Posted inଖେଳ

ଶାଜି ପ୍ରଭାକରନ ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ, ୪।୯: ଫୁଟ୍‌ବଲ ଦିଲ୍ଲୀ ସଭାପତି ଶାଜି ପ୍ରଭାକରନ ଶନିବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ସଭାପତି କଲ୍ୟାଣ ଚୌବେଙ୍କ ଅଧ୍ୟକ୍ଷତାରେ ନବଗଠିତ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ପ୍ରଭାକରନଙ୍କୁ ମନୋନୀତ କରିଥିଲା, ଯାହା ପୂର୍ବରୁ ଅନୁମାନ କରାଯାଉଥିଲା। ଏଆଇଏଫ୍‌ଏଫ୍‌ ସଭାପତିଙ୍କ ପ୍ରସ୍ତାବକ୍ରମେ ସର୍ବସମ୍ମତିରେ ସୁନନ୍ଦୋ ଧର୍‌ ମହାସଂଘର ଉପସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଧର ଆଇ-ଲିଗ୍‌ର ସିଇଓ ଭାବେ ଏଆଇଏଫ୍‌ଏଫ୍‌ରେ ଯୋଗ ଦେଇଥିଲେ। କୁଶାଲ ଦାସଙ୍କୁ ବହିଷ୍କାର କରାଯିବା ପରେ ସେ କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏଆଇଏଫ୍‌ଏଫ୍‌ରେ ପରିବର୍ତ୍ତନ ଆଣିବା ଲାଗି ଚାହୁଁଥିବା ଗୋଷ୍ଠୀରେ ପ୍ରଭାକରନ ସର୍ବାଗ୍ରେ ଥିଲେ। ଶୁକ୍ରବାର ଭାରତୀୟ ଫୁଟ୍‌ବଲ ମହାସଂଘ ନିର୍ବାଚନରେ ସେ ଅଂଶଗ୍ରହଣ କରି ନ ଥିଲେ। ଚୌବେ ସେଦିନ ମହାସଂଘର ଦୀର୍ଘ ୮୫ ବର୍ଷର ଇତିହାସରେ ପ୍ରଥମ ଖେଳାଳି ଭାବେ ସଭାପତି ପଦ ପାଇଁ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ପ୍ରଭାକରନ ଦିଲ୍ଲୀ ଫୁଟ୍‌ବଲ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ତାହା ଫୁଟ୍‌ବଲ ଦିଲ୍ଲୀ ନାମରେ ପରିଚିତ। ସେ ଆହୁରି ମଧ୍ୟ ଫିଫା ସାଉଥ ସେଣ୍ଟ୍ରାଲ ଏସିଆ ଡେଭଲପମେଣ୍ଟ ଅଫିସର ହୋଇଛନ୍ତି। ଆଲବର୍ଟୋ କୋଲାକୋ ସାଧାରଣ ସମ୍ପାଦକ ରହିଥିବା ବେଳେ ସେ ଫୁଟ୍‌ବଲ ହାଉସ୍‌ର ଭିଜନ ଓ ଜାତୀୟ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଗତ ମେ’ ମାସରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରଫୁଲ୍ଲ ପଟେଲ ବିଦା ହେବା ପରେ ପ୍ରଭାକରନ ଏଆଇଏଫ୍‌ଏଫ୍‌ ସଭାପତି ଦୌଡ଼ରେ ରହିବେ ବୋଲି ଅନୁମାନ କରାଯାଉଥିଲା। ମାତ୍ର ପରେ ଜଣାପଡ଼ିଥିଲା ଯେ, ଚୌବେଙ୍କ ଗୋଷ୍ଠୀର ଯଦି ବିଜୟ ହୁଏ ତେବେ ତାଙ୍କୁ ସାଧାରଣ ସମ୍ପାଦକ ପଦ ମିଳିବ। ପୂର୍ବତନ ଗୋଲ୍‌କିପର ଚୌବେ ଶୁକ୍ରବାର ନିର୍ବାଚନରେ ପୂର୍ବତନ ଭାରତୀୟ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ବିପକ୍ଷରେ ବିପୁଳ ବିଜୟ ହାସଲ କରି ଏଆଇଏଫଏଫ୍‌ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଫଳରେ ଏଆଇଏଫ୍‌ଏଫ୍‌ ମୁଖ୍ୟ କାର୍ଯ୍ୟାଳୟକୁ ବଡ଼ ପଦବୀ ସହ ଫେରିବା ଲାଗି ପ୍ରଭାକରନଙ୍କ ପାଇଁ ପଥ ପରିଷ୍କାର ହୋଇଥିଲା। କାର୍ଯ୍ୟନିର୍ବାହୀ କମିଟି ଆହୁରି ମଧ୍ୟ ଆଇ.ଏମ୍‌. ବିଜୟନଙ୍କୁ ନୂଆ ଏଆଇଏଫ୍‌ଏଫ୍‌ ଟେକ୍‌ନିକାଲ କମିଟିର ଚେୟାରମ୍ୟାନ ଭାବେ ମନୋନୀତ କରିଛି। ୟୁଜେନସନ ଲିଙ୍ଗ୍‌ଦୋ, କ୍ଲାଇମାକ୍ସ ଲରେନ୍ସ, ହରଜିନ୍ଦର ସିଂ, ଅରୁଣ ମାଲହୋତ୍ରା ଓ ପିଙ୍କି ବୋମ୍ପାଲଙ୍କୁ ଟେକ୍‌ନିକାଲ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅନ୍ୟପକ୍ଷରେ ପୂର୍ବତନ ଭାରତ ଅଧିନାୟକ ଶିବର ଅଲୀଙ୍କୁ ସର୍ବସମ୍ମତିକ୍ରମେ ଉପଦେଷ୍ଟା କମିଟିର ଚେୟାରମ୍ୟାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri