Posted inଖେଳ

୫୧ ବର୍ଷରେ ବି ନୂଆ ନୂଆ ଗର୍ଲଫ୍ରେଣ୍ଡ କରିବାକୁ ପସନ୍ଦ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ୍‌ ୱାର୍ଣ୍ଣ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। କ୍ରିକେଟର ଶ୍ରେଷ୍ଠ ଲେଗ-ସ୍ପିନର ଭାବରେ ମାନ୍ୟତା ପାଇବା ବ୍ୟତୀତ ୱାର୍ଣ୍ଣ ପ୍ରେମ ବ୍ୟାପାରକୁ ନେଇ ମଧ୍ୟ ଚର୍ଚ୍ଚାରେ ଥା’ନ୍ତି। ମହିଳାଙ୍କ ସହ ହେଉ କିମ୍ବା ବିବିଏଲ ଖେଳ ସମୟରେ ମାର୍ଲନ ସାମୁଏଲ୍ସଙ୍କ ସହ ହେଉ, ଭେଟେରାନ କ୍ରିକେଟର ଓ୍ବାର୍ଣ୍ଣ ପ୍ରାୟତଃ କୌଣସି ପ୍ରକାରେ ଆଲୋଚନାରେ ରହିଥା’ନ୍ତି । ଏକ ପାର୍ଟିର ମହିଳାମାନେ ସର୍ବଦା ଘେରି ରହିଥିବାର ଅନେକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଲା। ବିଶେଷକରି ଏହି କାରଣରୁ ସେ ‘ଲେଡିଜ ମ୍ୟାନ’ ଭାବରେ ମଧ୍ୟ ଜଣାଶୁଣା। ଏବେ ତାଙ୍କର ଜଣେ ବନ୍ଧୁ ୱାର୍ଣ୍ଣଙ୍କ ବିଷୟରେ ଏକ ନୂଆ ଖୁଲାସା କରିଛନ୍ତି। ତାଙ୍କ ବନ୍ଧୁ ତଥା ଟ୍ରିପଲ ଏମ୍‌ ସିଡନୀ ରେଡିଓ ହୋଷ୍ଟ ଲରେନ୍ସ ମୁନେ ୱାର୍ଣ୍ଣଙ୍କ ପାର୍ଟି ନିୟମିତ ଯାଉଥିଲେ। ସେ ନିକଟରେ ୱାର୍ଣ୍ଣଙ୍କ ପାର୍ଟି କିପରି ଥାଏ ତାହାର ଖୁଲାସା କରିଥିଲେ। ଏହା ସହିତ ସେ ପ୍ରକାଶ କରିଛନ୍ତି ଯେ, ଓ୍ବାର୍ଣ୍ଣ ୫୧ ବର୍ଷ ବୟସରେ ଟିଣ୍ଡରରେ ଅଛନ୍ତି। ୱାର୍ଣ୍ଣ ପୁରା ସମୟ ଫୋନରେ ବ୍ୟସ୍ତ ରୁହନ୍ତି। ତାଙ୍କ ଜୀବନ ଟିଣ୍ଡର, ବିୟର, ଜୁଆ ଖେଳ ଏବଂ କ୍ରିକେଟ। ମହିଳାମାନଙ୍କ ସମ୍ପର୍କରେ ଆସିବା ପାଇଁ ସେ ପାର୍ଟି ଡାକି ଥା’ନ୍ତି। ୱାର୍ଣ୍ଣ ପ୍ରାୟତଃ ତାଙ୍କ ସାଥୀମାନଙ୍କ ସହିତ ଡ୍ରିଙ୍କ୍ସ କରିବା ପରେ ଯୁବତୀଙ୍କ ସହ କୁଆଡେ ଗାଏବ ହୋଇଯାନ୍ତି ବୋଲି ଲରେନ୍ସ କହିଛନ୍ତି।
ସେନ ୱାର୍ନ ଅଷ୍ଟ୍ରେଲିଆ ପାଇଁ ୧୪୫ ଟେଷ୍ଟ ଏବଂ ୧୯୪ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୭୦୮ ଟେଷ୍ଟ ଏବଂ ୨୯୩ ଦିନିକିଆ ଉଇକେଟ ନେଇଛନ୍ତି। ୧୦୦୦ ରୁ ଅଧିକ ଅନ୍ତର୍ଜାତୀୟ ଉଇକେଟ ନେଇଥିବା ସେନ ୱାର୍ଣ୍ଣ ବିଶ୍ୱର ଦ୍ୱିତୀୟ କ୍ରିକେଟର।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri