Posted inଫୁରସତ

ଶାସଙ୍ଗ ଜଗନ୍ନାଥ ମନ୍ଦିର

ବାଲେଶ୍ୱର ସହରରୁ ନିମିକି ସଡ଼କରେ ଇଞ୍ଚୁଡ଼ି ଅଭିମୁଖେ ପ୍ରାୟ ୧୦ କି.ମି. ଦୂର ଗଲେ ପଡ଼େ ପାଗନଈ ଛକ। ଆଉ ଏହି ଛକରୁ ଡାହାଣ ପାର୍ଶ୍ୱ ଦେଇ କିଛିବାଟ ଗଲେ ପଡ଼ିଥାଏ ଶାସଙ୍ଗ ଗ୍ରାମପଞ୍ଚାୟତ; ଯେଉଁ ଗ୍ରାମପଞ୍ଚାୟତର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରା। ସରକାରୀ ପ୍ରାମାଣିକ ତଥ୍ୟ ଅନୁଯାୟୀ, ଏହି ଶ୍ରୀଜୀଉମାନେ କୁଆଡ଼େ ପ୍ରାୟ ୮୭୪ ବର୍ଷ ହେଲାଣି ଏଠାରେ ପୂଜା ପାଇ ଆସୁଛନ୍ତି। ତେବେ ଏହି ମନ୍ଦିରର ସ୍ବତନ୍ତ୍ରତା ହେଉଛି ଯେ, ପୁରୀ ଶ୍ରୀକ୍ଷେତ୍ରର ନୀତିରୀତିକୁ ଅନୁସରଣ କରି ଯଥାସମ୍ଭବ ଏଠାରେ ଶ୍ରୀଜୀଉମାନଙ୍କର ସେବା ପୂଜା କରାଯାଇଥାଏ।

ଏଠାରେ ମଧ୍ୟ ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଚନ୍ଦନଯାତ୍ରା ଭଳି ଦ୍ୱାଦଶ ଯାତ୍ରା ପାଳିତ ହୋଇଥାଏ। ମହାପ୍ରଭୁଙ୍କଠାରେ ପ୍ରତ୍ୟେକ ଦିନ ବିଭିନ୍ନ ଭୋଗ ନୀତି ସହ ଦୁଇ ଓଳି ଅନ୍ନ ଭୋଗ ଲାଗି ହୋଇଥାଏ। ଶ୍ରୀଜଗନ୍ନାଥ ଶାସ୍ତ୍ର ଅନୁଯାୟୀ, ଶ୍ରୀଜୀଉମାନଙ୍କୁ ବାର ଅନୁସାରେ ଏଠାରେ ବିଭିନ୍ନ ଲୁଗା ଓ ପୁଷ୍ପ ପିନ୍ଧାଯିବା ସହ ନାନାଦି ଫଳ ଓ ପରିବା ଆଦି ପ୍ରସାଦ ଭାବେ ଲାଗି କରାଯାଇଥାଏ। ଏଠାରେ ମହାପ୍ରଭୁମାନଙ୍କ ସେବା କରୁଥିବା ସମସ୍ତ ସେବକଙ୍କୁ ଜାଗିରି ସେବକ ବୋଲି କୁହାଯାଇଥାଏ। ଶୁଣାଯାଏ ଯେ, ଏଠାରେ ଶାସନ କରୁଥିବା ତତ୍କାଳୀନ ସାମନ୍ତ (ଜମିଦାର) ମହାପ୍ରଭୁଙ୍କୁ ସ୍ଥାପିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ତା’ସହିତ ଠାକୁରଙ୍କ ସେବାରେ କିଛି ଯେମିତି ଅସୁବିଧା ନହୁଏ, ସେଥିପାଇଁ ସିଏ ସମସ୍ତ ସେବକଙ୍କୁ କିଛି କିଛି ଜମି ମଧ୍ୟ ପ୍ରଦାନ କରିଥିଲେ। ଏହି ମନ୍ଦିରରେ ବଡ଼ଠାକୁର ଶ୍ରୀବଳଦେବ, ମା’ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ମାଧବଙ୍କ ସମେତ ବହୁ ପାର୍ଶ୍ୱ ଦେବଦେବୀଙ୍କର ମୂର୍ତ୍ତି ଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ଆଉ ଏକ ପ୍ରାମାଣିକ ତଥ୍ୟ ଅନୁଯାୟୀ, ଏହି ଗ୍ରାମପଞ୍ଚାୟତରେ ପୂର୍ବରୁ ଜଗନ୍ନାଥପୁର ଶାସନ, ବଳଭଦ୍ରପୁର ଶାସନ ଓ ସୁଭଦ୍ରାପୁର ଶାସନ ଭାବେ ତିନୋଟି ବ୍ରାହ୍ମଣ ଶାସନ ସେତେବେଳର ସାମନ୍ତ (ଜମିଦାର) ସ୍ଥାପନା କରିଥିଲେ। ତେବେ ବର୍ତ୍ତମାନ ଯେଉଁ ମନ୍ଦିରରେ ଠାକୁରମାନେ ପୂଜା ପାଉଛନ୍ତି, ତାହା କୁଆଡ଼େ ସାତ ନମ୍ବର ମନ୍ଦିର। ଅର୍ଥାତ୍‌ ସମୟକ୍ରମେ ମୂଳମନ୍ଦିର ପୁରୁଣା ହୋଇଯିବାରୁ ତାହାକୁ ପୁନଃ ନିର୍ମାଣ କରାଯାଇଥିଲା। ଏହିପରି ଛଅ ଥର ନିର୍ମାଣ ହୋଇସାରିବା ପରେ ଏହା ହେଉଛି ସାତ ନମ୍ବର ମନ୍ଦିର; ଯାହାକୁ ବିଭିନ୍ନ ଦାତବ୍ୟ ବ୍ୟକ୍ତିମାନଙ୍କ ସାହାଯ୍ୟରେ ୨୦୧୧ ମସିହାରେ ପ୍ରତିଷ୍ଠା କରାଯାଇଛି।

ରଥଯାତ୍ରା
ପ୍ରତିବର୍ଷ ଏଠାରେ ରଥଯାତ୍ରା ପାଳନ କରାଯାଇଥାଏ। ସୂଚନାନୁଯାୟୀ, ପୂର୍ବରୁ ଏଠାରେ ରଥ ସନ୍ଧ୍ୟା ପରେ ଟଣାଯାଉଥିଲା, କାରଣ ସେତେବେଳେ ଏଠାରେ ପ୍ରାୟ ସମସ୍ତେ କୃଷି ଉପରେ ନିର୍ଭର କରି ଚଳୁଥିଲେ। ସକାଳେ ଚାଷ କାମ ସାରି ସନ୍ଧ୍ୟାରେ ଏକତ୍ରିତ ହୋଇ ମହାଆନନ୍ଦରେ ସେମାନେ ରଥ ଟାଣୁଥିଲେ। ଏବେ ବି ଦିନରେ ପହଣ୍ଡିବିଜେ, ଛେରାପହଁରା ଆଦି ନୀତି ହୋଇ ରଥ ଟଣାଯାଇ ଅଳ୍ପ ଦୂରରେ ଥିବା ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚତ୍ଲା ବେଳକୁ ପ୍ରାୟ ରାତି ୧୧ଟା ହୋଇଯାଉଛି। ଗୋଟିଏ ରଥରେ ହିଁ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ଘରକୁ ଯାଇଥାନ୍ତି। ରଥରେ ଖୁରୁମା (ମଇଦା ଚିନିରେ ତିଆରି ଏକ ଖାଦ୍ୟ) ଭୋଗ ଲଗାଯିବାର ଏଠାରେ ଏକ ବିଧି ରହିଛି। ହେରାପଞ୍ଚମୀ ହେଉ ଅବା ସୁନାବେଶ, ଅଧରପଣା ନୀତି ଏପରିକି ନୀଳାଦ୍ରି ବିଜେରେ ରସଗୋଲା ଭୋଗ ହେବାର ପରମ୍ପରା ବି ଏଠାରେ ଦେଖିବାକୁ ମିଳିଥାଏ। ସବୁଠୁ ବଡ଼ କଥା ହେଉଛି ରଥଯାତ୍ରା ସମୟରେ ଏଠାରେ ନଅଦିନ ବ୍ୟାପି ଏକ ମେଳା ମହୋତ୍ସବର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ଆଖପାଖ ପାଞ୍ଚ ଖଣ୍ଡ ଗାଁର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି।

ତେବେ ଏହି ବିଜେସ୍ଥଳୀ ୧୯୫୫ ମସିହାରେ ସରକାରଙ୍କ ଦେବୋତ୍ତର ବିଭାଗରେ ଶ୍ରୀଜଗନ୍ନାଥ ଜୀଉ ବିଜେ, ଶାସଙ୍ଗ ନାମରେ ପଞ୍ଜୀକୃତ ହୋଇସାରିଥିଲେ ବି ଗାଁ କନିଆ ଭଳି ଏଠାକାର ଶ୍ରୀଜୀଉମାନଙ୍କ ଏତେ ପୁରାତନ ବିଜେ ସ୍ଥଳୀ ସରକାରୀ ଉଦାସୀନତା ଓ ଆଜିର ଚାକଚକ୍ୟଭରା ଭିତରେ ଦବି ହୋଇ ରହିଯାଇଛି। ସରକାରଙ୍କର ଆତ୍ମଇଚ୍ଛା ଓ ଲୋକମାନଙ୍କ ସହଯୋଗ ରହିଲେ ମହାପ୍ରଭୁଙ୍କର ଏହି ପୀଠଟି ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରନ୍ତା।
– ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri