ଉପହାର ଲୋଭରେ ହରାଇଲେ ୩.୯୫ ଲକ୍ଷ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଜଣେ ଯୁବକ ବିବାହ କରିବାକୁ ଯାଇ ଓଡ଼ିଆ ମାଟ୍ରିମୋନିରେ ବିଜ୍ଞାପନ ଦେବା ପରେ ବଡ଼ଧରଣର ସାଇବର ଠକେଇର ଶିକାର ହୋଇଛନ୍ତି। ସେଥିରେ ଜଣେ ଯୁବତୀ ତାଙ୍କୁ ଚୂନ ଲଗାଇ ୩ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା କଟକ ଜିଲା ନେମାଳୋ ଥାନା ଗୋପୀନାଥପୁର ଗ୍ରାମର ସର୍ବପ୍ରସନ୍ନ ପଣ୍ଡା (୪୨) ଏ ନେଇ ଶୁକ୍ରବାର ସାଇବର ସେଲରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ସେ ବିବାହ କରିବାକୁ ଓଡ଼ିଆ ମାଟ୍ରିମୋନିରେ ବିଜ୍ଞାପନ ଦେଇଥିଲେ। ସେଥିରେ ଜଣେ ଯୁବତୀ ତାଙ୍କ ନମ୍ବରକୁ ଫୋନ କରିଥିଲେ। ଉକ୍ତ ଯୁବତୀ ନିଜକୁ ୟୁକେରେ ଡାକ୍ତର ଅଛନ୍ତି ବୋଲି କହିବା ପରେ ସର୍ବପ୍ରସନ୍ନ ତାଙ୍କ ସହ କଥା ହୋଇଥିଲେ। ଏପରିକି ଯୁବତୀ ବିଦେଶରୁ ଫେରି ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ତେବେ ଯୁବତୀ ସର୍ବପ୍ରସନ୍ନଙ୍କ ବିଶ୍ୱାସ ଜିଣି ଲୁଟିବାକୁ ଚକ୍ରାନ୍ତ କରିଥିଲେ। ସେ ୟୁକେରୁ ତାଙ୍କ ପାଇଁ ଉପହାର ଆକାରରେ ସୁନା ଚେନ୍‌, ଘଡି ସହ କିଛି ଡଲାର କୋରିଅରରେ ପଠାଇବା ପାଇଁ ଠିକଣା ମାଗିଥିଲେ। ଏସବୁ ପାଇବା ଆଶାରେ ସର୍ବପ୍ରସନ୍ନ ନିଜ ଘରର ଠିକଣା ଦେଇଥିଲେ। ଠିକଣା ଦେବାର ୨ରୁ ୩ ତିନି ପରେ ତାଙ୍କୁ ଫୋନ କଲ ଆସିଥିଲା। ଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ନାମରେ ଏକ ପାର୍ସଲ ଆସିଛି ବୋଲି ଜଣେ ଯୁବକ ଫୋନ କରି କହିଥିଲେ। ଠିକଣାରେ ପହଞ୍ଚିବା ପାଇଁ ପ୍ରଥମେ ୩୮ ହଜାର ପରେ ପଞ୍ଜୀକରଣ ପାଇଁ ୯୭ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ। ଏପରିକି ସେଥିରେ ଥିବା ଡଲାର ୩୭ ଲକ୍ଷ ଟଙ୍କା ହେବ, ଏହି ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର ହେବା ପାଇଁ ୨ ଲକ୍ଷ ୬୦ ହଜାର ଦେବାକୁ ପଡ଼ିବ ବୋଲି ଉକ୍ତ ଯୁବକ କହିଥିଲେ। ଏଥିରେ ସର୍ବପ୍ରସନ୍ନ ଲୋଭରେ ପଡ଼ି ଏକ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ଦେଇଥିଲେ। ଏହିପରି ବିଭିନ୍ନ ଆଳରେ ସର୍ବମୋଟ ୩ ଲକ୍ଷ ୯୫ ହଜାର ଦେଇଥିଲେ। ତଥାପି ଉପହାର ପହଞ୍ଚିବା ପାଇଁ ଆଉ ୫ ଲକ୍ଷ ଟଙ୍କା ମାଗିବାରୁ ସେ ସନ୍ଦେହ କରିଥିଲେ। ପରେ ହଠାତ୍‌ ଫୋନ କଟିଯିବାରୁ ସେହି ନମ୍ବରରେ କଲ୍‌ କରିବା ସତ୍ତ୍ୱେ ନ ଲାଗିବାରୁ ଠକାମିର ଶିକାର ହୋଇଥିବା ସେ ଜାଣିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂରକ୍ଷିତ ସିଟ୍‌ରେ ଅନ୍‌ଲାଇନ ନାମଲେଖା

ଭୁବନେଶ୍ୱର, ୨୫।୨(ବ୍ୟୁରୋ):ରାଇଟ୍‌ ଟୁ ଏଜୁକେଶନ (ଆର୍‌ଟିଇ) ଅନ୍‌ଲାଇନ୍‌ ପୋର୍ଟାଲ ବୁଧବାର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓସେପା କାର୍ଯ୍ୟାଳୟରେ...

ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମାଟ୍ରିକ ଡ୍ରପ୍‌ଆଉଟ୍‌ ପିଲା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର, ୧୪ା୩(ବ୍ୟୁରୋ): ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲା । ମଙ୍ଗଳବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ...

୨ ଲକ୍ଷ କୋଟିର ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୩୦।୭(ବ୍ୟୁରୋ)-୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍‌ ଶନିବାର ବିଧାନସଭାରେ ଗୃହୀତ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ...

ଶଟ୍‌ଡାଉନ୍‌ରେ ଚାଲିଥିଲା ବେପାର: ସିଲ୍‌ ହେଲା ୪ ନମ୍ବର ମାଛ ମାର୍କେଟ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୪ ନମ୍ବର ମାଛ ମାର୍କେଟକୁ ରବିବାର ସିଲ୍‌ କରାଯାଇଛି । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାଛ...

ଓଡ଼ିଶାର ଆକ୍ସନ ପ୍ଲାନ୍‌କୁ କେନ୍ଦ୍ରର ମଞ୍ଜୁରୀ

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୦ରୁ ୨୦୩୦ ପର୍ଯ୍ୟନ୍ତ ଏକ ୧୦ ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର...

ମହିଳାଙ୍କ ବେକ କାଟିଦେଲେ ଦୁର୍ବୃତ୍ତ : ଭୟଭୀତ ଅବସ୍ଥାରେ ସହରବାସୀ

କଟକ ଅଫିସ,୨୯।୭: କଟକରେ ୩ ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ। ଏପରିସ୍ଥଳେ ରବିବାର ରାତିରେ କଟକରେ...

ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ୍‌

ପୁରୀ, ୨୬ା୬(ଅଜିତ୍‌ ମହାନ୍ତି): କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର...

ରାସ୍ତାରେ ବୁଲୁଛି କଲରାପତରିଆ ବାଘ, ଲୋକେ ଆତଙ୍କିତ

ରିଆମାଳ,୩୧ା୭(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳରେ ବାଘ ଆତଙ୍କ। ଏକ କଲରାପତରିଆ ବାଘ ରିଆମାଳ-ରାମପାଲି ରାସ୍ତା କ୍ରସର ଆଗରେ ଶନିବାର ସନ୍ଧ୍ୟାରେ ଦେଖାଯାଇଥିଲା। କାରରେ ଯାଉଥିବା କିଛି...

Advertisement
Archives

Model This Week