୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ ରାଶିରେ ଗୋଚର କଲେ ଏହାକୁ ଶନିଙ୍କ ସାଢେସାତୀ ବୋଲି କୁହାଯାଏ। ପ୍ରାୟ ସାଢେ ସାତ ବର୍ଷ ଧରି ଚାଲୁଥିବା ଏହି ସମୟକୁ ଜ୍ୟୋତିଷରେ ଗୁରୁତ୍ୱପୂର୍ଣ୍ଣ ମନାଯାଏ। ୨୦୨୬ରେ କୁମ୍ଭ, ମୀନ ଓ ମେଷ ରାଶି ଉପରେ ଶନିଙ୍କ ସାଢେସାତୀର ପ୍ରଭାବ ରହିଛି। ଶନି ୨୯ ମାର୍ଚ୍ଚ ୨୦୨୫ ରାତି ୧୧ଟା ୧ ମିନିଟରେ ମୀନ ରାଶିରେ ପ୍ରବେଶ କରିଥିଲେ। ୨୦୨୬ରେ ଶନିଙ୍କ ରାଶି ପରିବର୍ତ୍ତନ ନାହିଁ। ତେବେ ୩ ଜୁନ ୨୦୨୭ ସକାଳ ୬ଟା ୨୩ ମିନିଟରେ ଶନି ମେଷ ରାଶିରେ ପ୍ରବେଶ କରିବେ ବୋଲି ଜ୍ୟୋତିଷୀୟ ଗଣନା କୁହେ।

ମେଷ ରାଶିର ଲୋକଙ୍କ ଉପରେ ଏବେ ଶନିଙ୍କ ସାଢେସାତୀର ପ୍ରଥମ ପର୍ଯ୍ୟାୟ ଚାଲିଛି। ଜ୍ୟୋତିଷ ମତରେ, ଏହି ସମୟରେ ମାନସିକ ଚାପ, ଚିନ୍ତା ଓ ବିଭିନ୍ନ ଜୀବନଗତ ସମସ୍ୟା ଦେଖାଦେଇପାରେ। ତେଣୁ ମେଷ ରାଶିର ଲୋକଙ୍କୁ ଧୈଯ୍ୟ ଓ ସଂଯମର ସହ କାମ କରିବାକୁ ପରାମର୍ଶ ଦିଆଯାଏ। ୨୦୨୭ରେ ଶନି ମେଷ ରାଶିକୁ ପ୍ରବେଶ କରିବା ପରେ ସାଢେସାତୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଜ୍ୟୋତିଷୀୟ ଗଣନା ଅନୁସାରେ ମେଷ ରାଶିର ଲୋକଙ୍କୁ ୨୦୩୨ ପର୍ଯ୍ୟନ୍ତ ଏହାର ପ୍ରଭାବ ଭୋଗିବାକୁ ପଡ଼ିପାରେ।

କୁମ୍ଭ ରାଶିର ଲୋକଙ୍କ ଉପରେ ଶନିଙ୍କ ସାଢେସାତୀ ଏବେ ଶେଷ ପର୍ଯ୍ୟାୟରେ ରହିଛି। ଏହି ଅନ୍ତିମ ପର୍ଯ୍ୟାୟ ଶେଷ ହେବା ସହ ଜୀବନରେ ଚାଲିଥିବା ଅନେକ ସମସ୍ୟାରୁ ଆଶ୍ୱସ୍ତି ମିଳିବାର ଆଶା ରହିଛି। ଶନି ୩ ଜୁନ ୨୦୨୭ରେ ମେଷ ରାଶିରେ ପ୍ରବେଶ କଲେ କୁମ୍ଭ ରାଶିର ଲୋକଙ୍କ ସାଢେସାତୀ ଶେଷ ହେବ ବୋଲି ଜ୍ୟୋତିଷୀୟ ଗଣନା କହୁଛି। ଏହାପରେ ଏହି ରାଶିର ଲୋକଙ୍କୁ ଶନିଙ୍କ ସାଢେସାତୀରୁ ମୁକ୍ତି ମିଳିବ।

ଶନି ବର୍ତ୍ତମାନ ମୀନ ରାଶିରେ ଅବସ୍ଥାନ କରୁଛନ୍ତି। ଫଳରେ ମୀନ ରାଶିର ଲୋକଙ୍କ ଉପରେ ଶନିଙ୍କ ସାଢେସାତୀର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଜ୍ୟୋତିଷ ମତରେ, ଏହି ସମୟରେ ଆର୍ଥିକ ସମସ୍ୟା, କ୍ୟାରିୟରରେ ଚ୍ୟାଲେଞ୍ଜ ଓ ବିଭିନ୍ନ ପ୍ରକାରର ଚାପ ସାମ୍ନା କରିବାକୁ ପଡ଼ିପାରେ। ଜ୍ୟୋତିଷୀୟ ଗଣନା ଅନୁସାରେ, ଅଗଷ୍ଟ ୨୦୨୯ରେ ମୀନ ରାଶିର ଲୋକଙ୍କୁ ଶନିଙ୍କ ସାଢେସାତୀରୁ ଆଶ୍ୱସ୍ତି ମିଳିବ।

ଜ୍ୟୋତିଷୀମାନଙ୍କ ମତରେ, ସାଢେସାତୀ ସମୟରେ ଶନିଙ୍କ ଆଶୀର୍ବାଦ ପାଇବା ପାଇଁ ଶନିବାର ଶନି ମନ୍ଦିରକୁ ଯାଇ ସୋରିଷ ତେଲ ଓ କଳା ତିଳ ଅର୍ପଣ କରିପାରିବେ। ଏହା ସହ ସୋରିଷ ତେଲର ଦୀପ ଜଳାଇବା ଏବଂ ନିୟମିତ ହନୁମାନ ଚାଳିଶା ପାଠ କରିବାକୁ କୁହାଯାଏ। ଏଥିସହ କଳା ବିରି, ସୋରିଷ ତେଲ, କଳା ତିଳ ଓ କଳା ବସ୍ତ୍ର ଭଳି ସାମଗ୍ରୀ ଆବଶ୍ୟକତା ଥିବା ଲୋକଙ୍କୁ ଦାନ କରିବାକୁ ମଧ୍ୟ ଜ୍ୟୋତିଷରେ ପରାମର୍ଶ ଦିଆଯାଏ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?