୨୪ ଘଣ୍ଟାରେ ଉଦ୍ଧାର ନ ହେଲେ ଧାରଣା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମ ବସ୍ତିରୁ ଜଣେ ନାବାଳିକା ଅପହରଣ ହେବାର ୮ମାସ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିପାରି ନାହିଁ। କେବଳ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଚୁପ ରହିଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ମା’ବାପା ଥାନାକୁ ଦୌଡ଼ି ନୟାନ୍ତ ହେବା ପରେ ଡିସିପି ଓ କମିଶନର ଅଫିସ ଯାଇ ଅଭିଯୋଗ କରିଥିଲେ। ସେଠାରେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ମିଳିଥିଲା। ଶେଷରେ ନିରୁପାୟ ହୋଇ ନାବାଳିକାଙ୍କ ମାତାପିତା ରାଷ୍ଟ୍ରୀୟ ସମାଜସେବୀ ପରିଷଦର ସାହାଯ୍ୟ ଲୋଡ଼ିଛନ୍ତି। ଫଳରେ ଶୁକ୍ରବାର ସେମାନଙ୍କୁ ନେଇ ସଂଗଠନର ସଭ୍ୟମାନେ ମଞ୍ଚେଶ୍ୱର ଥାନାରେ ପହଞ୍ଚି ଥାନାଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି। ଯଦି ୨୪ ଘଣ୍ଟା ମଧ୍ୟରେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଉକ୍ତ ମା’ବାପାଙ୍କୁ ହସ୍ତାନ୍ତର ନ କରେ ତେବେ ସଂଗଠନ ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ପୁରୁଷୋତ୍ତମ ବସ୍ତିରେ ରହୁଥିବା ଗୁଣମଣି ସାହୁ ଓ ରଶ୍ମିତାଙ୍କ ନବମ ଶ୍ରେଣୀରେ ପଢୁଥିବା ଝିଅ ଗତ ବର୍ଷ ଅକ୍ଟୋବର ୨୩ରେ ଟ୍ୟୁଶନକୁ ଯାଇ ଆଉ ଘରକୁ ଫେରି ନ ଥିଲା। ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ନ ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ନଂ-୩୬୩/୨୦ରେ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଏପ୍ରିଲ ୩୦ ଅର୍ଥାତ ମଙ୍ଗଳବାର ଏକ ଅଜଣା ନମ୍ବରରୁ ତାଙ୍କ ଝିଅ ଫୋନ କରି ହଂସପାଳ ନିକଟରେ ଅଛି, ଶୀଘ୍ର ଆସି ମତେ ନେଇଯାଅ ବୋଲି କାନ୍ଦି କାନ୍ଦି କହିଥିଲା। ପରିବାର ଲୋକେ ସେଠାକୁ ଯାଇଥିଲେ ମଧ୍ୟ ଝିଅକୁ ପାଇ ନ ଥିଲେ। ଏ ନେଇ ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ତେବେ ଏ ନେଇ ମଞ୍ଚେଶ୍ୱର ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି, ଏହି ମାମଲାର ଅଧିକ ତଦନ୍ତ ଚାଲିଛି। ଯଥାଶୀଘ୍ର ନାବାଳିକାଙ୍କୁ ଉଦ୍ଧାର କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ: ନବୀନ ନିବାସ ନ ଆସି ଅନାଥ, ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ବହୁତ କ୍ଷତି ହୋଇଛି। ଏଣୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ...

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ଭାରତରେ ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ୍‌...

ରାଜ୍ୟ ବାହାରକୁ ଗଡ଼ିବ ଅଧିକ ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ବାହାର ରାଜ୍ୟକୁ ଓଡିଶା ପରିବହନ ନିଗମ(ଓଏସଆର୍‌ଟିସି) ଗଡିବ। ଏଥିପାଇଁ କେତେ ରାଜ୍ୟ ଅନୁମତି ଦେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ପରିବହନ...

ଦୁଇଦିନ ଝଡ଼ବର୍ଷା: ୧୮ରୁ ବଢ଼ିବ ତାତି

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ତାତିର ପ୍ରକୋପ ନାହିଁ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ତଳେ ରହୁଛି। ଆସନ୍ତା ୩...

ରାଜ୍ୟରେ କମିବ ଶୀତ : ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୭...

ତିନିରଥର ଶୋଭା ବଢାଏ ୯୬ ପିତ୍ତଳ ସାମଗ୍ରୀ

ପୁରୀ ଅଫିସ,୨।୭: ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ସେବାରେ ୧୧୯ ପ୍ରକାର ସେବକ ଅଛନ୍ତି। ହେଲେ ଏଥିମଧ୍ୟରୁ ଅନେକ ସେବା ପ୍ରାୟ ବନ୍ଦ ହୋଇଯାଇଛି। କିନ୍ତୁ...

ବରଦା ପ୍ରସନ୍ନ ଦାସ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ୱର ୨୪।୯(ବ୍ୟୁରୋ)- ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦୀର୍ଘଦିନ ଧରି ଖାଲିଥିବା ଅତିରିକ୍ତ ନିର୍ଦ୍ଦେଶକ ପଦ ପୂରଣ କରାଯାଇଛି। ଯୁଗ୍ମ ନିର୍ଦ୍ଦେଶକ ଥିବା ବରଦା...

କାରରୁ ନରକଙ୍କାଳ ମିଳିବା ଘଟଣା : ସାମ୍ନାକୁ ଆସିଲା ସ୍କେଚ୍‌

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଖୋର୍ଦ୍ଧା ଜିଲା ଯାଁଳା ଫାଣ୍ଡିରେ ଜବତ କାରରୁ ମାସେ ତଳେ ଏକ ନରକଙ୍କାଳ ମିଳିଥିଲା। ଏହି ଘଟଣାରେ ମହିଳାଙ୍କ ମୁହଁର ସ୍କେଚ ଆସିଛି। ବେଙ୍ଗାଲୁରୁର...

Advertisement
Archives

Model This Week