ତାଲିକାରୁ ବାଦ୍‌ ପଡ଼ିଲା ଏସ୍‌ଏଚ୍‌ଜି

ଯାଜପୁର ଅଫିସ,୫ା୯:ଯାଜପୁର ଜିଲାର ୧୧ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ରେ ବିନା ଧାନରେ ଅଗ୍ରିମ ଭେଣ୍ଡର ରସିଦ ଜାରି କରାଯାଇ ଧାନ କିଣାଯାଇଥିବା ଜଣାପଡ଼ିଥିଲା। ଷ୍ଟେଟ୍‌ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଜାଲିଆତିରେ ସମ୍ପୃକ୍ତ ପାକ୍ସ ଏବଂ ଏସ୍‌ଏଚ୍‌ଜି କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏପ୍ରିଲ ଓ ମେ ମାସରେ ଏକାଧିକ ପତ୍ର ଦିଆଗଲା। ହେଲେ ଏହାର ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ହେବା ଦୂରର କଥା ବରଂ ଉକ୍ତ ଜାଲିଆତି ତାଲିକାରେ ଥିବା ଯାଜପୁର ବ୍ଲକ ମହାବୀର ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ବାଦ୍‌ ଦିଆଯାଇଛି। ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ୨୫ା୮ା୨୦୨୨ରେ ଏଆରସିଏସ୍‌ (ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋପୋରେଟିଭ ସୋସାଇଟି)ଙ୍କୁ ମାଗିଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି।
ତଦନ୍ତ ରିପୋର୍ଟ ଅନୁସାରେ ଷ୍ଟେଟ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ୩ା୩ା୨୦୨୨ରେ ଯାଜପୁର ଜିଲା ଗସ୍ତ କରି ପାକ୍ସଗୁଡିକରେ ଧାନ ସଂଗ୍ରହ, ଉଠାଣ ଏବଂ ମହଜୁଦ ଧାନ ପରିମାଣ ଉପରେ ତଦନ୍ତ କରିଥିଲା। ଏଥିରେ ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପାକ୍ସରେ ୩୦୬୫.୨୫ କୁଇଣ୍ଟାଲ ଧାନର ଭେଣ୍ଡର ରସିଦ ପ୍ରସ୍ତୁତ ହୋଇଥିଲାବେଳେ ବାସ୍ତବରେ ଚାଷୀଙ୍କଠାରୁ ସେହି ପରିମାଣ ଧାନ କିଣାଯାଇ ନ ଥିଲା। ଅନୁରୂପ ଭାବେ ଦଶରଥପୁର ବ୍ଲକର ଚଷାଖଣ୍ଡ ପାକ୍ସରେ ୩୭୫୩.୦୪ କୁଇଣ୍ଟାଲ, ବଡ଼ଚଣା ବ୍ଲକ ବୈରୀ ପାକ୍ସରେ ୧୭୯୦.୩୦ କୁଇଣ୍ଟାଲ ଓ ସମିଆ ପାକ୍ସରେ ୮୧୬.୧୬ କୁଇଣ୍ଟାଲ ଏବଂ ବରୀ ବ୍ଲକ ଅମଠପୁର ପାକ୍ସରେ ୧୧୮୩.୭୩ କୁଇଣ୍ଟାଲ, ବିଞ୍ଝାରପୁର ବ୍ଲକ ନରହରି ପାକ୍ସରେ ୧୮୦୧.୦୫ କୁଇଣ୍ଟାଲ, ଧର୍ମଶାଳା ବ୍ଲକ ଅଭୟପୁର ପାକ୍ସରେ ୩୮୩.୫୮ କୁଇଣ୍ଟାଲ, ସୁକିନ୍ଦା ବ୍ଲକ ଦୁଧୁଯୁରୀ ପାକ୍ସରେ ୪୫୮୧.୨୮ କୁଇଣ୍ଟାଲ, ଦାନଗଦି ବ୍ଲକ ଗୋବର୍ଦ୍ଧନପୁର ପାକ୍ସରେ ୧୨୭୯.୫୦ କୁଇଣ୍ଟାଲ, ଯାଜପୁର ବ୍ଲକ ମହାବୀର ଶକ୍ତି ଏସଏଚ୍‌ଜିରେ ୧୦୦୮.୨୪ କୁଇଣ୍ଟାଲ ଓ ମାର୍କଣ୍ଡପୁର ପାକ୍ସରେ ୧୦୩୫.୨୧ କୁଇଣ୍ଟାଲ ଧାନ କେବଳ କାଗଜପତ୍ର ପ୍ରସ୍ତୁତ କରି କିଣାଯାଇଥିବା ଜଣାପଡ଼ିଥିଲା। ତଦନ୍ତରେ ସମୁଦାୟ ୨୦,୬୯୭.