ମାନସଙ୍କୁ ମାରିଥିବା ନେଇ ମାନିଲେ ଶର୍ମିଷ୍ଠା , ହେଲେ କହିଲେନି କାରଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଶୁକ୍ରବାର ନିଜର ଦୋଷ ସ୍ବୀକାର କରିଛନ୍ତି। ଏପରିକି ସ୍କ୍ରିନ ରିକ୍ରିଏଶନ ସହ ପୂରା କାହାଣୀ ବର୍ଣ୍ଣନା କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ମାତ୍ର ଏ ନେଇ ଜାରି ହୋଇଥିବା ବିଜ୍ଞପ୍ତିରେ ହତ୍ୟାକାଣ୍ଡ ପଛରେ ରହିଥିବା କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହା ସ୍ପଷ୍ଟ କରୁଛି ଶର୍ମିଷ୍ଠା ଅପହରଣ କରି ମାନସଙ୍କୁ ମାରିଲେ, ପରେ ପୋତିଦେବା କଥା ମାନିଛନ୍ତି। ହେଲେ କାରଣ କହି ନାହାନ୍ତି। ତେବେ ବିନା କିଛି କାରଣରେ ଜଣେ ଏପରି କାହିଁକି କରିବ ଏହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠୁଛି ।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଜେରା ବେଳେ ଶର୍ମିଷ୍ଠା କହିଥିଲେ, ଫେବୃଆରୀ ୭ ରେ ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ସହିତ ମିଶି ସେ ତାଙ୍କ କାରରେ ମାନସଙ୍କୁ ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଳାସପୁରରୁ ଅପହରଣ କରିଥିଲେ। ସେମାନେ ମାନସଙ୍କୁ ଭୁବନେଶ୍ୱରର ଏୟାରଫିଲ୍ମ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଆଣିଥିଲେ। ମଧ୍ୟାହ୍ନ ସୁଦ୍ଧା ସେମାନେ ଆଶ୍ରମରେ ପହଞ୍ଚି ଯାଇଥିଲେ। ସେମାନେ ଆଶ୍ରମରେ ମାନସଙ୍କୁ ପିଟିଥିଲେ। ସେଠାରେ ମାନସର ମୃତ୍ୟୁ ହୋଇଯିବା ପରେ ୮ ତାରିଖ ଅପରାହ୍ନରେ ଶର୍ମିଷ୍ଠାଙ୍କ କାରରେ ମୃତଦେହକୁ ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳକୁ ନେଇଥିଲେ। ସନ୍ଦ୍ୟାରେ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ। ମୃତଦେହକୁ ପୋତିବା ପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦଇତାରୀ-ପାରାଦୀପ ଏକ୍ସପ୍ରେସ ହାଇୱେ ପାଖରେ ମୃତଦେହକୁ ପୋତିବା ପାଇଁ ବ୍ୟବହୃତ ଥିବା ଗଇଁତି, ଫାଉଡ଼ା ସହିତ ଏକ ଅଖା ଓ ଶାଢ଼ି ଫୋପାଡ଼ି ଦେଇଥିଲେ।
ଝୁନା ଭୋଇଙ୍କ ସହିତ ଶର୍ମିଷ୍ଠା ଭୁବନେଶ୍ୱର ଏକ ନଂ ମାର୍କେଟକୁ ଯାଇ ଅଖା, ଗ୍ଲୋବ୍ସ, ସୁତୁଲି କିଣିଥିଲେ। ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ। ସେହିପରି ଶର୍ମିଷ୍ଠାଙ୍କ ସହଯୋଗୀ ଭାଗ୍ୟଧର ନାୟକ ଓ ରଞ୍ଜନ ରାଜସୁନାଖଳାରୁ କୋଦାଳ ଏବଂ ଗଇଁତି କିଣିଥିଲେ। ଏହା ପରେ ମୃତଦେହକୁ ପୋତିବା ପାଇଁ ସ୍ଥାନ ସ୍ଥିର କରିଥିଲେ। ନିଷ୍ପତ୍ତି ଅନୁସାରେ ଭାଗ୍ୟଧରଙ୍କ ଗାଁ ରଣପୁର ଥାନା ବଧିପାଟଣାଠାରୁ ଦୁଇରୁ ତିନି କିମି ଦୂରରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri