Posted inଖେଳ

ପୁଣି ବଦଳିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୬।୭: ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ ପାଇଁ ଶୁକ୍ରବାର ୨୪ ଜଣିଆ ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଆସନ୍ତା ୧୮ରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ରେ ଶ୍ରୀଲଙ୍କା ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ଦଳର ନିୟମିତ ଅଧିନାୟକ କୁସାଲ ପେରେରା ଆହତ ସମସ୍ୟା କାରଣରୁ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ଦାସୁନ ଶାନାକା ଦଳର ନେତୃତ୍ୱ ଭାର ସମ୍ଭାଳିବେ। ଗତ ୫ ବର୍ଷ ମଧ୍ୟରେ ଶାନାକା ଶ୍ରୀଲଙ୍କା ଦଳର ୧୧ ତମ ଅଧିନାୟକ। ତାଙ୍କ ପୂର୍ବରୁ ଗତ ମେ’ରେ ପେରେରାଙ୍କୁ ନେତୃତ୍ୱ ଭାର ମିଳିଥିଲା। ପେରେରାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ କୌଣସି ସିରିଜ୍‌ ଜିତିବାକୁ ସକ୍ଷମ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ୨୯ ବର୍ଷୀୟ ଶାନାକା ୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ୬ ଟେଷ୍ଟ, ୨୮ ଦିନିକିଆ ଓ ୪୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆ ଫର୍ମାଟରେ ୨୬ରୁ କମ୍‌ ହାରରେ ୬୧୧ ରନ୍‌ କରିଛନ୍ତି। କ୍ୟାରିୟରରେ ମାତ୍ର ୩ଟି ଅର୍ଦ୍ଧଶତକ ରହିଛି।

ଆସନ୍ତା ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ରେ କୁସାଲ ଭାଗ ନେଇ ପାରିବେ ନାହିଁ।ଏହି ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ସାଥି ଉଇକେଟକିପର ନିରୋଶାମ ଡିକଓ୍ବେଲା ମଧ୍ୟ ବାସନ୍ଦାଦେଶ କାରଣରୁ ସିରିଜ୍‌ ପାଇଁ ଉପଲବ୍ଧ ହେବେ ନାହିଁ। ସେହିଭଳି ଗୋଇଠି ଜନିତ ସମସ୍ୟା କାରଣରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକଆ ସିରିଜ୍‌ରେ ଖେଳିବେ ନାହିଁ ବାମ ହାତୀ ପେସର ବିନୁରା ଫର୍ନାଣ୍ଡୋ। କିନ୍ତୁ ସେ ଟି୨୦ ସିରିଜ୍‌ ଲାଗି ଉପଲବ୍ଧ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri