ଶର୍ମିଷ୍ଠା ମାନିଲେନି, ରଞ୍ଜନ ସତ କହିଲେ

ଭୁବନେଶ୍ୱର(ବ୍ୟୁରୋ)/କଟକ(ଅଫିସ୍‌) ୧।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପ୍ରତିଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। ୫ ଦିନିଆ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା ଜାରି ରଖିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ କ୍ରାଇମ୍‌ବ୍ରାଞ୍ଚ ଆଗରେ ମୁହଁ ଖୋଲୁନାହାନ୍ତି। ସେ ଫେରାର ହୋଇ ଯେପରି ପୋଲିସକୁ ଭୁଆଁ ବୁଲାଇଥିଲେ, ପଚରାଉଚରା ସମୟରେ ମଧ୍ୟ ସେପରି ବାଟବଣା କରୁଛନ୍ତି। ଅପରପକ୍ଷରେ ମାମଲାର ଅନ୍ୟତମ ଅଭିଯୁକ୍ତ ରାଜ୍‌ ଓରଫ ରଞ୍ଜନ ନାୟକ କ୍ରାଇମ୍‌ବ୍ରାଞ୍ଚ ନିକଟରେ ସବୁ ସତକଥା କହି ଦେଇଛନ୍ତି। ଅପହରଣ ପରେ ହତ୍ୟା କିପରି କଲେ, କେଉଁଠାରେ ପ୍ରମାଣ ନଷ୍ଟ କରିଥିଲେ ଏବଂ ଏଥିରେ କିଏ କିଏ ସହଯୋଗ କରିଥିଲେ ସେନେଇ ସମସ୍ତ କଥା ଜଣାଇବା ପରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଘଟଣାସ୍ଥଳ ନେଇ ସେଠାରୁ କିଛି ଜିନିଷ ଜବତ କରିଛି।
ରଞ୍ଜନ ଦେଇଥିବା ସୂଚନା ଅନୁସାରେ ତାଙ୍କ ସହ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ମିଶି ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଳାଶପୁର ଗ୍ରାମରୁ ମାନସଙ୍କୁ ଫେବୃୟାରୀ ୭ରେ ଅପହରଣ କରିଥିଲେ। ଶର୍ମିଷ୍ଠାଙ୍କ କାର୍‌ରେ ସେଠାରୁ ମାନସଙ୍କୁ ଅଣାଯାଇ ଭୁବନେଶ୍ୱର ଏୟାରଫିଲ୍ଡ ଥାନାସ୍ଥିତ ଦୟାଲ ଆଶ୍ରମରେ ରଖାଯାଇଥିଲା। ଆଶ୍ରମରେ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟମାନେ ମାନସଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ହତ୍ୟା ପରେ ମାନସଙ୍କ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ଶର୍ମିଷ୍ଠାଙ୍କ କାର୍‌ରେ ନିଆଯାଇ ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ପୋତି ଦେଇଥିଲେ। ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମାନସଙ୍କ ବିଭିନ୍ନ ଜିନିଷକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା। ସେମାନେ ମାନସଙ୍କ ଚପଲ, ଇୟର୍‌ ଫୋନ୍‌, ମୃତଦେହ ନିଆଯାଇଥିବା ଅଖା, ଏକ ଶାଢ଼ି, ଗାତ ଖୋଳାଯିବାରେ ବ୍ୟବହୃତ କୋଦାଳ, ଗଇଁତିକୁ ଉକ୍ତ କାର୍‌ରେ ଯାଜପୁର ଜିଲା ଚଣ୍ଡିଖୋଲଠୁ ୨ କି.ମି ଦୂର ୫୩ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ-ଡୁବୁରି ରାସ୍ତା ପାର୍ଶ୍ୱରେ ଥିବା ଏକ ବୁଦାମୂଳେ ଗଇଁତି ଓ କୋଦାଳକୁ ଫୋପାଡ଼ି ଦେଇଥିଲେ। ଏଥିସହ ସେହି ସ୍ଥାନରେ ଚପଲ, ଇୟର୍‌ ଫୋନ୍‌, ଅଖା ଓ ଶାଢ଼ିକୁ ସେଠାରେ ପୋଡ଼ି ଦେଇଥିଲେ ବୋଲି ରଞ୍ଜନ ସୂଚନା ଦେବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୁରୁବାର ସକାଳୁ ପ୍ରମାଣ ନଷ୍ଟ କରାଯାଇଥିବା ଉକ୍ତ ସ୍ଥାନକୁ ତାଙ୍କୁ ନେଇ ଯାଇଥିଲେ। କ୍ରାଇମ୍‌ବ୍ରାଞ୍ଚ ସହ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଯାଇଥିଲା। କୋଦାଳ ଓ ଗଇଁତି ଫିଙ୍ଗିଥିବା ସ୍ଥାନକୁ ରଞ୍ଜନ ଚିହ୍ନାଇଥିଲେ। ଅପରପକ୍ଷରେ ଅଭିଯୁକ୍ତମାନେ ସାମଗ୍ରୀ ପୋଡ଼ି ଦେଇଥିଲେ ମଧ୍ୟ ତାହା ଅର୍ଦ୍ଧପୋଡ଼ା ହୋଇ କିଛି ପଡ଼ି ରହିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ତନ୍ନ ତନ୍ନ ଯାଞ୍ଚ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଛି। ଘଟଣାସ୍ଥଳରୁ ଅର୍ଦ୍ଧପୋଡ଼ା ଚପଲ, ଇୟର୍‌ ଫୋନ୍‌, ଅଖା ଓ ଶାଢ଼ିକୁ କ୍ରାଇମ୍‌ବ୍ରାଞ୍ଚ ଜବତ କରିଥିଲା। ଏଥିସହ ବୁଦାମୂଳରୁ ଗଇଁତି ଓ କୋଦାଳକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରି ଆଣିଛି।

କୁଆଡ଼େ ଗଲା ମେମୋରି ଚିପ୍‌ ?
ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଥିଲା ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ୪ଅଭିଯୁକ୍ତଙ୍କ ରିମାଣ୍ଡର ଗୁରୁବାର ତୃତୀୟ ଦିନ ବିତିଯାଇଥିଲେ ମଧ୍ୟ ମେମୋରି ଚିପ୍‌କୁ ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ମେମୋରି ଚିପ୍‌ ଅଛି କି ନାହିଁ ତାହାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି। ଉକ୍ତ ମେମୋରି ଚିପ୍‌ରେ ବଡ଼ ନେତା, ମନ୍ତ୍ରୀଙ୍କ ଆପତ୍ତିଜନକ ଦୃଶ୍ୟ ଥିବା କୁହାଯାଉଥିଲା। ଯଦି ସେମାନଙ୍କୁ ବଞ୍ଚାଇବା ପାଇ ଶର୍ମିଷ୍ଠା ମେମୋରି ଚିପ୍‌କୁ ଭାଙ୍ଗି ଦେଇଥିବେ ତାହା ହେଲେ ହତ୍ୟାର କାରଣ ପରଦା ଆଢ଼ୁଆଳରେ ରହିଯିବ ବୋଲି କୁହାଯାଉଛି।

ମୋବାଇଲ ମିଳିଥିବା ସ୍ଥାନରେ କ୍ରାଇମ୍‌ବ୍ରାଞ୍ଚର ଯାଞ୍ଚ
ଯାଜପୁର ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥ ଶଙ୍ଖାରିଡିହ ନିକଟସ୍ଥ ରାସ୍ତା ପାର୍ଶ୍ୱରୁ ସୁରେଶ ନାଏକ ନାମକ ଜଣେ ଶ୍ରମିିକ ମାନସଙ୍କ ମୋବାଇଲ ପାଇଥିଲେ। ଉକ୍ତ ସ୍ଥାନକୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୁରୁବାର ଯାଇଥିଲା। ହେଲେ କ୍ରାଇମବ୍ରାଞ୍ଚ ଟିମ୍‌ ସେଠାରେ କୌଣସି ଲୋକଙ୍କୁ ପଚରା ଉଚରା କରି ନ ଥିଲା। କିଛି ସମୟ ସେଠାରେ ରହି ଉକ୍ତ ଟିମ୍‌ ପୁଣି ଚଣ୍ଡିଖୋଲ ଆଡ଼କୁ ଚାଲିଯାଇଥିଲା।
ଆଜି ହୋଇପାରେ ସିନ୍‌ ରିକ୍ରିଏଶନ୍‌
ମାନସ ହତ୍ୟା ମାମଲାରେ ସବୁଠୁ ବଡ଼ ପ୍ରମାଣ ବାକି ରହିଛି। ଅଭିଯୁକ୍ତମାନେ କିପରି ହତ୍ୟା କଲେ, ମୃତଦେହ କେଉଁଠି ପୋତିଲେ ଘଟଣାସ୍ଥଳକୁ ଯାଇ ତାହା ପୁନର୍ବାର କ୍ରାଇମବ୍ରାଞ୍ଚକୁ କହିବେ। ଶୁକ୍ରବାର ଦୟାଲ ଆଶ୍ରମ ଓ ରଣପୁର ଥାନାସ୍ଥିତ ଜଙ୍ଗଲକୁ କ୍ରାଇମ୍‌ବ୍ରାଞ୍ଚ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌ କରିପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri