Categories: ଖେଳ

ଚତୁର୍ଥ ଟେଷ୍ଟରେ ଖେଳିପାରନ୍ତି ଶାମି

ନୂଆଦିଲ୍ଲୀ, ୫ା୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ତଥା କ୍ରିକେଟ ଟେଷ୍ଟ ମାର୍ଚ୍ଚ ୯ରୁ ଅହମଦାବାଦରେ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତର ସବୁଠାରୁ ସିନିୟର ସ୍ପିଡ୍‌ଷ୍ଟର ମହମ୍ମଦ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟ ଶାମିଙ୍କୁ ଇନ୍ଦୋର ଗେମ୍‌ରୁ ବିଶ୍ରାମ ଦେଇଥିଲା। ମେଡିକାଲ ଷ୍ଟାଫ୍‌ଙ୍କ ସହ ପରାମର୍ଶ ପରେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପେସ୍‌ ବୋଲରଙ୍କ ଲାଗି ବିଶ୍ରାମ ବ୍ୟବସ୍ଥା କରିଛି। ଶାମି ଆଗକୁ ନିୟମିତ ଆଇପିଏଲ୍‌ ଖେଳିବେ। ତାଙ୍କୁ ଦିନିକିଆ ବିଶ୍ୱକପ୍‌ରେ ଖେଳାଇବା ଯୋଜନା ରହିଛି। ଶାମିଙ୍କୁ ପ୍ରଥମ ଦୁଇଟି ଟେଷ୍ଟରେ ଖେଳାଯାଇଥିଲା, ତୃତୀୟ ଗେମ୍‌ରୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କ ପରେ ଉମେଶ ଯାଦବ ଦ୍ୱିତୀୟ ପେସ୍‌ ବୋଲର ହିସାବରେ ଦଳରେ ସ୍ଥାନ ପାଇଥିଲେ। ପ୍ରଥମ ତିନୋଟି ଗେମ୍‌ରେ ସିରାଜ ମାତ୍ର ୨୪ ଓଭର ବୋଲିଂ କରିଥିଲେ।

Share