ସରିନି ବିସର୍ଜନ ଘାଟ, ଗ୍ୟାଲେରି କାମ

ରାଉରକେଲା,୨୦।୮(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତିବର୍ଷ ପାର୍ବଣ ସମୟରେ ବାଲୁଘାଟଠାରେ ମୂର୍ତ୍ତି ବିସର୍ଜନ କରାଯାଉଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଆର୍‌ଏମ୍‌ସି ପକ୍ଷରୁ ସେଠାରେ ମୂର୍ତ୍ତି ବିସର୍ଜନ ଘାଟ ଓ ଗ୍ୟାଲେରି ନିର୍ମାଣ କରାଯାଉଛି। ତେବେ ପ୍ରକଳ୍ପର ନିର୍ଦ୍ଧାରିତ ଅବଧି ଶେଷ ହୋଇଥିଲେ ମଧ୍ୟ ଏହି କାମ ସରିନାହିଁ। ଫଳରେ ଆସନ୍ତା ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ କେଉଁଠି କରାଯିବ ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ୨୦୨୨ ସେପ୍ଟେମ୍ବର ମାସରେ ବାଲୁଘାଟ ନିକଟରେ ମୂର୍ତ୍ତି ବିସର୍ଜନ ଘାଟ ଏବଂ ବିସର୍ଜନ ସମୟରେ ଶ୍ରଦ୍ଧାଳୁମାନଙ୍କ ବସିବା ପାଇଁ ୫୦୦ ସିଟ୍‌ ବିଶିଷ୍ଟ ଗ୍ୟାଲେରୀ ନିର୍ମାଣ କରିବାକୁ ସ୍ଥିର କରାଗଲା। ୨୦୨୩ ଜାନୁୟାରୀ ମାସରେ ଟେଣ୍ଡର ଆହ୍ବାନ ହୋଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଗଲା। କାର୍ଯ୍ୟାଦେଶ ମୁତାବକ ମୂର୍ତ୍ତି ବିସର୍ଜନ ପୋଖରୀ ସହ ଆମ୍ପିଥିଏଟର, ସିକ୍ୟୁରିଟି ରୁମ୍‌, ପମ୍ପ ହାଉସ, ବିସର୍ଜନ ପାଇଁ ପୋଖରୀକୁ ପ୍ରବେଶ ପାଇଁ ଆଡଜେଷ୍ଟ ଗାଡି ଆଦି ବାବଦ ଅର୍ଥରାଶି ବ୍ୟୟବରାଦ ହେଲା। ପୋଖରୀ ଆମ୍ପିଥିଏଟର ପ୍ରକଳ୍ପ ପାଇଁ ୮୯ଲକ୍ଷ ଟଙ୍କା ଏବଂ ଗ୍ୟାଲେରି ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଥିଲା। ସମ୍ପୃକ୍ତ ଠିକାଦାରଙ୍କୁ ୬ମାସ ମଧ୍ୟରେ ଅର୍ଥାତ୍‌ ଗତ ଜୁନ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବାକୁ ଆରଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ବିସର୍ଜନ ପୋଖରୀ ଗାତ ଖୋଳା ଓ ଆମ୍ପିଥିଏଟର ପାଇଁ ରଡ୍‌ ପୋତାରେ କାମ ଅଟକି ରହିଛି। ସମ୍ପୃକ୍ତ ଠିକାଦାର ଗୋଟିଏ ଥର ରଡ୍‌ ପ୍ଲେସମେଣ୍ଟରେ ତ୍ରୁଟି କରିବାରୁ ପ୍ରକଳ୍ପ ଭଙ୍ଗାଯାଇ ପୁଣି ନିର୍ମାଣ କରାଗଲା। ଆଗକୁ ପାର୍ବଣ ଋତୁ ଆସୁଛି। ରାଉରକେଲା ସହରର ଗଳିକନ୍ଦିରେ ମୂର୍ତ୍ତି ପୂଜା ପାଇବେ। ପୂଜା ପରେ ମୂର୍ତ୍ତି ବିସର୍ଜନ କରାଯିବ। ତେବେ ଏହା ପୂର୍ବରୁ ଉକ୍ତ ପ୍ରକଳ୍ପ କାମ ଶେଷ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ନେଇ ପ୍ରକଳ୍ପ ଦାୟିତ୍ୱରେ ଥିବା ଆର୍‌ଏମ୍‌ସିର ଯନ୍ତ୍ରୀ ଚନ୍ଦ୍ରକାନ୍ତ ଧଳଙ୍କୁ ପଚାରିବାରୁ ସେ କହିଲେ, ସମ୍ପୃକ୍ତ ଠିକାଦାର ସମସ୍ୟା ପାଇଁ ଆଉ କିଛି ସମୟ ମାଗିଛନ୍ତି। ଗଣେଶ ପୂଜା ପୂର୍ବରୁ କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଧଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri