Posted inଫୁରସତ

ଅନ୍ୟକୁ ବଞ୍ଚାଇ ନିଜେ ଚାଲିଗଲେ

୩୩ ବର୍ଷୀୟା ସ୍ବାତୀ ଗର୍ଗ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରେ ସ୍ବାମୀ, ଝିଅ ଓ ମା’ଙ୍କ ସହ ରହୁଥିଲେ। ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ବି କିଛିଦିନ ହେବ ରହୁଥିଲେ। ଥରେ ଶର୍ଟ ସର୍କିଟ୍‌ ଯୋଗୁ ରାତିରେ ତାଙ୍କ ଆପାର୍ଟମେଣ୍ଟର ଗ୍ରାଉଣ୍ଡଫ୍ଲୋର୍‌ରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ୨ଟା ବେଳକୁ ନିଆଁ ୯ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥାଏ। ଚାରିଆଡ଼େ ବହଳ ବହଳ ଧୂଆଁ। ସ୍ବାତୀ ନିଆଁ ଲାଗିଥିବା କଥା ଜାଣିପାରି ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଉଠାଇ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହିଥିଲେ। ସ୍ବାମୀ କୁନି ଝିଅକୁ ଧରି ଦୌଡ଼ିଲେ ଉପର ମହଲା ଆଡ଼କୁ। ପଛରେ ସ୍ବାତୀ ଓ ତାଙ୍କ ମା’ ଥାଆନ୍ତି। ତାଙ୍କ ସ୍ବାମୀ ଏକ ଖାଲି ଓ ଧୂଆଁ ନ ଥିବା କୋଠରି ଦେଖି ଆଶ୍ରୟ ନେଲେ। ଭାବିଲେ ପଛରେ ଆସୁଥିବା ସ୍ବାତୀ ଓ ତାଙ୍କ ମା’ ବି କେଉଁଠି ଆଶ୍ରୟ ନେଇଥିବେ। ହେଲେ ସ୍ବାତୀ ତାଙ୍କ ମା’ଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇ ସେଇ ବହଳ ଧୂଆଁରେ ଦୌଡ଼ି ଦୌଡ଼ି ଯାଇ ସମସ୍ତ ପଡ଼ୋଶୀଙ୍କ ଘରର କବାଟ ବାଡ଼େଇ ଉଠାଇବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଥିଲେ। ସମସ୍ତେ ଉପର ମହଲାକୁ ଦୌଡ଼ିଲେ ଆଶ୍ରୟ ପାଇଁ କାରଣ ତଳକୁ ଯିବା ଅସମ୍ଭବ ଥିଲା। ନିଆଁର ପ୍ରକୋପ ବଢି ବଢି ଚାଲିଥାଏ। ଧୁଆଁରେ କରିଡର ବି ଦେଖାଯାଉ ନ ଥାଏ। ଏମିତି ଡାକିବା ଭିତରେ ସ୍ବାତୀ ଧୂଆଁରେ ଅଣନିଃଶ୍ୱାସୀ ହୋଇଯାଇଥିଲେ। ଜୀବନ ବିକଳରେ ଦୌଡ଼ିଥିଲେ ଦଶ ମହଲାକୁ। ଆଉ ଟିକେ ତାଜା ପବନ ପାଇବା ପାଇଁ ଛାତର କବାଟ ଖୋଲିବାକୁ ଚେଷ୍ଟା କଲେ। ହେଲେ ତାହା ଖୋଲିଲା ନାହିଁ। ଶେଷରେ ସେ ସେଇ କବାଟ ପାଖରେ ଚେତାଶୂନ୍ୟ ହୋଇପଡ଼ିଗଲେ। ଦମକଳବାହିନୀ ଆସି ସମସ୍ତଙ୍କୁ ଉଦ୍ଧାର କରିବାବେଳେ ସ୍ବାତୀଙ୍କୁ ବି ଉଦ୍ଧାର କଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ପଠାଗଲା। ହେଲେ ଡାକ୍ତରଖାନା ପହଞ୍ଚତ୍ବା ପୂର୍ବରୁ ସେ ଆଖିବୁଜି ଦେଇଥିଲେ। ଆପାର୍ଟମେଣ୍ଟର ସବୁ ପଡ଼ୋଶୀ ତାଙ୍କ ସାହସିକତା, ପରୋପକାରକୁ ମନେପକାଇ ବହୁତ ଦୁଃଖିତ ହେଲେ। ସମସ୍ତଙ୍କ ନଜରରେ ସେ ପାଲଟି ଯାଇଥିଲେ ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri