ଫେବୃୟାରୀରେ ରିଲିଜ୍ ହେବ ‘ଶେହଜାଦା’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନଙ୍କ ମୋଷ୍ଟ ଆୱେଟେଡ ମୁଭି ‘ଶେହଜାଦା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଯାଇଛି । ଗୁରୁବାର ମୁମ୍ବାଇର ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏବେ ଅପେକ୍ଷା କେବେ ରିଲିଜ୍ ହେବ ମୁଭି । ପୁଣିଥରେ କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନଙ୍କ ଯୋଡି ସିଲଭର ସ୍କ୍ରିନରେ ଧମାଲ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ଗୁରୁବାର ସାଧାରଣ ଜନତାଙ୍କ ମଧ୍ୟରେ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର ରହିଛି । ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଧୱନ । ଶେହଜାଦା ଅଲ୍ଲୁ ଅର୍ଜୁନଙ୍କ ମୁଭି ‘ଅଲା ବୈକୁଣ୍ଠପୁରମୁଲୁ’ର ହିନ୍ଦୀ ରିମେକ ।
ଗୁରୁବାରର ଟ୍ରେଲର ଲଞ୍ଚ ଇଭେଣ୍ଟରେ କ୍ରିତି ଓ କାର୍ତ୍ତିକ ଷ୍ଟାଇଲିସ ଲୁକରେ ନଜର ଆସିଥିଲେ । ଗୋଟିଏ ପଟେ କାର୍ତ୍ତିକ ଫୁଲ ବ୍ଲାକ ଲୁକରେ ଥିବା ବେଳେ କ୍ରିତି ରେଡ ଡ୍ରେସ କ୍ୟାରି କରିଥିଲେ । ଏଥିରେ ସେ ଖୁବ୍ ସୁନ୍ଦର ଲାଗୁଥିଲେ । ଟ୍ରେଲର ଲଞ୍ଚ ସମୟରେ କାର୍ତ୍ତିକ ସ୍କୁଟିରେ ତାଙ୍କର ସ୍ୱାଗ ଦେଖାଇଥିଲେ ।
ଆକ୍ସନରେ ଭରପୁର ହୋଇଛି ଶେହଜାଦାର ଟ୍ରେଲର । ଆରମ୍ଭରୁ ଆକ୍ସନ ସହ କାର୍ତ୍ତିକଙ୍କ ଡାଏଲଗ ବି ଶୁଣିବାକୁ ମିଳିଛି । କାର୍ତ୍ତିକ କହୁଛନ୍ତି, ଫ୍ୟାମିଲି ପର ଆଏ ତୋ ଡିସକସନ ନେହିଁ କରତେ ଆକ୍ସନ କରତେ ହୈ । ଏହାପରେ କାର୍ତ୍ତିକଙ୍କ ପିତା ଭୂମିକାରେ ନଜର ଆସିଥିବା ପରେଶ ରାୱଲ କହୁଛନ୍ତି, ଇଏ ଓକିଲ ହେବ ନା ବାଉନସର । କାର୍ତ୍ତିକ କହୁଛନ୍ତି ଉଭୟ । ଏହାସହ ଫିଲ୍ମଟି ଆକ୍ସନ ବ୍ୟତୀତ କମେଡି ଓ ରୋମନ୍ସରେ ଭରପୁର ରହିଛି । କୁହାଯାଉଛି ଅଡିଅନ୍ସଙ୍କୁ ଶେହଜାଦାରୁ ଜବରଦସ୍ତ ଏଣ୍ଟରଟେନମେଣ୍ଟର ଡୋଜ ମିଳିବ ।
କୁହାଯାଉଛି କି ‘ଶେହଜାଦା’ର ମେକର୍ସ ଫିଲ୍ମର ଟ୍ରେଲରକୁ ଗ୍ରାଣ୍ଡ କରିବାକୁ ବିଶେଷ ପ୍ରସ୍ତୁତି କରିଛନ୍ତି । ଏହାର ଟ୍ରେଲର ରିଲିଜ ଅବସରରେ ୩ ଦିନର ଇଭେଣ୍ଟ ରହିଛି । ଏହାର ଆରମ୍ଭ ୧୨ ଜାନୁୟାରୀରୁ ମୁମ୍ବାଇରେ ଟ୍ରେଲର ଲଞ୍ଚ ଅବସରରେ ହୋଇଛି । ଏହାସହ ୧୩ ଜାନୁୟାରୀରେ ଫିଲ୍ମର ଷ୍ଟାର କାଷ୍ଟ କାର୍ତ୍ତିକ ଓ କୃତି ଜଳନ୍ଧରରେ ଲୋହଡି ପାଳନ ସହ ଫିଲ୍ମର ଟ୍ରେଲର ରିଲିଜ କରିବେ । ଜାନୁୟାରୀ ୧୪ ମକର ସଂକ୍ରାନ୍ତି ଅବସରରେ କଚ୍ଛରେ ଶେହଜାଦାର ଟ୍ରେଲର ରିଲିଜ୍ କରାଯିବ । ତେବେ ଫିଲ୍ମ ଶେହଜାଦା ୧୦ ଫେବୃୟାରୀରେ ରିଲିଜ୍ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?