ଭୁବନେଶ୍ୱର,୨୩ା୫
(ସ୍ପୋଟର୍ସ ବ୍ୟୁରୋ)
ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ୧୬ ବର୍ଷରୁ କମ୍ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ଚରଣ ଅନୁଷ୍ଠିତ ହେଉଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ବି, କେନ୍ଦୁଝର, ନୂଆପଡା, ବରଗଡ, ଖୋର୍ଦ୍ଧା ଓ ଗଜପତି ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ବିର ସୋହମ ପଟ୍ଟନାୟକ ଓ ମାଲକାନଗିରିର କୋଟଲା ମାଧବା ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ କେନ୍ଦୁଝରର ସଙ୍କେତ ପଣ୍ଡା ଓ ନୂଆପଡାର ବିଶାଲ କୁମ୍ଭାର ଶତକ ହାସଲ କରିଛନ୍ତି।
ରେଲଓ୍ବେ ଗ୍ରାଉଣ୍ଡ: ଏଠାରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ବି ୫୯ ରନରେ ମାଲକାନଗିରିକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ୪୬.୧ ସଭରରେ ୨୦୩ ରନରେ ଅଲଆଉଟ ହୋଇଥିଲା। ପ୍ରୟାନ୍ ସାମଲ ସର୍ବାଧିକ ୪୭ ରନ୍ କରିଥିଲେ। ଜବାବରେ ସୋହମ ପଟ୍ଟନାୟକ ୨୫ ରନରେ ୫ ଉଇକେଟ ନେବାରୁ ମାଲକାନଗିରି ୩୨.୧ ଓଭରରେ ୧୪୪ ରନ୍ରେ ଅଲଆଉଟ ହୋଇଥିଲା।
ଟାଉନ୍ କ୍ଲବ୍(ଭୁବନେଶ୍ୱର): ଏଠାରେ ଅନୁଷ୍ଠିତ ମ୍ୟାଚରେ କେନ୍ଦୁଝର ୨୫୬ ରନ୍ର ବିଶାଳ ବ୍ୟବଧାନରେ ଜଗତସିଂହପୁରକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି କେନ୍ଦୁଝର ୪୯ ଓଭରରେ ୫ ଉଇକେଟରେ ୨୯୦ ରନ୍ କରିଥିଲା। ଜବାବରେ ସନ୍ତୋଷ ରାଉତ ୪ ରନରେ ୪ ଉଇକେଟ ନେବାରୁ ଜଗତସିଂହପୁର ୩୪ ରନ୍ରେ ସମସ୍ତ ଉଇକେଟ ହରାଇଥିଲା।
ଅଡଶପୁର ଗ୍ରାଉଣ୍ଡ: ଏଠାରେ ଅନୁଷ୍ଠିତ ମ୍ୟାଚରେ ନୂଆପଡା ୧୯ ରନ୍ରେ କନ୍ଧମାଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବିଶାଲ କୁମ୍ଭାରଙ୍କ ଶତକ ବଳରେ ନୂଆପଡା ୩୨.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୦୩ ରନ୍ କରିବାରେ ସମର୍ଥ ହୋଇଥିଲା। ଜବାବରେ କନ୍ଧମାଳ ୪୫ ଓଭରରେ ୮ ଉଇକେଟ ହରାଇ ୧୮୪ ରନ କରିଥିଲା।
ବିଜେଏଚ୍ଏସ୍ ଗ୍ରାଉଣ୍ଡ (ଖୋର୍ଦ୍ଧା): ଏଠାରେ କଟକ- ବି’କୁ ୬ ଉଇକେଟରେ ହରାଇଛି ବରଗଡ। ପ୍ରଥମେ ବ୍ୟାଟିଂ କରି କଟକ ସମସ୍ତ ଉଇକେଟ ହରାଇ ୧୪୩ ରନ୍ କରିଥିଲା। ଜବାବରେ ବରଗଡ ୩୭.୩ ଓଭରରେ ୪ ଉଇକେଟ ହରଇ ୧୪୫ ରନ୍ କରିଥିଲା।
FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!
ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…
କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା
ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…
ଭାରତରେ କିଏ ସ୍ଥିର କରେ ଚିନି ଦାମ୍? ସରକାର ନା କୃଷକ, ଜାଣନ୍ତୁ…
ନୂଆଦିଲ୍ଲୀ,୨୩ା୮: ଚା’ କପ୍ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…
୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା
ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
Archives

