ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ଶତ୍ରୁଘ୍ନ ସିହ୍ନା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବମ୍ବେ: ଗତ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରେମିକ ଜାହିର ଇକବାଲଙ୍କୁ ସେ ବିବାହ କରିଛନ୍ତି। ଏହାକୁ ନେଇ ଶୁଭେଚ୍ଛା ଏବଂ ଉତ୍ସବର ବାତାବରଣ ଜାରି ରହିଥିବା ବେଳେ ଏବେ ଏକ ଖରାପ ଖବର ସାମ୍ନାକୁ ଆସିଛି। ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନିକଟରେ ଅଭିନେତ୍ରୀଙ୍କୁ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା। ସେବେଠାରୁ ସେ ଗର୍ଭବତୀ ଥିବା ଗୁଜବ ଉଠିଥିଲା। ହେଲେ ଏବେ ମାମଲା ଭିନ୍ନ ବୋଲି ଜଣାପଡ଼ିଛି। ବାପା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ସୋନାକ୍ଷୀ ତାଙ୍କୁ ଭେଟିବାକୁ ପହଞ୍ଚିଥିବା ସ୍ପଷ୍ଟ ହୋଇଛି।

ରିପୋର୍ଟ ମୁତାବକ, ଶତ୍ରୁଘ୍ନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ନିଜର ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିଲେ। ପୂର୍ବରୁ ମଧ୍ୟ ଝିଅଙ୍କ ବିବାହରେ ଶତ୍ରୁଘ୍ନ ଖୁସି ନାହାନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ପରେ ତାହା ଭୁଲ ବୋଲି ଜଣାପଡ଼ିଥିଲା। ସେ ବିବାହରେ ସାମିଲ ହେବା ସହ ବେଶ ଖୁସି ଥିବା ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ବଦଳିଗଲା ସୋନାକ୍ଷୀଙ୍କ ମୁଡ୍‌, ଏବେ ଏହି ସିନ୍‌ରେ କରିବେନି ଅଭିନୟ

ମୁମ୍ବାଇ,୧୩।୭: ସୋନାକ୍ଷୀ ସିହ୍ନା ତାଙ୍କ ବିବାହକୁ ନେଇ କିଛିଦିନ ଧରି ଲାମ ଲାଇଟରେ ଥିଲେ। ଜହିର ଇକବାଲଙ୍କ ସହ ବିବାହ ପରେ ଅଭିନେତ୍ରୀ ଏବେ ନିଜ...

ମା’ ହେବାକୁ ଯାଉଛନ୍ତି କଟ୍ରିନା !

ବମ୍ବେ: ଗର୍ଭବତୀ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌। ଖୁବ୍‌ଶୀଘ୍ର ଅଭିନେତା ବିକ୍କି କୌଶଲ ବାପା ହେବେ। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ...

ନଣନ୍ଦ ଶ୍ୱେତାଙ୍କ ଯୋଗୁ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ଫାଟ ! ଅଲଗା ହେବା ଚର୍ଚ୍ଚା ବଢ଼ିଲା…

ବମ୍ବେ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଯାହା ଆଖିକୁ ନଜର ଆସିଥାଏ ତାହା ସତ ହୋଇ ନ ଥାଏ। ବରଂ ଯାହା...

ମୁସଲମାନ୍‌ ବୋଲି ଲୋକେ ଆତଙ୍କବାଦୀ ଭାବନ୍ତି, ଲକି ଅଲିଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା…

ବମ୍ବେ: ବଲିଉଡ୍‌ ଗାୟକ ଲକି ଅଲିଙ୍କୁ କିଏ ବା ନଜାଣେ। ସେ ନିଜର ସ୍ବରର ଯାଦୁଗରୀରେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। ଆଜି ବି ତାଙ୍କ ଗୀତ...

Anant Radhika wedding: ଡ୍ୟାନ୍ସରେ ମଜି ଯାଇଥିଲେ ପ୍ରିୟଙ୍କା, ନିକ୍‌ଙ୍କ ସହ ଅନନ୍ୟା କଲେ ଏମିତି କିଛି ଦେଖି ତାଜୁବ ହୋଇଗଲେ ସମସ୍ତେ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅନନ୍ତ ଅମ୍ବାନୀ ଏବଂ ରାଧିକା। ତେବେ ଅମ୍ବାନୀ ପରବାରର ଶେଷ ବିବାହ ବହୁ ଧୁମଧାମ୍‌ରେ ପାଳନ ହୋଇଛି। ଯାହାର...

ରିତେଶଙ୍କ ଓଟିଟି ଡେବ୍ୟୁ

ମୁମ୍ବାଇ: ଅଭିନେତା ରିତେଶ ଦେଶ୍‌ମୁଖ ଓଟିଟିରେ ଡେବ୍ୟୁ କରିଛନ୍ତି। ଓଟିଟି ପ୍ଲାଟ୍‌ଫର୍ମ ଜିଓ ସିନେମାରେ ତାଙ୍କର ପ୍ରଥମ ୱେବ୍‌ ସିରିଜ ‘ପିଲ୍‌’ର ଷ୍ଟ୍ରିମିଂ ଶୁକ୍ରବାର ଆରମ୍ଭ ହୋଇଛି।...

ଜୀବନସାଥୀ ହେଲେ ରାଧିକା, ଅନନ୍ତ

ମୁମ୍ବାଇ,୧୩ା୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ...

ଅନନ୍ତ-ରାଧିକାଙ୍କ ବିବାହରେ ଯୋଗଦେଲେ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଜନ୍‌ ସିନା

ମୁମ୍ବାଇ,୧୨ା୭: ବାହାରିଲାଣି ବରଯାତ୍ରୀ। ଆଉ କିଛି ସମୟ ମଧ୍ୟରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri