Posted inଖେଳ

ଶେରାଓ୍ବତ ସବୁଠାରୁ ଦାମୀ ଖେଳାଳି

ମୁମ୍ବାଇ, ୧୧ା୧୦(ପି.ଟି.): ଭାରତର ପଓ୍ବନ ଶେରାଓ୍ବତ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରୋ-କବାଡ଼ି ଲିଗ୍‌ର ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି। ତେଲୁଗୁ ଟାଇଟାନ୍ସ ତାଙ୍କୁ ୨.୬୦ କୋଟି ଟଙ୍କାରେ କ୍ରୟ କରିଛି। ଚଳିତବର୍ଷର ନିଲାମିରେ ମୋଟ ୬୦୧ ଖେଳାଳି ଭାଗ ନେଇଥିଲେ। ସିଜନ-୯ ନିଲାମିରେ ତାମିଲ ଥଲାଇଭାସ ଶେରାଓ୍ବତଙ୍କୁ ୨.୨୬ କୋଟି ଟଙ୍କାରେ କ୍ରୟ କରିଥିଲା। ଏସିଆନ ଗେମ୍ସ ଫାଇନାଲରେ ଇରାନ ବିପକ୍ଷ ବିଜୟ ମ୍ୟାଚରେ ଶେରାଓ୍ବତଙ୍କ ବଡ଼ ଭୂମିକା ରହିଥିଲା। ତାଙ୍କୁ ସେମାନଙ୍କ ଦଳରେ ନେବାଲାଗି ହରିୟାଣା ଷ୍ଟିଲର୍ସ, ୟୁପି ଯୋଦ୍ଧାସ, ତେଲୁଗୁ ଟାଇଟାନ୍ସ ଓ ବେଙ୍ଗାଲୁରୁ ବୁଲ୍ସ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଦୁଇଦିନିଆ ନିଲାମିର ପ୍ରଥମ ଦିବସରେ ଇରାନର ମହମାଦ୍ରେଜା ଶାଦୋଲି ଚିୟାନେଶ ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଥିଲେ। କାଟେଗୋରି-ଏ’ରେ ପୁନେରି ପଲ୍‌ଟନ ତାଙ୍କୁ ୨.୩୫ କୋଟି ଟଙ୍କାରେ କ୍ରୟ କରିଥିଲା। ଭାରତର ମନିନ୍ଦର ସିଂଙ୍କର ମଧ୍ୟ ଚାହିଦା ରହିଥିଲା। ତାଙ୍କୁ ବେଙ୍ଗଲ ଓ୍ବାରିୟର୍ସ ୨.୧୨ କୋଟି ଟଙ୍କାରେ ନେଇଥିଲା। ପ୍ରୋ-କବାଡ଼ି ଲିଗ୍‌ର ୧୦ମ ସଂସ୍କରଣରେ ମୋଟ ୧୩୭ ମ୍ୟାଚ ଖେଳାଯିବ। ୧୩୨ ଲିଗ୍‌ ପର୍ଯ୍ୟାୟ ମ୍ୟାଚ ପରେ ୫ ପ୍ଲେଅଫ୍‌, ଦୁଇ ଏଲିମିନେଟର, ଦୁଇ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। କାଟେଗୋରି ‘ଏ’ର ବେସ୍‌ ପ୍ରାଇସ୍‌ ୩୦ଲକ୍ଷ, କାଟେଗୋରି ‘ବି’ ପାଇଁ ୨୦ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ‘ସି’ ଓ ‘ଡି’ କାଟେଗୋରି ପାଇଁ ଯଥାକ୍ରମେ ୧୩ ଲକ୍ଷ ଓ ୯ ଲକ୍ଷ ଟଙ୍କା ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri