ଶଙ୍ଖାମେଦୀକୁ ଗିଳିଲାଣି ପଶ୍ଚିମବଙ୍ଗ:  ନାଁ ବଦଳାଇ କରୁଛି ନିର୍ବାଚନ

ଭୋଗରାଇ,୨୪।୩(ପ୍ରଦୀପ ଦାସ)- ଓଡ଼ିଶା ସୀମାନ୍ତ ଗାଁ କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ପଶ୍ଚିବମଙ୍ଗ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଶଙ୍ଖାମେଦୀ ଗାଁ ଉପରେ ଆଖି ପକାଇଛି। ପଶ୍ଚିମବଙ୍ଗ ଏହି ଗାଁକୁ ପୂର୍ବମେଦିନୀପୁର ଜିଲା ରାମନଗର ନିର୍ବାଚନମଣ୍ଡଳୀରେ ଅନ୍ତର୍ଭୁକ୍ତ କରି ନିର୍ବାଚନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏପରିକି ଶଙ୍ଖାମେଦୀ ଗାଁର ନାମକୁ ମଧ୍ୟ ବଦଳାଇ ଶାଙ୍ଖାମୁଦୀ କରିଛି। ନିର୍ବାଚନ ଲାଗି ଗାଁରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଯାଇଛି। ଗାଁସାରା ବ୍ୟାନର, ପୋଷ୍ଟରରେ ଛାଇଯାଇଛି।
ଓଡ଼ିଶାର ଶଙ୍ଖାମେଦୀ ଗାଁ ଅନଳିଆ ପଞ୍ଚାୟତ ଅଧୀନରେ ରହିଛି। ଏହାର ଲୋକସଂଖ୍ୟା ୬୫୦ରୁ ଊର୍ଦ୍ଧ୍ୱ। ସାଢ଼େ ୩ଶହରୁ ଊର୍ଦ୍ଧ୍ୱ ଭୋଟର ପଶ୍ଚିମବଙ୍ଗ ନିର୍ବାଚନରେ ସାମିଲ ହେବା ଲାଗି ସଜବାଜ ହେଉଛନ୍ତି। ସେଠାରେ ୧୯୫୪ ମସିହାରେ ଏକ ନନଫର୍ମାଲ ସ୍କୁଲ ନିର୍ମାଣ କରାଯାଇ ପାଠପଢ଼ା ଶୁଭାରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୮ରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପ୍ରଚେଷ୍ଟାରେ ସର୍ବଶିକ୍ଷା ଅଭିଯାନରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ସେଠାରେ ଏବେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଛି। ଓଡ଼ିଶା ସରକାର ୧୯୬୨ରୁ ଉକ୍ତ ଗ୍ରାମରୁ ରାଜସ୍ବ ଆଦାୟ ବନ୍ଦ କରିଦେଇଥିବା ବେଳେ ବିଦ୍ୟୁତ୍‌, ଅଙ୍ଗନୱାଡ଼ି, ରାସ୍ତା, ରାଶନକାର୍ଡ଼, ଭତ୍ତା, ପାଇଖାନା ଆଦି ସମସ୍ତ ସୁବିଧାସୁଯୋଗ ଅଦ୍ୟାବଧି ଦେଇଆସୁଛନ୍ତି। ଦୀର୍ଘବର୍ଷ ଧରି ରାଜସ୍ବ ଗାଁ ଦାବି କରି ଆସୁଥିବା ଏହି ଗାଁ ଲୋକଙ୍କ ଗୁହାରି ବୁଝିବା ପାଇଁ କାହାର ସମୟ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବାରୁ ଉଚ୍ଚଶିକ୍ଷା ପାଇଁ ଛାତ୍ରୀଛାତ୍ରମାନେ ହିନସ୍ତା ହେଉଥିବାର ଗ୍ରାମବାସୀ କହିଛନ୍ତି। ଅପରପକ୍ଷରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଅନୁରୂପ ଭାବେ ସୁବିଧା ସୁଯୋଗ ପାଉଥିଲା ବେଳେ ପଶ୍ଚିମବଙ୍ଗ ସରକାର ୨୦୧୩ ମସିହାଠାରୁ ଏହି ଗାଁରୁ ଖଜଣା ଆଦାୟ ବନ୍ଦ କରିଛନ୍ତି। ଗାଁର ୱାର୍ଡ଼ମେମ୍ବର ଅଜୟ ଜେନା, ବିଷ୍ଣୁପଦ ଜେନା, ସୁନୀଲ ଦଳାଇ, ସେକ୍‌ ଗଫୁର ପ୍ରମୁଖ ଆମେ ଓଡ଼ିଆ, ଆମ ପିତୃପୁରୁଷ ଥିଲେ ଓଡ଼ିଆ, ତେଣୁ ଆମେ ଓଡ଼ିଶାରେ ଜନ୍ମିଛୁ, ମରିବୁ ମଧ୍ୟ ଓଡ଼ିଶା ମାଟିରେ। ଏଣୁ ରାଜ୍ୟ ସରକାର ଆମକୁ ପଟ୍ଟା ଓ ଜାତିଗତ ପ୍ରମାଣପତ୍ର ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି। ନିର୍ବାଚନ ପ୍ରସଙ୍ଗରେ ରାମନଗର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅଖିଳ ଗିରି କୁହନ୍ତି, ଶଙ୍ଖାମେଦୀ ଗାଁର ଭୋଟରମାନେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ନିର୍ବାଚନରେ ଅଂଶଗ୍ରହଣ କରିଥାନ୍ତି। ଏଥିରେ କୌଣସି ଆପତ୍ତି ନାହିଁ । ଭୋଗରାଇ ବିଧାୟକ ଅନନ୍ତ ଦାସ କୁହନ୍ତି, ଶଙ୍ଖାମେଦୀ ଗାଁକୁ ଓଡ଼ିଶା ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଆସୁଛନ୍ତି। ଏହି ଗାଁ ଓଡ଼ିଶାର ଥିଲା ଓ ଅଛି। ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ଶଙ୍ଖାମେଦୀ ଓଡ଼ିଶାର ରାଜସ୍ବ ଗ୍ରାମ ନୁହେଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ…

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।…

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri