କିଛି ଶିଖିଲୁ ନାହିଁ

ଭାରତରେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୨ ମାର୍ଚ୍ଚ ୨୦୨୦ରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ସେହିଦିନ ପ୍ରଧାନମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଇ ଲୋକମାନଙ୍କୁ ଅପରାହ୍ନ ୫ଟାରେ ଥାଳି, ଘଣ୍ଟା, ତାଳି ବଜାଇବାକୁ କହିଥିଲେ। ଦେଶବ୍ୟାପୀ ବଡ଼ବଡ଼ିଆଙ୍କଠାରୁ ଆରମ୍ଭ କରି ଗଳିକନ୍ଦିରେ ରହୁଥିବା ସାଧାରଣ ଲୋକ ଏହି ନିର୍ଦ୍ଦେଶକୁ ମାନିବା ପାଇଁ ବିପୁଳ ସଂଖ୍ୟାରେ ଏକ୍‌ଜୁଟ ହୋଇଯାଇଥିଲେ। ସମଗ୍ର ପୃଥିବୀରେ ମଣିଷ-ମଣିଷ ଭିତରେ ଦୂରତା ରଖିବାର ପ୍ରୟାସ ହେଉଥିବା ବେଳେ ଭାରତବାସୀ ବିହ୍ବଳିତ ହୋଇ ଥାଳି, ଘଣ୍ଟା ବଜାଇବା ସହିତ ଭିଡ଼ ସୃଷ୍ଟି କରିଥିଲେ। ସେତେବେଳେ ଦେଶରେ କୋଭିଡ୍‌ ପରୀକ୍ଷା କରିବାର ବ୍ୟବସ୍ଥା ଉଚିତ ଢଙ୍ଗରେ ଆରମ୍ଭ ହୋଇ ନ ଥିବା ସତ୍ତ୍ୱେ ୨୨ ମାର୍ଚ୍ଚ ୨୦୨୦ର ସରକାରୀ ଆକଳନରେ ସେହି ଦିନ ଦେଶରେ ୩୯୧ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଏକ ଅଙ୍କ ଅର୍ଥାତ୍‌ ୭ରେ ସୀମିତ ରହିଥିଲା। ଏହାର ଦୁଇଦିନ ପରେ ୨୪ ମାର୍ଚ୍ଚ ସନ୍ଧ୍ୟା ୮ଟା ବେଳେ ମୋଦି ହଠାତ୍‌ ସେହି ମଧ୍ୟରାତ୍ରିରେ ସମଗ୍ର ଦେଶରେ ଲକ୍‌ଡାଉନ୍‌ ହେବ ବୋଲି ଘୋଷଣା କଲେ। ରେଳସେବା ଓ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। କିନ୍ତୁ ‘ବନ୍ଦେ ଭାରତ ମିଶନ’ ଜରିଆରେ ବିମାନ ପଠାଇ ବିଦେଶରେ ଅଟକି ରହିଥିବା ଲୋକଙ୍କୁ ଆଣିବା ପାଇଁ ଭାରତ ସରକାର ଲାଗିପଡ଼ିଥିଲେ। ଅନ୍ୟପକ୍ଷରେ ଭାରତ ଭିତରେ ସ୍ଥିତି ଏଭଳି ଜଟିଳ କରିଦିଆଗଲା ଯେ ଘରୋଇ ଗାଡ଼ି ଓ ମୋଟର ସାଇକେଲ କେହି ବାହାର କଲେ ପୋଲିସ ତାଙ୍କୁ ଗିରଫ କଲା। ଲକ୍‌ଡାଉନ୍‌ର ସୁଫଳ ସମ୍ପର୍କରେ କାହାରି କୌଣସି ଧାରଣା ନ ଥିଲା। ତେବେ ସମଗ୍ର ପୃଥିବୀରେ ଭାରତର ଲକ୍‌ଡାଉନ୍‌ ସମ୍ପର୍କରେ ଆଲୋଚନା ହେଲା ଏବଂ ତାହା ସବୁଠାରୁ କଠୋର ଥିଲା ବୋଲି ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା। ୨୪ ମାର୍ଚ୍ଚରେ ମୋଟ କୋଭିଡ୍‌ ପଜିଟିଭ୍‌ଙ୍କ ସଂଖ୍ୟା ୫୧୧ ଥିତ୍ଲା ଓ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ଭାରତରେ ଆରମ୍ଭ ହେଲା ପ୍ରବାସୀ ଶ୍ରମିକ ସମସ୍ୟା। ଆଜି ଆମେ ଯେଉଁମାନେ ନିଜ ଘରେ ରହି ବଞ୍ଚିଯାଇଛୁ, ସେଭଳି ଲୋକ କେବେହେଲେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ବୁଝିପାରିବେ ନାହିଁ। ଆମ କଥା ତ ଦୂରରେ, ଭାରତ ସରକାର ଏବଂ ପ୍ରାୟ ସବୁ ରାଜ୍ୟ ସରକାର ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସମ୍ପର୍କରେ କୌଣସି ତଥ୍ୟ ନ ଥିଲା ବୋଲି ଲକ୍‌ଡାଉନ୍‌ ସମୟରେ ସ୍ପଷ୍ଟ ବୁଝାଗଲା। ସେତେବେଳର କଥା ଯେଉଁମାନେ ମନେରଖିଥିବେ ସେମାନେ ହୃଦ୍‌ବୋଧ କରୁଥିବେ ଯେ ଶ୍ରମିକଙ୍କ ଉପରେ ପ୍ରତିଶୋଧ ନେଲାଭଳି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଥାଏ।
୨୪ ମାର୍ଚ୍ଚ ୨୦୨୧ରେ ମୋଦିଙ୍କ ଲକ୍‌ଡାଉନ୍‌ର ବର୍ଷପୂର୍ତ୍ତି। ଆଜିର ପରିସ୍ଥିତିକୁ ଅନୁଧ୍ୟାନ କରାଯାଉ। କୁହାଯାଉଛି ପୃଥିବୀରେ ଭାରତ ଟିକା ନିର୍ମାତା ଭାବେ ଆଗଧାଡ଼ିରେ ଥିବା ଏକ ଦେଶ। ଅନେକ ଆଫ୍ରିକୀୟ ଓ ଦକ୍ଷିଣ ଆମେରିକୀୟ ଦେଶକୁ ଟିକା ପଠାଇ ଆମର ନେତାମାନେ ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ଦେଖିବାକୁ ଗଲେ ଅଦ୍ୟାବଧି ୧୩୫ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୪ କୋଟି ୭୩ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଅର୍ଥାତ୍‌ ସମୁଦାୟ ଜନସଂଖ୍ୟାର ୩ ପ୍ରତିଶତରୁ କମ୍‌ ଟିକା ନେଇଥିବା ସରକାରୀ ଭାବେ କୁହାଯାଇଛି। ଏହି ହାରରେ ଯଦି ଟିକାକରଣ କରାଯାଏ, ତେବେ ଭାରତର ୭୦% ଲୋକଙ୍କୁ ପ୍ରାରମ୍ଭିକ ଟିକା ଦେବାକୁ ୨.୩୬ ବର୍ଷ ଓ ଉଭୟ ଡୋଜ୍‌ ଦେବାକୁ ଅନୂ୍ୟନ ୧୦.୮ ବର୍ଷ ଲାଗିଯିବ।
ଏଥିସହିତ ଭାରତ ସରକାର ଆହୁରି ଅନେକ ପ୍ରତିଶ୍ରୁତିବଦ୍ଧ ହୋଇପଡୁଛନ୍ତି। ନିକଟରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ସହିତ ମିଶି ଭାରତ କରିଥିବା କ୍ୱାଡ୍‌ ମେଣ୍ଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏସୀୟ ଦେଶମାନଙ୍କୁ ଭାରତ ତରଫରୁ ଟିକା ଯୋଗାଇ ଦିଆଯିବ। ସେହି ପ୍ରତିଶ୍ରୁତି ଯଦି ରକ୍ଷା କରାଯାଏ ଦେଶରେ ଆଭ୍ୟନ୍ତରୀଣ ଟିକାକରଣ କାର୍ଯ୍ୟକ୍ରମ ଆହୁରି ବିଳମ୍ବ ହେବାର ସବୁ ସମ୍ଭାବନା ରହିଛି। ଉତ୍ତରାଖଣ୍ଡର ନବାଗତ ଭାଜପା ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ ନିକଟରେ କହିଲେ ଯେ, ୨ ଶହ ବର୍ଷ କାଳ ଭାରତକୁ ଦାସତ୍ୱ ଭିତରେ ରଖିଥିବା ଆମେରିକା ଏବେ କୋଭିଡ୍‌ରେ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଭାରତ କରୋନା ମୁକାବିଲା ସଫଳତାର ସହ କରିଛି। ଏହା କହିବା ମାତ୍ରକେ ତୀରଥ ନିଜେ କୋଭିଡ୍‌ ଆକ୍ରାନ୍ତ ହୋଇପଡ଼ିଛନ୍ତି ବୋଲି ଗଣମାଧ୍ୟମରେ ପ୍ରଚାରିତ ହେବା ସହିତ ଆମେରିକା ସମ୍ପର୍କିତ ତାଙ୍କ ଜ୍ଞାନକୁ କୌତୂହଳରେ ପ୍ରଶ୍ନ କରାଯାଇଛି। ଗୁଜରାଟରେ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ପ୍ରଥମ ଟି୨୦ କ୍ରିକେଟ ଆୟୋଜନ କରାଗଲା ଓ ୫୦ ହଜାର ଲୋକ ତାହାକୁ ଦେଖିଲେ। ତା’ପରେ ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ମନେପଡ଼େ ୨୦୨୦ ଲକ୍‌ଡାଉନ୍‌ ପୂର୍ବରୁ ସମଗ୍ର ପୃଥିବୀବ୍ୟାପୀ ବିଦେଶ ଯାତ୍ରା ବନ୍ଦ କରାଯାଇଥିବା ବେଳେ ଭାରତରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ଅତି ଜୋର୍‌ସୋର୍‌ରେ ସେହି ଗୁଜରାଟରେ ହିଁ କରାଯାଇଥିଲା। ତା’ପରଠାରୁ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇଥିଲା।
ଘଣ୍ଟା ବାଡ଼େଇବା, ତାଳି ମାରିବା, ଦୀପ ଜଳାଇବା ଏବଂ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଭଳି ଜୋକରାତ୍ମକ କାର୍ଯ୍ୟକ୍ରମ ଯୋଗୁ ଭାରତ ଏବେ ତୃତୀୟ ବିଶ୍ୱ ଦେଶ ପରିବର୍ତ୍ତେ ଚତୁର୍ଥ ବିଶ୍ୱଦେଶ ସ୍ତରକୁ ଆସିଗଲାଣି। ଏଥିସହିତ ୨୮୦ରୁ ଊର୍ଦ୍ଧ୍ୱ କମ୍ପାନୀ ଏହି ବର୍ଷକ ମଧ୍ୟରେ ଦେବାଳିଆ ହୋଇଯାଇଛନ୍ତି ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ତଥ୍ୟ ମଧ୍ୟ ଅସତ୍ୟ ମନେହେଉଛି। ୨୮୦ ଠାରୁ ଆହୁରି ଅନେକ ଶହ ବ୍ୟବସାୟ ବୁଡ଼ିଯାଇଥିବା ସୁନିଶ୍ଚିତ। ପେଟ୍ରୋଲ ଓ ଡିଜେଲ ଦର ବିଷୟରେ ସମସ୍ତେ ଜାଣୁଛନ୍ତି। ଏଭଳି କଳାବାଦଲ ଘୋଟିଆସୁଥିବା ବେଳେ ଆମେ ଏକ ଦେଶ ଭାବେ କେଉଁସବୁ ଶିକ୍ଷା ଗ୍ରହଣ କରି ପ୍ରତିକାର ପନ୍ଥା ବାହାର କରିଛେ ତାହାର ସମୀକ୍ଷା ହେବା ଦରକାର। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ବିଶ୍ୱବ୍ୟାପୀ ସମସ୍ତେ କରୋନା ମୁକାବିଲା ପାଇଁ ପୁନର୍ବାର ପ୍ରସ୍ତୁତ ହେଉଥିବା ବେଳେ ଭାରତ ସରକାର କୃଷକଙ୍କୁ ଦମନ ପାଇଁ କୃଷିବିଲ୍‌ ଓ ଗଣମାଧ୍ୟମକୁ ଦମନ ପାଇଁ ସମୟ ସମୟ ବ୍ୟର୍ଥ କରି ଅନେକେ କଠୋର ନିୟମାବଳୀ କଲେ।
ଦୁର୍ଦ୍ଦିନରୁ ଶିକ୍ଷା ନେଇ ଯେଉଁ ଜାତି ନିଜକୁ ସୁଦୃଢ଼ କରେ ସେଭଳି ଜାତି ଆଗାମୀ ଦିନରେ ତିଷ୍ଠିପାରିବ। ସେହି ସୁଯୋଗ ଭାରତକୁ ଆଣିଦେଲା। ଏବେ ସେହି ଦୀପ ଜଳାଇବା, ଘଣ୍ଟା ବାଡେଇବା ସହିତ ପରସ୍ପର ମଧ୍ୟରେ ଦ୍ୱେଷ ଏବଂ ସନ୍ଦେହ ସୃଷ୍ଟି କରିଚାଲିଲେ ଦେଶ ତଳିତଳାନ୍ତ ହୋଇଯିବ। ଆଜି ଯେତେବେଳେ କରୋନା ପୁନର୍ବାର ବିଶ୍ୱ ଏବଂ ଭାରତରେ ମୁଣ୍ଡ ଟେକିଲାଣି ସେତେବେଳେ ଆମ ସମସ୍ତଙ୍କୁ ପ୍ରତ୍ୟେକ ପଡ଼ୋଶୀର ସାହାଯ୍ୟ ଏବଂ ସହାନୁଭୂତି ଲୋଡ଼ିବାକୁ ହେବ। ସେଭଳି ବାତାବରଣ ସୃଷ୍ଟିକରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?