Posted inଫୁରସତ

କାମେଗୌଡ଼ାଙ୍କୁ ଆଜୀବନ ମାଗଣା ବସ୍‌ସେବା

ବାଙ୍ଗାଲୁରୁ(କର୍ନାଟକ): ବଞ୍ଜର ପାହାଡ଼ ଅଞ୍ଚଳରେ ୧୬ ପୋଖରୀ ଖୋଳି ପୋଖରୀ ମାନବଭାବେ ଚର୍ଚ୍ଚାର ପରିସରକୁ ଆସିଥିବା କର୍ନାଟକର ୮୪ ବର୍ଷୀୟ କାମେଗୌଡ଼ା(ମେଣ୍ଢା ଚରାଳି)ଙ୍କୁ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମ(କେଏସ୍‌ଆର୍‌ଟିସି) ଆଜୀବନ ମାଗଣା ବସ୍‌ ପାସ୍‌ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରାପ୍ପାଙ୍କ ନିର୍ଦ୍ଦେଶକ୍ରମେ ଏହା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, କର୍ନାଟକର ମାଣ୍ଡ୍ୟ ଜିଲା ଅନ୍ତର୍ଗତ ଦାଶନଦୋଦ୍ଦି ଗ୍ରାମର କାମେଗୌଡ଼ାଙ୍କ ପରିବେଶ ପ୍ରତି ଚିନ୍ତା ଓ ୪୦ବର୍ଷର ଅବଦାନକୁ ଗତ ରବିବାର ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ। ଏହାର କିଛି ସମୟ ପୂର୍ବରୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମଧ୍ୟ କାମେଗୌଡ଼ାଙ୍କ ସହ ଭିଡିଓ କଲ୍‌ ମାଧ୍ୟମରେ ଆଲୋଚନା କରି ଜଳ ସଂରକ୍ଷଣ ଦିଗରେ ତାଙ୍କ ମହତ୍‌ କାର୍ଯ୍ୟର ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କାମେଗୌଡ଼ାଙ୍କ ନିଃସ୍ବାର୍ଥପର କାର୍ଯ୍ୟକୁ ସମ୍ମାନ ଜଣାଇ ମାଗଣା ପାସ୍‌ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ କେଏସ୍‌ଆର୍‌ଟିସିର ପରିଚାଳନା ନିର୍ଦ୍ଦେଶକ ଶିବୟୋଗୀ କଲାଶଦ୍‌ କହିଛନ୍ତି, କାମେଗୌଡ଼ାଙ୍କ ଅବଦାନ ଆଶ୍ଚର୍ଯ୍ୟଜନକ ଏବଂ ଅନୁକରଣୀୟ। ସେ ନିଗମର ସମସ୍ତ ଶ୍ରେଣୀର ବସ୍‌ସେବା ମାଗଣାରେ ପାଇବେ। ଏହା ଜାଣିବା ପରେ କାମେଗୌଡ଼ା ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ଏଥିସହ ସେ ମେଲ ମହାଦେଶ୍ୱର ମନ୍ଦିର ଏବଂ କେଙ୍ଗଲ ହନୁମନ୍ତ ମନ୍ଦିର ଦର୍ଶନ କରିବାକୁ ଚାହୁଁଥିବା କହିଛନ୍ତି। ଏଥିସହ ସେ କହିଛନ୍ତି, ଏବେ ଆଉ ଟଙ୍କାର ଚିନ୍ତା ନାହିଁ। ମାଗଣା ପାସ୍‌ ସାହାଯ୍ୟରେ ସେ ବସ୍‌ ଯୋଗେ ଯେକୌଣସି ମନ୍ଦିର ଦର୍ଶନ କରିବାର ସୁଯୋଗ ପାଇପାରିବେ। ସେହିପରି ସେ ସୁଯୋଗ ମିଳିଲେ ଥିମ୍ମାପ୍ପାଙ୍କ ଦର୍ଶନ କରିବାକୁ ଆଶା ରଖିଥିବା କହିବା ସହ ତାଙ୍କ କୃପାରୁ ବସ୍‌ ପାସ୍‌ ମିଳିଛି ବୋଲି କହିଛନ୍ତି। ଅଞ୍ଚଳବାସୀ ଏହି ପୋଖରୀ ମାନବଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ଦାବି କରୁଛନ୍ତି। ଏଥିସହ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ଜଳ ଯୋଦ୍ଧା ସମ୍ମାନ ପାଇଁ ମଧ୍ୟ ତାଙ୍କୁ ମନୋନୀତ କରିବାକୁ ନିବେଦନ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା କାମେଗୌଡ଼ାଙ୍କୁ ଫୋନ୍‌ ଯୋଗେ ଅଧିକ ପୋଖରୀ ଖୋଳିବା ପାଇଁ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇ କହିଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏକ ଜମି ଏବଂ ଘର ମିଳିବା ସମ୍ଭାବନା ମଧ୍ୟ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri