୨ ହଜାର ପୋଖରୀ ପୁନରୁଦ୍ଧାର ହେବ

ଅନୁଗୋଳ ଅଫିସ, ୪।୩: ଅନୁଗୋଳ ସଭାଘରଠାରେ ‘ଆମ ପୋଖରୀ’ ନେଇ କ୍ଲଷ୍ଟରସ୍ତରୀୟ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜଳାଶୟ ପୁନରୁଦ୍ଧାର କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ଥିବା ୨ ହଜାର ପରିତ୍ୟକ୍ତ ପୋଖରୀ ପୁନଃଜୀବନ ପାଇବା ସହ ସହରାଞ୍ଚଳରେ ଥିବା ଜଳାଶୟ ସୁରକ୍ଷିିତ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ପାଣି ଓ ମାଟି ପରସ୍ପର ସଂସ୍ପର୍ଶରେ ରହିଲେ ଆଦର୍‌ରତା ବଢ଼ିବା ସହ ପ୍ରଦୂଷଣ ରୋକାଯାଇ ପାରିବ ବୋଲି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ସାଗରିକା ପଟ୍ଟନାୟକ କହିଥିଲେ। ବିଭିନ୍ନ ଜଳାଶୟକୁ କିଭଳି ସୌନ୍ଦର୍ଯ୍ୟକରଣ କରାଯିବ ସେ ନେଇ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଆର୍‌ଏମ୍‌ସି ସହ ୭ ପୌର ଓ ୬ ଏନ୍‌ଏସିର ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ସଚିବ ଅବଗତ କରିଥିଲେ।
ଅନୁଗୋଳ ପୌରପାଳିକାରେ ଅନୁଷ୍ଠିତ ଏହି କର୍ମଶାଳାକୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ଇନଷ୍ଟିଟ୍ୟୁଟ୍‌ ଅଫ ଅର୍ବାନ୍‌ ଆଫେୟାର୍ସ ଆୟୋଜନ କରିଥିଲେ। ଏଥିରେ ଅନୁଗୋଳ ସମେତ ଢେଙ୍କାନାଳ, କେନ୍ଦୁଝର ଓ ବୌଦ୍ଧ ଜିଲାର ପୌରପାଳିକା ଓ ଏସ୍‌ଏସି ସହିତ ରାଉରକେଲା ମହାନଗର ନିଗମର ଅଧିକାରୀ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ମୁଖ୍ୟତଃ ସହରାଞ୍ଚଳରେ ଥିବା ଜଳାଶୟଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଲୋକମାନେ ଏହାକୁ ଆବର୍ଜନାସ୍ଥଳରେ ପରଣତ କରିଦେଲେଣି। ଏହାକୁ କିଭଳି ନୂତନ ଜୀବନ ପ୍ରଦାନ କରାଯିବ ସେ ନେଇ କର୍ମଶାଳା ଆୟୋଜନ କରାଯାଇଛି। ଏହି ପୁନରୁଦ୍ଧାର କାର୍ଯ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ନିୟୋଜିତ କରାଯିବ। ଜଳାଶୟ ନୂତନ ଜୀବନଦାନ ପାଇବାକୁ ଥିବାବେଳେ ସୌନ୍ଦର୍ଯ୍ୟ କରଣ ମଧ୍ୟ କରାଯିବ। କୌଣସି ପାଠ୍ୟକ୍ରମରେ ସ୍ନାତକ ପଢ଼ିଥିବା ଯୁବପିଢ଼ି ଏଥିରେ ସୁପଭାଇଜର ଭାବେ କାମ ତୁଲାଇବେ। ଲୋକମାନେ ଏହି ଆମ ପୋଖରୀକୁ ନିଜ ପୋଖରୀ ଭାବି କାର୍ଯ୍ୟ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ କହିଲେ, ପୋଖରୀ ଗୁଡ଼ିକ ପୁନରୁଦ୍ଧାର କରାଗଲେ ପ୍ରଦୂଷଣ ମୁକ୍ତ ସହର ହୋଇପାରିବ। ଅନ୍ୟତମ ଅତିଥି ଭାବେ ଉପସ୍ଥିତ ପିଏଚଡି ସୁପରିଣ୍ଟେଣ୍ଡିଂ ଇଞ୍ଜିିନିୟର ବିକାଶ ବେହେରା ପାଣିର ଅପବ୍ୟବହାର ପ୍ରତି ସଜାଗ ହେବା ଦରକାର। ପାଣି ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ବିପଦରେ ପଡ଼ିଲେ ଆମ ସମାଜ ପ୍ରତି ମଧ୍ୟ ଏହା ବିପଦ ବୋଲି ସେ କହିଥିଲେ। ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କର୍ମଶାଳାର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ। ଏହି କର୍ମଶାଳାରେ ରାଉରକେଲା ମହାନଗର ନିଗମ(ଆରଏମ୍‌ସି) ସହ ଅନୁଗୋଳ ପୌରପାଳିକା, ଢେଙ୍କାନାଳ ପୌରପାଳିକା, ତାଳଚେର ପୌରପାଳିକା, କେନ୍ଦୁଝର ପୌରପାଳିକା, ଆନନ୍ଦପୁର ପୌରପାଳିକା, ଯୋଡ଼ା ପୌରପାଳିକା, ବଡ଼ବିଲ ପୌରପାଳିକା, ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ, କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ, ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହ ପୌର ନିର୍ବାହୀ ଯନ୍ତ୍ରୀ, ପୌର ନିର୍ବାହୀ କନିଷ୍ଠ ଯନ୍ତ୍ରୀ, ମେୟର, ପୌରାଧ୍ୟକ୍ଷ, ନଗରପାଳ, କାଉନସିଲର ଓ ଅର୍ବାନ ପ୍ଲାନରମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri