Posted inଫୁରସତ

ଅନ୍ୟକୁ ବଞ୍ଚାଇ ନିଜେ ଚାଲିଗଲେ

୩୩ ବର୍ଷୀୟା ସ୍ବାତୀ ଗର୍ଗ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରେ ସ୍ବାମୀ, ଝିଅ ଓ ମା’ଙ୍କ ସହ ରହୁଥିଲେ। ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ବି କିଛିଦିନ ହେବ ରହୁଥିଲେ। ଥରେ ଶର୍ଟ ସର୍କିଟ୍‌ ଯୋଗୁ ରାତିରେ ତାଙ୍କ ଆପାର୍ଟମେଣ୍ଟର ଗ୍ରାଉଣ୍ଡଫ୍ଲୋର୍‌ରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ୨ଟା ବେଳକୁ ନିଆଁ ୯ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥାଏ। ଚାରିଆଡ଼େ ବହଳ ବହଳ ଧୂଆଁ। ସ୍ବାତୀ ନିଆଁ ଲାଗିଥିବା କଥା ଜାଣିପାରି ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଉଠାଇ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହିଥିଲେ। ସ୍ବାମୀ କୁନି ଝିଅକୁ ଧରି ଦୌଡ଼ିଲେ ଉପର ମହଲା ଆଡ଼କୁ। ପଛରେ ସ୍ବାତୀ ଓ ତାଙ୍କ ମା’ ଥାଆନ୍ତି। ତାଙ୍କ ସ୍ବାମୀ ଏକ ଖାଲି ଓ ଧୂଆଁ ନ ଥିବା କୋଠରି ଦେଖି ଆଶ୍ରୟ ନେଲେ। ଭାବିଲେ ପଛରେ ଆସୁଥିବା ସ୍ବାତୀ ଓ ତାଙ୍କ ମା’ ବି କେଉଁଠି ଆଶ୍ରୟ ନେଇଥିବେ। ହେଲେ ସ୍ବାତୀ ତାଙ୍କ ମା’ଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇ ସେଇ ବହଳ ଧୂଆଁରେ ଦୌଡ଼ି ଦୌଡ଼ି ଯାଇ ସମସ୍ତ ପଡ଼ୋଶୀଙ୍କ ଘରର କବାଟ ବାଡ଼େଇ ଉଠାଇବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଥିଲେ। ସମସ୍ତେ ଉପର ମହଲାକୁ ଦୌଡ଼ିଲେ ଆଶ୍ରୟ ପାଇଁ କାରଣ ତଳକୁ ଯିବା ଅସମ୍ଭବ ଥିଲା। ନିଆଁର ପ୍ରକୋପ ବଢି ବଢି ଚାଲିଥାଏ। ଧୁଆଁରେ କରିଡର ବି ଦେଖାଯାଉ ନ ଥାଏ। ଏମିତି ଡାକିବା ଭିତରେ ସ୍ବାତୀ ଧୂଆଁରେ ଅଣନିଃଶ୍ୱାସୀ ହୋଇଯାଇଥିଲେ। ଜୀବନ ବିକଳରେ ଦୌଡ଼ିଥିଲେ ଦଶ ମହଲାକୁ। ଆଉ ଟିକେ ତାଜା ପବନ ପାଇବା ପାଇଁ ଛାତର କବାଟ ଖୋଲିବାକୁ ଚେଷ୍ଟା କଲେ। ହେଲେ ତାହା ଖୋଲିଲା ନାହିଁ। ଶେଷରେ ସେ ସେଇ କବାଟ ପାଖରେ ଚେତାଶୂନ୍ୟ ହୋଇପଡ଼ିଗଲେ। ଦମକଳବାହିନୀ ଆସି ସମସ୍ତଙ୍କୁ ଉଦ୍ଧାର କରିବାବେଳେ ସ୍ବାତୀଙ୍କୁ ବି ଉଦ୍ଧାର କଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ପଠାଗଲା। ହେଲେ ଡାକ୍ତରଖାନା ପହଞ୍ଚତ୍ବା ପୂର୍ବରୁ ସେ ଆଖିବୁଜି ଦେଇଥିଲେ। ଆପାର୍ଟମେଣ୍ଟର ସବୁ ପଡ଼ୋଶୀ ତାଙ୍କ ସାହସିକତା, ପରୋପକାରକୁ ମନେପକାଇ ବହୁତ ଦୁଃଖିତ ହେଲେ। ସମସ୍ତଙ୍କ ନଜରରେ ସେ ପାଲଟି ଯାଇଥିଲେ ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?