ଆଫଗାନିସ୍ତାନରରେ ଶରିୟତ ଆଇନ: ଦୋଷୀଙ୍କ ହାତ କଟା ଗଲା-ବର୍ଷିଲା କୋରଡା ମାଡ଼…

କାବୁଲ,୧୮।୧ : ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ପ୍ରାୟ ଦେଢ଼ ବର୍ଷ ବିତିଗଲାଣି। କ୍ଷମତା ଦଖଲ କରିବା ପରେ ତାଲିବାନ ବିଶ୍ୱକୁ ପ୍ରତିଶ୍ରୁତି ଦେଇଥିଲା ଯେ ବର୍ତ୍ତମାନ ପରିବର୍ତ୍ତିତ ତାଲିବାନକୁ ବିଶ୍ୱ ଦେଖିବାକୁ ମିଳିବ, କିନ୍ତୁ ତାଲିବାନ କ୍ଷମତା ହାସଲ କରିବା ମାତ୍ରେ ସେମାନଙ୍କର ପ୍ରକୃତ ରୂପ ଦେଖାଇବା ଆରମ୍ଭ କରି ଦେଇଛି। ଆମେ ଆପଣଙ୍କୁ କହିବୁ ଯେ ଏକ ରିପୋର୍ଟ ଅନୁଯାୟୀ, ଶରିୟତ ଆଇନ ଅନୁଯାୟୀ ତାଲିବାନ ସର୍ବସାଧାରଣରେ ଚୋରି ଏବଂ ବଳାତ୍କାର ଅଭିଯୋଗରେ ୪ ଜଣଙ୍କୁ ଦଣ୍ଡିତ କରାଯାଇଛି। ଫୁଟବଲ ଷ୍ଟାଡିୟମରେ ଚୋରି ଅଭିଯୋଗରେ ତାଲିବାନ ଶାସକ ସେହି ଚାରି ଜଣଙ୍କ ହାତ କାଟି ଦେଇଛନ୍ତି। ତାଲିବାନର ଏହି କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟସ୍ତରରେ ସମାଲୋଚନା ଆରମ୍ଭ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଅହମ୍ମଦ ଶାହି ଷ୍ଟାଡିୟମରେ ଚୋରି ଏବଂ ବଳାତ୍କାର ଅଭିଯୋଗରେ ନଅ ଜଣଙ୍କ ଉପରେ ପ୍ରଦେଶର ରାଜ୍ୟପାଳ ହାଜି ଜୈଦଙ୍କ ଉପସ୍ଥିତିରେ ୩୫-୪୦ କୋରଡା ମାଡ ବର୍ଷା ହୋଇଥିଲା। ଚୋରି ଅଭିଯୋଗରେ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କ ହାତ କଟା ଯାଇଥିଲା। ଗତ ବର୍ଷ ଡିସେମ୍ବରରେ ତାଲିବାନ ଜଣେ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଫାଶୀ ଦେଇଥିଲା। ବ୍ରିଟେନର ଶରଣାର୍ଥୀ ମନ୍ତ୍ରୀ ତଥା ଆଫଗାନିସ୍ତାନ ବ୍ୟାପାର ବିଶେଷଜ୍ଞ ଶବନାମ ନାସିମି ଟୁଇଟ କରି କହିଛନ୍ତି ଯେ ତାଲିବାନର ଲୋକଙ୍କୁ ନିରପେକ୍ଷ ନ୍ୟାୟ ଦିଆଯିବା ବଦଳରେ ସହ ମାଡ ଦିଆଯାଉଛି। ତାଲିବାନକୁ ସର୍ବସାଧାରଣରେ ଲୋକଙ୍କୁ ଦଣ୍ଡ ନଦେବାକୁ ମିଳିତ ଜାତିସଂଘ ମଧ୍ୟ କହିଛି।

ଏପରି ଦଣ୍ଡ ଲାଗୁ କରିବା ପଛରେ ତାଲିବାନର କାରଣ ହେଉଛି ଭୁଲ କରିବା ପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି କରିବ। ଯାହାଦ୍ୱାରା ସେମାନେ ଅପରାଧ କରିବାକୁ ଭୟ କରିବେ। ଏହାପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ବାଳିକା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri