WHOରୁ ଇସ୍ତଫା ଦେଲେ ଶେଖ୍‌ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…

ଢାକା,୧୦ା୯: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଝିଅ ସାଇମା ଓ୍ବାଜେଦ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ଅଭିଯୋଗକୁ ନେଇ WHO ଏବଂ ବାଂଲାଦେଶର ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ତଦନ୍ତ ଚାଲିଥିବାବେଳେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ସାଇମା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସାଇମା ୧ ଫେବୃଆରୀ ୨୦୨୪ରେ WHO ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ୫ ବର୍ଷ ଅର୍ଥାତ୍‌ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ସ୍ଥିର ହୋଇଥିଲା।
ବାଂଲାଦେଶର ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଅଭିଯୋଗ ଆସିବା ପରେ ଜୁଲାଇ ୨୦୨୫ରେ ତାଙ୍କୁ ପ୍ରଶାସନିକ ଛୁଟିରେ ରଖାଯାଇଥିଲା। ଫଳରେ ସେ ପ୍ରାୟ ଏକ ବର୍ଷ ଧରି ବିନା ଦରମାରେ ଛୁଟିରେ ଥିଲେ। ରିପୋର୍ଟ ଅନୁଯାୟୀ, ତାଙ୍କ ବିରୋଧରେ ଚୀନ ଯାତ୍ରା ଖର୍ଚ୍ଚ ସହ ଜଡ଼ିତ ଆର୍ଥିକ ଠକେଇ, ଶିକ୍ଷାଗତ ଯୋଗ୍ୟତା ବାବଦରେ ମିଥ୍ୟା ସୂଚନା ଏବଂ ବାଂଲାଦେଶରେ ଜମି ଅଧିଗ୍ରହଣ ସମ୍ପର୍କିତ ଅନିୟମିତତାର ଅଭିଯୋଗ ଉଠିଥିଲା। ଏହା ପରେ WHO ମଧ୍ୟ ତାଙ୍କ ବିରୋଧରେ ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଥିଲା।

WHO ତଦନ୍ତରେ ତାଙ୍କ ଚାଇନା ଯାତ୍ରା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଥିଲା। ସାଇମାଙ୍କ ଓକିଲମାନେ କୌଣସି ଆର୍ଥିକ ଠକେଇକୁ ଅସ୍ବୀକାର କରିବା ସହ ପ୍ରାୟ $୯୦୧ (ଡଲାର)ର ଯାତ୍ରା ଖର୍ଚ୍ଚ ଏକ କର୍ମଚାରୀଙ୍କ ପ୍ରଶାସନିକ ତ୍ରୁଟି ହେତୁ ହୋଇଥିଲା ବୋଲି ସ୍ପଷ୍ଟ କରିଛନ୍ତି।

ଅଟିଜିମ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିଥିଲା ଏବଂ ଏ ବାବଦରେ ସେ WHO ନେତୃତ୍ୱକୁ ଆଗରୁ ଅବଗତ କରାଇଥିଲେ। WHO ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ସ୍ବତନ୍ତ୍ର ବାଂଲାଦେଶୀ ଆଇନ ଅନୁଯାୟୀ ଏହି ଜମି ଅଧିଗ୍ରହଣ କରିଥିଲେ ବୋଲି ଦାବି କରିଛନ୍ତି।

ତାଙ୍କ ଇସ୍ତଫା ପତ୍ରରେ ସାଇମା WHO ନେତୃତ୍ୱ ଉପରେ ବିଶ୍ୱାସ ହରାଇଥିବା କଥା ଉଲ୍ଲେଖ କରିଛନ୍ତି। ଦୀର୍ଘ ଦିନ ବିନା ଦରମାରେ ଛୁଟିରେ ରହିବା ଯୋଗୁ ତାଙ୍କର ଆର୍ଥିକ ପରିସ୍ଥିତି କଷ୍ଟକର ହୋଇପଡ଼ିଥିଲା। ଅଞ୍ଚଳର ଦେଶଗୁଡ଼ିକୁ ସେବା କରିବା ପାଇଁ ସେ ର୍ନିବାଚିତ ହୋଇଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତିରେ ଦାୟିତ୍ୱ ସଠିକ ଭାବେ ର୍ନିବାହ କରିବା ସମ୍ଭବ ହେଉ ନଥିବାରୁ ସେ ପଦ ଛାଡ଼ିଥିବା ପ୍ରକାଶ କରିଛନ୍ତି।

ସାଇମାଙ୍କ ଇସ୍ତଫା ପରେ WHO ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ର ପାଇଁ ନୂତନ ଆଞ୍ଚଳିକ ନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ଆରମ୍ଭ କରିବ। ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀରେ ନିର୍ବାଚନ ଅନୁଷ୍ଠିତ ହେବ। WHO ନିୟମାନୁସାରେ, ଏହି ଆଞ୍ଚଳିକ ନିର୍ଦ୍ଦେଶକ ୧୧ଟି ସଦସ୍ୟ ଦେଶର ୨ ବିଲିୟନରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ସେବାର ତଦାରଖ କରିଥାନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ…

ସଂଗଠନରେ ବଡ଼ ଅଦଳବଦଳ: ୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା: ଓଡ଼ିଶାର ଏହି ନେତାଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ୭ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଏଥିରେ ଓଡ଼ିଶାର ବରିଷ୍ଠ ନେତା…

ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୦।୯: ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ…

ଯୁକ୍ତ୨ରେ ଯୋଡ଼ିହେଲା ୨ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ

ଭୁବନେଶ୍ୱର,୧୦ା୯(ସୁଚିସ୍ମିତା ସାହୁ): ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଇଁ ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

୧୧,୯୩୩ ଛୁଇଁବ ଡାକ୍ତର ସଂଖ୍ୟା, ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର୧୦,ା୯(ରବିନାରାୟଣ ଜେନା): ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ…

ଓଡ଼ିଶା ସମେତ ୫ ରାଜ୍ୟରେ ମଲ୍ଟିଟ୍ରାକ୍‌ ପ୍ରକଳ୍ପ ପାଇଁ ୧୦,୭୮୩ କୋଟି ଟଙ୍କା ମଞ୍ଜୁର; ଖଡ଼ଗପୁର-ଝାରସୁଗୁଡ଼ା…

ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୁଧବାର ଦେଶର ୮ଟି ପ୍ରମୁଖ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପ ପାଇଁ ୨୦,୮୦୪ କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri