Posted inଖେଳ

୫୧ ବର୍ଷରେ ବି ନୂଆ ନୂଆ ଗର୍ଲଫ୍ରେଣ୍ଡ କରିବାକୁ ପସନ୍ଦ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ୍‌ ୱାର୍ଣ୍ଣ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। କ୍ରିକେଟର ଶ୍ରେଷ୍ଠ ଲେଗ-ସ୍ପିନର ଭାବରେ ମାନ୍ୟତା ପାଇବା ବ୍ୟତୀତ ୱାର୍ଣ୍ଣ ପ୍ରେମ ବ୍ୟାପାରକୁ ନେଇ ମଧ୍ୟ ଚର୍ଚ୍ଚାରେ ଥା’ନ୍ତି। ମହିଳାଙ୍କ ସହ ହେଉ କିମ୍ବା ବିବିଏଲ ଖେଳ ସମୟରେ ମାର୍ଲନ ସାମୁଏଲ୍ସଙ୍କ ସହ ହେଉ, ଭେଟେରାନ କ୍ରିକେଟର ଓ୍ବାର୍ଣ୍ଣ ପ୍ରାୟତଃ କୌଣସି ପ୍ରକାରେ ଆଲୋଚନାରେ ରହିଥା’ନ୍ତି । ଏକ ପାର୍ଟିର ମହିଳାମାନେ ସର୍ବଦା ଘେରି ରହିଥିବାର ଅନେକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଲା। ବିଶେଷକରି ଏହି କାରଣରୁ ସେ ‘ଲେଡିଜ ମ୍ୟାନ’ ଭାବରେ ମଧ୍ୟ ଜଣାଶୁଣା। ଏବେ ତାଙ୍କର ଜଣେ ବନ୍ଧୁ ୱାର୍ଣ୍ଣଙ୍କ ବିଷୟରେ ଏକ ନୂଆ ଖୁଲାସା କରିଛନ୍ତି। ତାଙ୍କ ବନ୍ଧୁ ତଥା ଟ୍ରିପଲ ଏମ୍‌ ସିଡନୀ ରେଡିଓ ହୋଷ୍ଟ ଲରେନ୍ସ ମୁନେ ୱାର୍ଣ୍ଣଙ୍କ ପାର୍ଟି ନିୟମିତ ଯାଉଥିଲେ। ସେ ନିକଟରେ ୱାର୍ଣ୍ଣଙ୍କ ପାର୍ଟି କିପରି ଥାଏ ତାହାର ଖୁଲାସା କରିଥିଲେ। ଏହା ସହିତ ସେ ପ୍ରକାଶ କରିଛନ୍ତି ଯେ, ଓ୍ବାର୍ଣ୍ଣ ୫୧ ବର୍ଷ ବୟସରେ ଟିଣ୍ଡରରେ ଅଛନ୍ତି। ୱାର୍ଣ୍ଣ ପୁରା ସମୟ ଫୋନରେ ବ୍ୟସ୍ତ ରୁହନ୍ତି। ତାଙ୍କ ଜୀବନ ଟିଣ୍ଡର, ବିୟର, ଜୁଆ ଖେଳ ଏବଂ କ୍ରିକେଟ। ମହିଳାମାନଙ୍କ ସମ୍ପର୍କରେ ଆସିବା ପାଇଁ ସେ ପାର୍ଟି ଡାକି ଥା’ନ୍ତି। ୱାର୍ଣ୍ଣ ପ୍ରାୟତଃ ତାଙ୍କ ସାଥୀମାନଙ୍କ ସହିତ ଡ୍ରିଙ୍କ୍ସ କରିବା ପରେ ଯୁବତୀଙ୍କ ସହ କୁଆଡେ ଗାଏବ ହୋଇଯାନ୍ତି ବୋଲି ଲରେନ୍ସ କହିଛନ୍ତି।
ସେନ ୱାର୍ନ ଅଷ୍ଟ୍ରେଲିଆ ପାଇଁ ୧୪୫ ଟେଷ୍ଟ ଏବଂ ୧୯୪ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୭୦୮ ଟେଷ୍ଟ ଏବଂ ୨୯୩ ଦିନିକିଆ ଉଇକେଟ ନେଇଛନ୍ତି। ୧୦୦୦ ରୁ ଅଧିକ ଅନ୍ତର୍ଜାତୀୟ ଉଇକେଟ ନେଇଥିବା ସେନ ୱାର୍ଣ୍ଣ ବିଶ୍ୱର ଦ୍ୱିତୀୟ କ୍ରିକେଟର।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri