ରାକେଶଙ୍କଠାରୁ ଅଲଗା ହୋଇଗଲେ ଶମିତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟି ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ବାପଟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଶମିତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଯେ ତାଙ୍କର ବ୍ରେକଅପ ହୋଇଯାଇଛି । ଶମିତାଙ୍କ ଏହି ସୂଚନା ପରେ ତାଙ୍କର ଓ ରାକେଶଙ୍କ ପ୍ରଶଂସକଙ୍କ ମନରେ ଆଘାତ ଆସିଥିବା ନିଶ୍ଚୟ ।
କିଛିଦିନ ପୂର୍ବରୁ ଖବର ଆସିଥିଲା କି ଶମିତା ଓ ରାକେଶଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ । ଉଭୟ ଅଲଗା ହୋଇଯାଇଛନ୍ତି । ହେଲେ ସେତେବେଳେ ଏହି ଖବରକୁ ଶମିତା ଖଣ୍ଡନ କରିଥିଲେ । କହିଥିଲେ ଆମେ ଏବେବି ଏକାଠି ଅଛୁ । ହେଲେ ଏବେ ଅଭିନେତ୍ରୀ ନିଜେ ଆନାଉନ୍ସ କରିଛନ୍ତି କି ତାଙ୍କର ରାକେଶଙ୍କ ସହ ବ୍ରେକଅପ ହୋଇଯାଇଛି ।
ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ଶେୟାର କରି ଶମିତା ସେଟ୍ଟି ଲେଖିଛନ୍ତି, ମୋତେ ଲାଗୁଛି କି ଏହା ସ୍ପଷ୍ଟ କରିଦେବା ଦରକାର କି, ରାକେଶ ଓ ମୁଁ ଏବେ ଏକାଠି ହୋଇ ନାହୁଁ । ହେଲେ ଏହି ମ୍ୟୁଜିକ ଭିଡିଓ ସେହି ସସସ୍ତ ପ୍ରଶଂସକଙ୍କ ପାଇଁ ଯେଉଁମାନେ ଆମକୁ ଏତେ ସମର୍ଥନ ଓ ଭଲ ପାଇବା ଦେଇଛନ୍ତି । ଆମ ଉପରେ ସବୁବେଳେ ଆପଣଙ୍କ ଭଲପାଇବା ଥାଉ । ଆପଣ ସମସ୍ତଙ୍କୁ ମୋର ଭଲ ପାଇବା ଓ ଶୁଭେଚ୍ଛା ।
ଏନେଇ ରାକେଶ ବାପଟ ବି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସେ ବି ଲେଖିଛନ୍ତି, ଏବେ ଶମିତା ଓ ମୁଁ ଏକାଠି ନାହୁଁ, ଆମ ଭିତରେ ବ୍ରେକଅପ୍ ହୋଇ ଯାଇଛି । ବହୁ ପ୍ରତିକୂଳ ପରିସ୍ଥିତିରେ ଆମେ ଏକାଠି ହୋଇଥିଲୁ । ଉଭୟ ପରିବାରର ସପୋର୍ଟ ବି ଆମ ସହ ଥିଲା । ଏବେ କିନ୍ତୁ ଆମେ ଅଲଗା ହୋଇଯାଇଛୁ । ଏହାଶୁଣି ଯଦିଓ ଆପଣମାନଙ୍କ ମନ ଉଣା ହେଉଥିବ ହେଲେ ଏହି ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ । ଆପଣଙ୍କ ଭଲପାଇବା ଅଲଗା ଅଲଗା ଭାବେ ଆମ ପ୍ରତି ଥାଉ ।
ସୂଚନାଯୋଗ୍ୟ, ଶମିତା ଓ ରାକେଶଙ୍କ ଲଭ ଷ୍ଟୋରୀ ‘ ବିଗ ବସ ଓଟିଟି’ରୁ ଆରମ୍ଭ ହୋଇଥିଲା । ଗତ ବର୍ଷ ଅଗଷ୍ଟରେ ଏହା ଆରମ୍ଭ ହୋଇଥିଲା । ଏହାପରେ ଉଭୟଙ୍କୁ କିଛି ସମୟ ପାଇଁ ‘ବିଗ ବସ ୧୫’ରେ ବି ଦେଖିବାକୁ ମିଳିଥିଲା । ଏହାପରେ କିଛିଦିନ ପାଇଁ ଉଭୟଙ୍କୁ ଏକାଠି ସ୍ପଟ କରାଯାଇଥିଲା । ହେଲେ ଏବେ ଏମାନଙ୍କୁ ଆଉ ଏକାଠି ଦେଖିବାକୁ ମିଳି ନ ଥିଲା । ଏହାରି ଭିତରେ ଦର୍ଶକେ ଅନୁମାନ କରୁଥିଲେ କି ଏମାନଙ୍କର ବ୍ରେକଅପ ହୋଇଯାଇଛି । ଆଉ ଏବେ ଶମିତା ଏହା ଆନାଉନ୍ସ କରିଦେଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଦ କଶ୍ମୀର ଫାଇଲ୍ସ’ ପରେ ଏବେ ‘ଦ ଦିଲ୍ଲୀ ଫାଇଲ୍ସ’

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟି ଟଙ୍କାରୁ...

୫୬ ବର୍ଷରେ ଗୋବିନ୍ଦା: ମାଙ୍କ ଜିଦ୍‌ ଯୋଗୁ ନୀଲମ୍‌ଙ୍କୁ ଛାଡ଼ି ସୁନୀତାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଶନିବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା...

୨୫୦ ଟଙ୍କାରୁ ୬ କୋଟି ପାରିଶ୍ରମିକ: କିଛି ଏଭଳି ଥିଲା ସୁଶାନ୍ତଙ୍କ ଜୀବନ ଯାତ୍ରା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି ସତ। ହେଲେ ସେ ଛାଡ଼ିଯାଇଥିବା ସ୍ମୃତି ପ୍ରଶଂସକଙ୍କ ପାଇଁ ଅପାସୋରା ପାଲଟିଛି। ପରଦାରେ ନାୟକ...

ପସନ୍ଦ କରନ୍ତି ନାହିଁ ଜନ୍‌

ଜନ୍‌ ଆବ୍ରାହମ କେତେକ ବିଷୟକୁ ନେଇ ବେଶ୍‌ ସଚେତନ। ସେ କଦାପି କୌଣସି ପାର୍ଟି କିମ୍ବା ଡ୍ୟାନ୍ସ ପ୍ରୋଗ୍ରାମକୁ ଯାଆନ୍ତି ନାହିଁ। କାରଣ ସବୁବେଳେ ଏକ...

ଅଡୁଆରେ କରନଙ୍କ ଧର୍ମା ପ୍ରଡକ୍ସନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । ହେଲେ...

ପଞ୍ଚଭୂତରେ ବିଲୀନ ବାପି ଦା’

କିମ୍ବଦନ୍ତୀ ସଜ୍ଞୀତଜ୍ଞ ବାପି ଲାହିରୀଙ୍କୁ ତାଙ୍କ ପ୍ରିୟଜନଙ୍କ ଉପସ୍ଥିତିରେ ମୁମ୍ବାଇର ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ବପ୍ପା ଲାହିରୀ ବାପାଙ୍କୁ ମୁଖାଗ୍ନି...

ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି...

ଯେତେବେଳେ ହ୍ରିତିକ୍‌ ରୋଶନଙ୍କୁ ଶ୍ରୀଦେବୀ ପଚାରିଥିଲେ ତାଙ୍କ ନାମ, ମିଳିଥିଲା ଏମିତି ଉତ୍ତର

୧୯୮୬ରେ ମୁକ୍ତିଲାଭ କରିଥିଲା ବଲିଉଡ୍‌ ଫିଲ୍ମ ‘ଭଗବାନ ଦାଦା’। ଏଥିରେ ପ୍ରମୁଖ ଚରିତ୍ରରେ ଶ୍ରୀଦେବୀ, ରଜନୀକାନ୍ତ ଏବଂ ରାକେଶ ରୋଶନ ଅଭିନୟ କରିଥିଲେ। ହ୍ରିତିକ ରୋଶନଙ୍କୁ...

Advertisement
Archives

Model This Week