Posted inଖେଳ

ଶାମିଙ୍କ କଷ୍ଟକର ଜୀବନ କାହାଣୀ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୧ : ଆଇସିସି ବିଶ୍ୱକପ ୨୦୨୩ର ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ୧୨ ବର୍ଷ ପରେ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଭାରତର ବିଜୟ ଯୋଗୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ ସେମିଫାଇନାଲରେ ମହମ୍ମଦ ଶାମି ୭ ୱିକେଟ ନେଇ ଭାରତକୁ ଏକ ବଡ଼ ବିଜୟ ଦେଇଛନ୍ତି। ଏହି ମ୍ୟାଚ ସହିତ ସେ ଏକଦିବସୀୟ କ୍ରିକେଟରେ ଚତୁର୍ଥ ଥର ପାଇଁ ପାଞ୍ଚଟି ୱିକେଟ ନେଇଥିବା ବୋଲର ହୋଇଛନ୍ତି। ଏହା ସହିତ ତାଙ୍କ ନାମରେ ଆଉ ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ ପଞ୍ଜିକୃତ ହୋଇଛି। ସେ ବିଶ୍ୱକପରେ ୫୦ ୱିକେଟ ନେଇଥିବା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି।

ଦିନ ଥିଲା ଯେତେବେଳେ ଶାମି ଅସଫଳତା କାରଣରୁ ଆତ୍ମହତ୍ୟା କରିବାକୁ ଯାଉଥିଲେ। ହଁ, ବାସ୍ତବରେ ସେ ନିଜେ କହିଥିଲେ ଯଦି ମୋର ପରିବାରର ସମର୍ଥନ ନ ଥାନ୍ତା, ମୁଁ କ୍ରିକେଟ ଛାଡି ଦେଇଥାନ୍ତି। ମୁଁ ଥରେ ନୁହେଁ ତିନିତିନି ଥର ଆତ୍ମହତ୍ୟା କରିବାକୁ ଚିନ୍ତା ଚିନ୍ତା କରିଥିଲି। ମୋ ଘର ୨୪ ମହଲାରେ ଥିଲା ଏବଂ ମୋ ପରିବାର ଭୟ କରୁଥିଲେ ମୁଁ ଆପାର୍ଟମେଣ୍ଟରୁ କାଳେ ଡେଇଁପଡ଼ିବି। ଏହି ସମୟ ଥିଲା ଯେତେବେଳେ ସେ ତାଙ୍କ ଜୀବନର ସବୁଠାରୁ କଠିନ ପର୍ଯ୍ୟାୟ ବିଷୟରେ ଉଲ୍ଲେଖ କରିଥିଲେ। କିନ୍ତୁ ସମୟ ସହିତ ଅସୁବିଧା କମିଲା ହେଲା ଏବଂ ଶାମି ଇତିହାସ ଲେଖିବା ଆରମ୍ଭ କଲେ। ଆଜି ବିଶ୍ୱ ଶାମିଙ୍କ ବୋଲିଂକୁ ସ୍ବୀକାର କରୁଛି। ସେ ଦେଶର କ୍ରିକେଟ ହିରୋ ପାଲଟି ଯାଇଛନ୍ତି।

ଏଠାରେ ପହଞ୍ଚିବା ପାଇଁ ରାସ୍ତା ଶାମିଙ୍କ ପାଇଁ ଆଦୌ ସହଜ ନ ଥିଲା। ଗତ କିଛି ବର୍ଷ ଧରି ଶାମି ଅନେକ ଅଭିଯୋଗ ଏବଂ ବିବାଦ ସହିତ ଜଡିତ ଥିଲେ। ୨୦୧୫ ବିଶ୍ୱକପ ପରେ ଶାମି ଆଘାତ ପ୍ରାପ୍ତ ହୋଇଥିଲେ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅଶାନ୍ତି ଦେଖାଦେଇଥିଲା। କିନ୍ତୁ ଭାଗ୍ୟରେ ଆଉ କିଛି ଲେଖାଯାଇଥିଲା। ସେ ତାଙ୍କ ପରିବାରର ସମର୍ଥନ ପାଇଲେ ଏବଂ ଏହି ଅବସ୍ଥାରେ ପହଞ୍ଚିବା ପାଇଁ ସେ ନିଜର ଖରାପ ସମୟ ଦେଇ ଲଢ଼ିଥିଲେ। ବାସ୍ତବରେ, ୨୦୨୦ରେ କରୋନା ସମୟରେ ଶାମି ରୋହିତ ଶର୍ମାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭରେ ପ୍ରକାଶ କରିଥିଲେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି। ସେ କହିଥିଲେ, “ମୁଁ ୨୦୧୫ ବିଶ୍ୱକପରେ ଆହତ ହୋଇଥିଲି। ଏହା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ମୋତେ ୧୮ ମାସ ସମୟ ଲାଗିଥିଲା ଏବଂ ଏହା ମୋ ଜୀବନର କଠିନ ପର୍ଯ୍ୟାୟ ଥିଲା। ମୁଁ ଆଇପିଏଲର ୧୦-୧୨ ଦିନ ପୂର୍ବରୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲି। ମୋର ବ୍ୟକ୍ତିଗତ ସମସ୍ୟା ବିଷୟରେ ଗଣମାଧ୍ୟମରେ ଅନେକ କିଛି ଚାଲିଥିଲା। ”

ଶାମି ଆହୁରି କହିଛନ୍ତି, “ମୁଁ ଅନୁଭବ କରୁଛି ଯଦି ମୋର ପରିବାରର ସମର୍ଥନ ନ ଥାଆନ୍ତା, ମୁଁ କ୍ରିକେଟ ତ୍ୟାଗ କରିଥାନ୍ତେ। ମୁଁ ତିନିଥର ଆତ୍ମହତ୍ୟା କରିବାକୁ ମଧ୍ୟ ଭାବିଥିଲି। ମୁଁ ଚାହୁଁ ନ ଥିଲି ଯେ ମୋ ପରିବାରର କେହି ମୋ ଉପରେ ନଜର ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?