ଶକିରାଙ୍କୁ ହୋଇପାରେ ୮ ବର୍ଷ ଜେଲ

ବାର୍ସିଲୋନା,୩୦।୭: ଖ୍ୟାତନାମା ପପ୍‌ ସିଙ୍ଗର ଶକିରାଙ୍କ ବିରୋଧରେ ଟାକ୍ସ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୨ରୁ ୨୦୧୪ ମଧ୍ୟରେ ସେ ୧୪.୫ ମିଲିୟନ୍‌ ୟୁରୋ (୧,୧୭,୩୮, ୪୭, ୫୦୦ ଟଙ୍କା) ଟାକ୍ସ ପୈଠ ନ କରିବା ଆଧାରରେ ସ୍ପେନ୍‌ର ଏକ କୋର୍ଟରେ ଅଭିଯୋଗ ହୋଇଛି। ଯଦି ଶକିରା ଟାକ୍ସ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୮ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆୟକର ବିଭାଗ ଓକିଲ କହିଛନ୍ତି। ମାମଲାର ସମାଧାନ ପାଇଁ ଆୟକର ବିଭାଗ ଓକିଲ ତାଙ୍କ ଆଗରେ ଏକ ଡିଲ୍‌ ରଖିଥିଲେ ହେଁ ଶକିରା କୋର୍ଟରେ ମାମଲାର ସମାଧାନ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଶକିରା ଜାଣିଛନ୍ତି ସେ ନିର୍ଦ୍ଦୋଷ। ତାଙ୍କ ନାଁରେ ଆସିଥିବା ଟାକ୍ସ ଠକେଇ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହିନ। ଆୟକର ବିଭାଗର କାର୍ଯ୍ୟ ପ୍ରଣାଳୀକୁ ସେ ନିନ୍ଦା କରିଛନ୍ତି। ତେବେ କୋର୍ଟ ତାଙ୍କୁ ଉଚିତ୍‌ ନ୍ୟାୟ ଦେବ ବୋଲି ସେ ତାଙ୍କ ଓକିଲଙ୍କ ଜରିଆରେ କହିଛନ୍ତି। ମାମଲାର ଟ୍ରାଏଲ୍‌ ନେଇ କୋର୍ଟ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇନାହିଁ।
ଫୁଟବୋଲର ଜେରାର୍ଡ ପିକ୍ୱୁଙ୍କ ସହ ସମ୍ପର୍କରେ ଆସିବା ପରେ ୨୦୧୧ରେ ଶକିରା ସ୍ପେନ୍‌ରେ ଆସି ରହିବା ଆରମ୍ଭ କରିଥିଲେ। କିନ୍ତୁ ୨୦୧୫ ପର୍ଯ୍ୟନ୍ତ ସେ ନିଜର ସମସ୍ତ ଦସ୍ତାବିଜ୍‌ରେ ତାଙ୍କ ଘର ବାହାମସ ଲେଖିଥିବା ଆୟକର ବିଭାଗ ଓକିଲ କହିଛନ୍ତି। ୨୦୧୩-୧୪ରେ ଶକିରା ଏକ ସିଙ୍ଗିଙ୍ଗ ଶୋ’ର ଜଜ୍‌ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ନିଜ ଆୟର ଅଧିକାଂଶ ଅଂଶ ସେ ଅନ୍ତର୍ଜାତୀୟ ଟୁର୍‌ରୁ ରୋଜଗାର କରିଥିବା ତାଙ୍କ ଓକିଲ କହିଛନ୍ତି। ୨୦୧୫ରେ ସେ ସମ୍ପୂର୍ଣ୍ଣ ଭାବେ ସ୍ପେନ୍‌ରେ ରହିଥିବାବେଳେ ୨୦୧୫ ପର୍ଯ୍ୟନ୍ତ ୧୭.୨ ମିଲିୟନ୍‌ ୟୁରୋ (୧,୩୯,୧୫,୯୭,୬୮୯.୯୭ ଟଙ୍କା) ସେ ପୈଠ କରିଥିବା କହିଛନ୍ତି। ଏ ନେଇ ଗତ ମେ’ରେ ଶକିରା ସ୍ପେନ୍‌ର ଏକ କୋର୍ଟରେ ଆବେଦନ କରିଥିବାବେଳେ କୋର୍ଟ ତାହାକୁ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri