ଶକିରାଙ୍କୁ ହୋଇପାରେ ୮ ବର୍ଷ ଜେଲ

ବାର୍ସିଲୋନା,୩୦।୭: ଖ୍ୟାତନାମା ପପ୍‌ ସିଙ୍ଗର ଶକିରାଙ୍କ ବିରୋଧରେ ଟାକ୍ସ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୨ରୁ ୨୦୧୪ ମଧ୍ୟରେ ସେ ୧୪.୫ ମିଲିୟନ୍‌ ୟୁରୋ (୧,୧୭,୩୮, ୪୭, ୫୦୦ ଟଙ୍କା) ଟାକ୍ସ ପୈଠ ନ କରିବା ଆଧାରରେ ସ୍ପେନ୍‌ର ଏକ କୋର୍ଟରେ ଅଭିଯୋଗ ହୋଇଛି। ଯଦି ଶକିରା ଟାକ୍ସ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୮ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆୟକର ବିଭାଗ ଓକିଲ କହିଛନ୍ତି। ମାମଲାର ସମାଧାନ ପାଇଁ ଆୟକର ବିଭାଗ ଓକିଲ ତାଙ୍କ ଆଗରେ ଏକ ଡିଲ୍‌ ରଖିଥିଲେ ହେଁ ଶକିରା କୋର୍ଟରେ ମାମଲାର ସମାଧାନ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଶକିରା ଜାଣିଛନ୍ତି ସେ ନିର୍ଦ୍ଦୋଷ। ତାଙ୍କ ନାଁରେ ଆସିଥିବା ଟାକ୍ସ ଠକେଇ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହିନ। ଆୟକର ବିଭାଗର କାର୍ଯ୍ୟ ପ୍ରଣାଳୀକୁ ସେ ନିନ୍ଦା କରିଛନ୍ତି। ତେବେ କୋର୍ଟ ତାଙ୍କୁ ଉଚିତ୍‌ ନ୍ୟାୟ ଦେବ ବୋଲି ସେ ତାଙ୍କ ଓକିଲଙ୍କ ଜରିଆରେ କହିଛନ୍ତି। ମାମଲାର ଟ୍ରାଏଲ୍‌ ନେଇ କୋର୍ଟ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇନାହିଁ।
ଫୁଟବୋଲର ଜେରାର୍ଡ ପିକ୍ୱୁଙ୍କ ସହ ସମ୍ପର୍କରେ ଆସିବା ପରେ ୨୦୧୧ରେ ଶକିରା ସ୍ପେନ୍‌ରେ ଆସି ରହିବା ଆରମ୍ଭ କରିଥିଲେ। କିନ୍ତୁ ୨୦୧୫ ପର୍ଯ୍ୟନ୍ତ ସେ ନିଜର ସମସ୍ତ ଦସ୍ତାବିଜ୍‌ରେ ତାଙ୍କ ଘର ବାହାମସ ଲେଖିଥିବା ଆୟକର ବିଭାଗ ଓକିଲ କହିଛନ୍ତି। ୨୦୧୩-୧୪ରେ ଶକିରା ଏକ ସିଙ୍ଗିଙ୍ଗ ଶୋ’ର ଜଜ୍‌ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ନିଜ ଆୟର ଅଧିକାଂଶ ଅଂଶ ସେ ଅନ୍ତର୍ଜାତୀୟ ଟୁର୍‌ରୁ ରୋଜଗାର କରିଥିବା ତାଙ୍କ ଓକିଲ କହିଛନ୍ତି। ୨୦୧୫ରେ ସେ ସମ୍ପୂର୍ଣ୍ଣ ଭାବେ ସ୍ପେନ୍‌ରେ ରହିଥିବାବେଳେ ୨୦୧୫ ପର୍ଯ୍ୟନ୍ତ ୧୭.୨ ମିଲିୟନ୍‌ ୟୁରୋ (୧,୩୯,୧୫,୯୭,୬୮୯.୯୭ ଟଙ୍କା) ସେ ପୈଠ କରିଥିବା କହିଛନ୍ତି। ଏ ନେଇ ଗତ ମେ’ରେ ଶକିରା ସ୍ପେନ୍‌ର ଏକ କୋର୍ଟରେ ଆବେଦନ କରିଥିବାବେଳେ କୋର୍ଟ ତାହାକୁ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକେ ଆତଙ୍କିତ, ୭ ନଭେମ୍ବର ପର୍ଯ୍ୟନ୍ତ କାଫେ-ରେଷ୍ଟୁରାଣ୍ଟ-ଦୋକାନ ବନ୍ଦ…

ମସ୍କୋ,୨୫।୧୦: କରୋନା ମହାମାରୀ ପୁଣି ଥରେ ଫେରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆର ସେଣ୍ଟ୍‌ ପିଟର୍ସବର୍ଗରେ ୭ ନଭେମ୍ବର ପର୍ଯ୍ୟନ୍ତ କାଫେ, ରେଷ୍ଟୁରାଣ୍ଟ,...

ବ୍ରିଟେନ ରାଜାଙ୍କ ରାଜ୍ୟାଭିଷେକରେ ଖର୍ଚ୍ଚ ହେଲା ହଜାରେ କୋଟି

ଲଣ୍ଡନ,୬।୫: ବ୍ରିଟେନର ରାଜା କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ଶନିବାର ସମ୍ପନ୍ନ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ନୂଆ ରାଜା ହୋଇଛନ୍ତି। ଏହାସହ ତାଙ୍କ ପତ୍ନୀ କୁଇନ...

ହାମବର୍ଗରେ ଗୁଳିକାଣ୍ଡ: ୨ ମୃତ…

ହାମବର୍ଗ,୨୬।୩ : ଜର୍ମାନୀର ହାମବର୍ଗରେ ଗୁଳିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପୋଲିସର ସୂଚନାନୁସାରେ, ଏକ...

ଜେମ୍ସ ଓ୍ବେବ୍‌ ଟେଲିସ୍କୋପ ପ୍ରସ୍ତୁତ: କାଲି କରିବ ଲଞ୍ଚ, ସାରା ବିଶ୍ୱର ସଂଗ୍ରହ କରିବ ଡାଟା

ଓ୍ବାଶିଂଟନ,୨୪ା୧୨: ନାସା ଲଞ୍ଚ୍‌ କରିବା ପୂର୍ବରୁ ଜେମ୍ସ ଓ୍ବେବ୍‌ ଟେଲିସ୍କୋପର ଫଟୋ ପ୍ରକାଶ କରିଛି। ଏହି ଟେଲିସ୍କୋପ୍‌ ମହାକାଶରେ ସବୁଠାରୁ ଶକ୍ତିଶାଳୀ ହେବ ବୋଲି ତାଲିକାରେ...

ମହିଳା ଅଧିକାରକର୍ମୀ ଲୌଜେନ୍‌ଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ: ଅନ୍ତର୍ଜାତୀୟସ୍ତରରେ ନିନ୍ଦା

ଦୁବାଇ,୨୯।୧୨: ସୌଦିରେ ମହିଳା ଅଧିକାରକର୍ମୀ ଲୌଜେନ୍‌ ଅଲ୍‌-ହଥଲୌଲ୍‌ଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅନ୍ତର୍ଜାତୀୟସ୍ତରରେ ନିନ୍ଦା କରାଯାଇଛି। ସୌଦିରେ ପ୍ରଚଳିତ ଆତଙ୍କବାଦ...

ସିଙ୍ଗାପୁରରେ ପ୍ରଥମ ବିରୋଧୀ ଦଳ ନେତା ହେଲେ ଭାରତୀୟ ବଂଶୋଦ୍ଭବ

ସିଙ୍ଗାପୁର, ୧।୯(ପି.ଟି.): ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ରାଜନେତା ପ୍ରୀତମ ସିଂ ଇତିହାସ ରଚିଛନ୍ତି। ସେ ଦେଶର ପ୍ରଥମ ବିରୋଧୀ ଦଳ ନେତା ହୋଇଛନ୍ତି। ସୋମବାର ପାର୍ଲାମେଣ୍ଟ...

ଇସ୍ତଫା ଦେବେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ ବିଛଣାରେ ୩ ଫୋନ ରଖି ଶୋଇଛି, ଆଗକୁ ନିର୍ବାଚନ ବି ଲଢିବି ନାହିଁ

ଲଣ୍ଡନ,୧୬।୭: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ଓ୍ବାଲେସ ରବିବାର କହିଛନ୍ତି କି ସେ ମନ୍ତ୍ରିମଣ୍ଡଳରେ ଆଗାମୀ ପରିବର୍ତ୍ତନ ପରେ ଇସ୍ତଫା ଦେଇଦେବେ। ବେନ ଆହୁରି ମଧ୍ୟ...

ଇମ୍ରାନଙ୍କ ଆବେଦନ ଖାରଜ

ଇସଲାମାବାଦ,୧୦ା୧୨: ପାନାମା ପେପର ସହ ଜଡ଼ିତ ୬ ବର୍ଷ ପୁରୁଣା ଅବମାନନା ମାମଲାରେ ପାକିସ୍ତାନର ଲାହୋର ହାଇକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚ୍ୟାଲେଞ୍ଜ ଆବେଦନକୁ...

Advertisement
Archives

Model This Week