‘ସୁପର ଆନାକୋଣ୍ଡା’ ପରେ ‘ଶେଷନାଗ’

ନୂଆଦିଲ୍ଲୀ: ଯାତ୍ରୀଗଣ…ଏହି ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଆଖି ଆଗରେ ଭାସିଉଠେ ଭାରତୀୟ ରେଳସେବାର ଚିତ୍ର। ତେବେ କରୋନାଜନିତ ଲକ୍‌ଡାଉନ୍‌ ଯୋଗୁ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଟ୍ରେନ୍‌ ସେବା। ତଥାପି କରୋନା ଆତଙ୍କ ଭିତରେ ମଧ୍ୟ ରେଳ ବିଭାଗ ନୂଆ ପରିକଳ୍ପନାକୁ ବାସ୍ତବ ରୂପ ଦେଉଛି। ଗତ ମାସରେ ‘ସୁପର ଆନାକୋଣ୍ଡା’ ନାମରେ ରେଲଓ୍ବେ ଟ୍ରାକ୍‌ରେ ଗଡ଼ିଥିଲା ୨ କିଲୋମିଟର ବିଶିଷ୍ଟ ଲମ୍ବା ଟ୍ରେନ୍‌। ରେଲଓ୍ବେ ଇତିହାସରେ ସୃଷ୍ଟି ହୋଇଥିବା ଏହି ରେକର୍ଡକୁ ଭାଙ୍ଗିଛି ‘ଶେଷନାଗ’। ୨.୮ କିମି ଲମ୍ବ ବିଶିଷ୍ଟ ଏହି ଟ୍ରେନ୍‌ ଧାରଣାରେ ଗଡ଼ିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି।
ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ଏଭଳି ଲମ୍ବା ଟ୍ରେନ୍‌ ଚଳାଇବାକୁ ଯୋଜନା କରାଯାଇଥିଲା। ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅଦ୍ୟାବଧି ଚାଲୁଥିବା ସମସ୍ତ ଟ୍ରେନ୍‌ ମଧ୍ୟରେ ‘ଶେଷନାଗ’ ସବୁଠୁ ଅଧିକ ଲମ୍ବା। ୨୫୧ ଖାଲି ମାଲବାହୀ ଓ୍ବାଗନକୁ ନେଇ ଟ୍ରାକ୍‌ରେ ଏହି ଟ୍ରେନ୍‌ ଗଡ଼ିଥିଲା। ଏଥିରେ ମୋଟ ୪ ଇଲେକ୍ଟ୍ରିକ୍‌ ଲୋକୋମିଟର, ୪ ଇଞ୍ଜିନ ଏବଂ ୪ ଗାର୍ଡ ଭ୍ୟାନ୍‌ ସଂଯୋଗ କରାଯାଇଥିଲା। ଏଥିପୂର୍ବରୁ ଓଡ଼ିଶାରେ ଗଡ଼ିଥିବା ୧୭୭ ଓ୍ବାଗନ୍‌ ବିଶିଷ୍ଟ ‘ସୁପର ଆନାକୋଣ୍ଡା’ରେ ୩ଟି ଲୋକୋମିଟର ଉପଯୋଗ କରାଯାଇଥିଲା। ଗୋଟିଏ ଲୋକୋମିଟର ଟ୍ରେନ୍‌ ମଝିରେ ଖଞ୍ଚାଯାଇଥିଲା। ନାଗପୁର ଡିଭିଜନରୁ ବାହାରି ଥିବା ଏହି ଟ୍ରେନ୍‌ କୋର୍‌ବାରେ ଯାତ୍ରା ଶେଷ କରିଥିଲା। ୨୬୦ କିମି ଦୂରତା ଅତିକ୍ରମ କରିବାକୁ ଏହା ପାଖାପାଖି ୬ ଘଣ୍ଟା ସମୟ ନେଇଥିଲା।
କରୋନା ସଙ୍କଟ ସମୟରେ ଭାରତରେ ସମସ୍ତ ଟ୍ରେନ୍‌ ଯାତାୟାତ କରୁନାହିଁ। ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରୁଥିବା ଅନେକ ରୁଟ୍‌ରେ ପରିବର୍ତ୍ତନ କରାଯାଇଛି। ତେବେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ‘ସୁପର ଆନାକୋଣ୍ଡା’ ଏବଂ ଶେଷନାଗ’ ଟ୍ରେନ୍‌କୁ ନିୟମିତ ଚଳାଇବା କଷ୍ଟକର ବ୍ୟାପାର। କାରଣ ଭାରତରେ ଏପରି ଟ୍ରେନ ରହଣି ପାଇଁ ସ୍ବତନ୍ତ୍ର ଷ୍ଟେଶନ ନାହିଁ। ବ୍ୟସ୍ତବହୁଳ ଏବଂ ସିଙ୍ଗଲ୍‌ ରୁଟ୍‌ରେ ଏପରି ଟ୍ରେନ୍‌ ଧାରଣାରେ ଗଡ଼ିବା ସମୟରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ଆଗକୁ ବଢ଼ିବାରେ ବହୁ ସମସ୍ୟାରେ ସମ୍ମୁଖୀନ ହେବା ଆଶଙ୍କା ବେଶି। ତେବେ ମାଲ୍‌ପରିବହନ ଲାଗି ଏହାକୁ ନିର୍ଦ୍ଦିଷ୍ଟ କେତୋଟି ଟ୍ରାକ୍‌ରେ ଚଲାଯାଇପାରେ।
ସୂଚନାଯୋଗ୍ୟ, ଭାରତୀୟ ରେଲଓ୍ବେ ଏସିଆର ସର୍ବବୃହତ୍‌ ଏବଂ ପୃଥିବୀର ଦ୍ୱିତୀୟ ବୃହତ୍ତମ ରେଲ୍‌ଓ୍ବେ ନେଟ୍‌ଓ୍ବର୍କ। ଦେଶରେ ମୋଟ ୧,୧୫,୦୦୦ କିମି ଲମ୍ବା ରେଳ ଧାରଣା ରହିଛି। ଏଥିରେ ଦୈନିକ ୭,୪୨୧ ମାଲାବାହୀ ଟ୍ରେନ୍‌ ଯାତାୟାତ କରିଥାଏ, ଯାହାର ମୋଟ ମାଲ୍‌ ପରିବହନ କ୍ଷମତା ୩୦ଲକ୍ଷ ଟନ୍‌। ଭାରତୀୟ ରେଲଓ୍ବେ ନିକଟରେ ୨ ଲକ୍ଷ ୩୯ ହଜାର ୨୮୧ଟି ମାଲବାହୀ ଓ୍ବାଗନ୍‌, ୫୯ ହଜାର ୭୧୩ ଯାତ୍ରୀବାହୀ ଡବା, ୯ହଜାର ୫୪୯ ଲୋକୋମିଟର ରହିଛି। ଦେଶରେ ଦୈନିକ ୧୨ ହଜାର ୬୧୭ଟି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିଥାଏ। ଏଥିରେ ମୋଟ ୨.୩ କୋଟି ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି।

କାହିଁକି ଏଭଳି ପରିକଳ୍ପନା
ବିଳମ୍ବିତ ସେବା ପାଇଁ ଅଧିକାଂଶ ସମୟରେ ନିନ୍ଦିତ ହେଉଛି ଭାରତୀୟ ରେଳ। ହେଲେ ଲକ୍‌ଡାଉନ୍‌ ସମୟରେ ଫାଙ୍କା ପଡ଼ିଥିବା ଟ୍ରାକ୍‌ ଏବେ ରେଲ୍‌ଓ୍ବେକୁ ପରୀକ୍ଷା କରିବା ଲାଗି ସୁଯୋଗ ଆଣି ଦେଇଛି। ଦୀର୍ଘତମ ଟ୍ରେନ୍‌ ଚଳାଇବା ପଛରେ ଇଞ୍ଜିନ୍‌ର କ୍ଷମତାଠାରୁ ଆରମ୍ଭ କରି ଟ୍ରାକ୍‌ର ପରିବହନ କ୍ଷମତା ଜଣାପଡ଼ିଥାଏ। ଏହାଛଡ଼ା ଏକାଧିକ ମାଲ୍‌ବାହୀ ଟ୍ରେନ୍‌କୁ ସଂଯୋଗ କରିବା ଦ୍ୱାରା ଅଧିକ ମାଲ୍‌ ପରିବହନ ମଧ୍ୟ ହୋଇପାରିବ, ଯାହା ଉଭୟ ଖର୍ଚ୍ଚ ଏବଂ ସମୟକୁ ବଞ୍ଚାଇବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri