନିୟର ବିକାଶ ବେହେରା ପାଣିର ଅପବ୍ୟବହାର ପ୍ରତି ସଜାଗ ହେବା ଦରକାର। ପାଣି ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ବିପଦରେ ପଡ଼ିଲେ ଆମ ସମାଜ ପ୍ରତି ମଧ୍ୟ ଏହା ବିପଦ ବୋଲି ସେ କହିଥିଲେ। ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କର୍ମଶାଳାର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ। ଏହି କର୍ମଶାଳାରେ ରାଉରକେଲା ମହାନଗର ନିଗମ(ଆରଏମ୍‌ସି) ସହ ଅନୁଗୋଳ ପୌରପାଳିକା, ଢେଙ୍କାନାଳ ପୌରପାଳିକା, ତାଳଚେର ପୌରପାଳିକା, କେନ୍ଦୁଝର ପୌରପାଳିକା, ଆନନ୍ଦପୁର ପୌରପାଳିକା, ଯୋଡ଼ା ପୌରପାଳିକା, ବଡ଼ବିଲ ପୌରପାଳିକା, ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ, କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ, ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହ ପୌର ନିର୍ବାହୀ ଯନ୍ତ୍ରୀ, ପୌର ନିର୍ବାହୀ କନିଷ୍ଠ ଯନ୍ତ୍ରୀ, ମେୟର, ପୌରାଧ୍ୟକ୍ଷ, ନଗରପାଳ, କାଉନସିଲର ଓ ଅର୍ବାନ ପ୍ଲାନରମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?