୩୪ କୁଇଣ୍ଟାଲ ଧାନ ମିଳି ନ ଥିବାବେଳେ ଭେଣ୍ଡର ରସିଦ ଜାରି ହୋଇଥିଲା। ଏ ଗ୍ରେଡ୍‌ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୯୬୦ ଟଙ୍କା ଅନୁସାରେ ଏହା ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ସମ୍ପୃକ୍ତ ପାକ୍ସ ଓ ଏସ୍‌ଏଚ୍‌ଜି କର୍ତ୍ତୃପକ୍ଷ ଚଞ୍ଚକତା କରି ପରବର୍ତ୍ତୀ ସମୟରେ ଚାଷୀଙ୍କ ନାମରେ ଉପରୋକ୍ତ ବିପୁଳ ଟଙ୍କା ଉଠାଣ କରି ହଡ଼ପ କରିଥିବା ଏଥିରୁ ଅନୁମାନ କରାଯାଇଥିଲା। ଏହିକ୍ରମରେ ଯୋଗାଣ ନିଗମ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟର ତଦନ୍ତକାରୀ ଅଧିକାରୀ ତଥା ସିଭିଲ ସପ୍ଲାଏ ଅଫିସର (ସିଏସ୍‌ଓ) ବସନ୍ତ କୁମାର ପଣ୍ଡା ସମ୍ପୃକ୍ତ ସମ୍ପାଦକ ଓ ପର୍ଚେଜ ଅଫିସରମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ତାଙ୍କ ତଦନ୍ତ ରିପୋର୍ଟରେ ଅନୁରୋଧ କରିଥିଲେ। ଏହାସହ ସମ୍ପୃକ୍ତ ସମ୍ପାଦକ ଏବଂ ୯ଟି ମିଲର୍ସଙ୍କୁ ମଣ୍ଡି ପରିଚାଳନାରୁ ବିରତି ରଖିବାକୁ ତଦନ୍ତକାରୀ ଅଧିକାରୀ ପଣ୍ଡା ପ୍ରସ୍ତାବ ଦେଇଥିଲେ। ଏହିମର୍ମରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକ ଏହି ମାମଲାକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରି ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଗତ ଜୁନ ୧୩ ତାରିଖରେ ଯାଜପୁର ଏଆରସିଏସଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଠାରେ କୌଣସି ନିର୍ଦ୍ଦେଶ କିମ୍ବା ପ୍ରସ୍ତାବ ଏଯାଏ କାର୍ଯ୍ୟକାରୀ ହେଲା ନାହିଁ। ବିଭିନ୍ନ ଆଳ ଦେଖାଇ ଦୁର୍ନୀତିଖୋର କର୍ମଚାରୀ ଓ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବାରେ ସଫଳତା ମିଳିଛି। ନିଜ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଚାଷୀ ଦର୍ଶାଇ ଜାଲ କାଗଜପତ୍ରରେ ଧାନ ସଂଗ୍ରହ କରାଯାଇ ଚାଷୀ ମାରଣନୀତି ଚାଲିଥିଲେ ହେଁ କେବଳ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ସୀମିତ ରହିଛି।
ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି ସଂପୃକ୍ତ ପାକ୍ସ ସମ୍ପାଦକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିଚାଳନା ପରିଷଦଙ୍କୁ ପତ୍ର ଦିଆଯାଇଛି। ସେହିପରି ଏସଏଚ୍‌ଜି କର୍ତ୍ତୃପକ୍ଷଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri