‘ସୁପର ଆନାକୋଣ୍ଡା’ ପରେ ‘ଶେଷନାଗ’

ନୂଆଦିଲ୍ଲୀ: ଯାତ୍ରୀଗଣ…ଏହି ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଆଖି ଆଗରେ ଭାସିଉଠେ ଭାରତୀୟ ରେଳସେବାର ଚିତ୍ର। ତେବେ କରୋନାଜନିତ ଲକ୍‌ଡାଉନ୍‌ ଯୋଗୁ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଟ୍ରେନ୍‌ ସେବା। ତଥାପି କରୋନା ଆତଙ୍କ ଭିତରେ ମଧ୍ୟ ରେଳ ବିଭାଗ ନୂଆ ପରିକଳ୍ପନାକୁ ବାସ୍ତବ ରୂପ ଦେଉଛି। ଗତ ମାସରେ ‘ସୁପର ଆନାକୋଣ୍ଡା’ ନାମରେ ରେଲଓ୍ବେ ଟ୍ରାକ୍‌ରେ ଗଡ଼ିଥିଲା ୨ କିଲୋମିଟର ବିଶିଷ୍ଟ ଲମ୍ବା ଟ୍ରେନ୍‌। ରେଲଓ୍ବେ ଇତିହାସରେ ସୃଷ୍ଟି ହୋଇଥିବା ଏହି ରେକର୍ଡକୁ ଭାଙ୍ଗିଛି ‘ଶେଷନାଗ’। ୨.୮ କିମି ଲମ୍ବ ବିଶିଷ୍ଟ ଏହି ଟ୍ରେନ୍‌ ଧାରଣାରେ ଗଡ଼ିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି।
ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ଏଭଳି ଲମ୍ବା ଟ୍ରେନ୍‌ ଚଳାଇବାକୁ ଯୋଜନା କରାଯାଇଥିଲା। ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅଦ୍ୟାବଧି ଚାଲୁଥିବା ସମସ୍ତ ଟ୍ରେନ୍‌ ମଧ୍ୟରେ ‘ଶେଷନାଗ’ ସବୁଠୁ ଅଧିକ ଲମ୍ବା। ୨୫୧ ଖାଲି ମାଲବାହୀ ଓ୍ବାଗନକୁ ନେଇ ଟ୍ରାକ୍‌ରେ ଏହି ଟ୍ରେନ୍‌ ଗଡ଼ିଥିଲା। ଏଥିରେ ମୋଟ ୪ ଇଲେକ୍ଟ୍ରିକ୍‌ ଲୋକୋମିଟର, ୪ ଇଞ୍ଜିନ ଏବଂ ୪ ଗାର୍ଡ ଭ୍ୟାନ୍‌ ସଂଯୋଗ କରାଯାଇଥିଲା। ଏଥିପୂର୍ବରୁ ଓଡ଼ିଶାରେ ଗଡ଼ିଥିବା ୧୭୭ ଓ୍ବାଗନ୍‌ ବିଶିଷ୍ଟ ‘ସୁପର ଆନାକୋଣ୍ଡା’ରେ ୩ଟି ଲୋକୋମିଟର ଉପଯୋଗ କରାଯାଇଥିଲା। ଗୋଟିଏ ଲୋକୋମିଟର ଟ୍ରେନ୍‌ ମଝିରେ ଖଞ୍ଚାଯାଇଥିଲା। ନାଗପୁର ଡିଭିଜନରୁ ବାହାରି ଥିବା ଏହି ଟ୍ରେନ୍‌ କୋର୍‌ବାରେ ଯାତ୍ରା ଶେଷ କରିଥିଲା। ୨୬୦ କିମି ଦୂରତା ଅତିକ୍ରମ କରିବାକୁ ଏହା ପାଖାପାଖି ୬ ଘଣ୍ଟା ସମୟ ନେଇଥିଲା।
କରୋନା ସଙ୍କଟ ସମୟରେ ଭାରତରେ ସମସ୍ତ ଟ୍ରେନ୍‌ ଯାତାୟାତ କରୁନାହିଁ। ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରୁଥିବା ଅନେକ ରୁଟ୍‌ରେ ପରିବର୍ତ୍ତନ କରାଯାଇଛି। ତେବେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ‘ସୁପର ଆନାକୋଣ୍ଡା’ ଏବଂ ଶେଷନାଗ’ ଟ୍ରେନ୍‌କୁ ନିୟମିତ ଚଳାଇବା କଷ୍ଟକର ବ୍ୟାପାର। କାରଣ ଭାରତରେ ଏପରି ଟ୍ରେନ ରହଣି ପାଇଁ ସ୍ବତନ୍ତ୍ର ଷ୍ଟେଶନ ନାହିଁ। ବ୍ୟସ୍ତବହୁଳ ଏବଂ ସିଙ୍ଗଲ୍‌ ରୁଟ୍‌ରେ ଏପରି ଟ୍ରେନ୍‌ ଧାରଣାରେ ଗଡ଼ିବା ସମୟରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ଆଗକୁ ବଢ଼ିବାରେ ବହୁ ସମସ୍ୟାରେ ସମ୍ମୁଖୀନ ହେବା ଆଶଙ୍କା ବେଶି। ତେବେ ମାଲ୍‌ପରିବହନ ଲାଗି ଏହାକୁ ନିର୍ଦ୍ଦିଷ୍ଟ କେତୋଟି ଟ୍ରାକ୍‌ରେ ଚଲାଯାଇପାରେ।
ସୂଚନାଯୋଗ୍ୟ, ଭାରତୀୟ ରେଲଓ୍ବେ ଏସିଆର ସର୍ବବୃହତ୍‌ ଏବଂ ପୃଥିବୀର ଦ୍ୱିତୀୟ ବୃହତ୍ତମ ରେଲ୍‌ଓ୍ବେ ନେଟ୍‌ଓ୍ବର୍କ। ଦେଶରେ ମୋଟ ୧,୧୫,୦୦୦ କିମି ଲମ୍ବା ରେଳ ଧାରଣା ରହିଛି। ଏଥିରେ ଦୈନିକ ୭,୪୨୧ ମାଲାବାହୀ ଟ୍ରେନ୍‌ ଯାତାୟାତ କରିଥାଏ, ଯାହାର ମୋଟ ମାଲ୍‌ ପରିବହନ କ୍ଷମତା ୩୦ଲକ୍ଷ ଟନ୍‌। ଭାରତୀୟ ରେଲଓ୍ବେ ନିକଟରେ ୨ ଲକ୍ଷ ୩୯ ହଜାର ୨୮୧ଟି ମାଲବାହୀ ଓ୍ବାଗନ୍‌, ୫୯ ହଜାର ୭୧୩ ଯାତ୍ରୀବାହୀ ଡବା, ୯ହଜାର ୫୪୯ ଲୋକୋମିଟର ରହିଛି। ଦେଶରେ ଦୈନିକ ୧୨ ହଜାର ୬୧୭ଟି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିଥାଏ। ଏଥିରେ ମୋଟ ୨.୩ କୋଟି ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି।

କାହିଁକି ଏଭଳି ପରିକଳ୍ପନା
ବିଳମ୍ବିତ ସେବା ପାଇଁ ଅଧିକାଂଶ ସମୟରେ ନିନ୍ଦିତ ହେଉଛି ଭାରତୀୟ ରେଳ। ହେଲେ ଲକ୍‌ଡାଉନ୍‌ ସମୟରେ ଫାଙ୍କା ପଡ଼ିଥିବା ଟ୍ରାକ୍‌ ଏବେ ରେଲ୍‌ଓ୍ବେକୁ ପରୀକ୍ଷା କରିବା ଲାଗି ସୁଯୋଗ ଆଣି ଦେଇଛି। ଦୀର୍ଘତମ ଟ୍ରେନ୍‌ ଚଳାଇବା ପଛରେ ଇଞ୍ଜିନ୍‌ର କ୍ଷମତାଠାରୁ ଆରମ୍ଭ କରି ଟ୍ରାକ୍‌ର ପରିବହନ କ୍ଷମତା ଜଣାପଡ଼ିଥାଏ। ଏହାଛଡ଼ା ଏକାଧିକ ମାଲ୍‌ବାହୀ ଟ୍ରେନ୍‌କୁ ସଂଯୋଗ କରିବା ଦ୍ୱାରା ଅଧିକ ମାଲ୍‌ ପରିବହନ ମଧ୍ୟ ହୋଇପାରିବ, ଯାହା ଉଭୟ ଖର୍ଚ୍ଚ ଏବଂ ସମୟକୁ ବଞ୍ଚାଇବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri