
ନୂଆଦିଲ୍ଲୀ,୨୧।୧ : ଶୀତଋତୁରେ ସହରରେ ଥିବା ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା ନେଇ ଉତ୍ତର ଭାରତୀୟ ରାଜ୍ୟଙ୍କୁ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଚାରପତି ରବୀନ୍ଦ୍ର ଭଟ୍ଟ ଏବଂ ଦୀପଙ୍କର ଦତ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଆଇନଜୀବୀ ପ୍ରଶାନ୍ତ ଭୁଷଣ କହିଛନ୍ତି ଯେ, ମୁଁ ନିଜେ ଦେଖିଛି ପ୍ରବଳ ଥଣ୍ଡାରେ ବହୁ ଲୋକ ରାସ୍ତାରେ ରହିଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ଖୋଲା ଆକାଶ।
ଖଣ୍ଡପୀଠଙ୍କ ପକ୍ଷରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ,ହିମାଚଳପ୍ରଦେଶ, ବିହାର ଆଦି ରାଜ୍ୟ ସରକାରଙ୍କୁ ଏଭଳି ବାସହୀନଙ୍କ ପାଇଁ ସେମାନଙ୍କର ଶୀତକାଳୀନ ଯୋଜନା ଉପରେ ରିପୋର୍ଟ ସହିତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।