ଭାବ ଭକ୍ତିରେ ଛନ୍ଦା ଶୈବପୀଠ: ଯେଉଁଠାକୁ ବୁଲିଯାଇ ଲଭି ପାରିବେ ପ୍ରଭୁଙ୍କ ଅପାର କରୁଣା…

ଦେବ ଦେବ ମହାଦେବଙ୍କର ମହିମା ଅପାର। ପୂରାଣ ଶାସ୍ତ୍ର ଅନୁଯାୟୀ, ନିଷ୍ଠାର ସହ ପ୍ରଭୁଙ୍କୁ ସ୍ମରଣ କଲେ ଭକ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ। ଏପରିକି ଶିବମନ୍ଦିରକୁ ଯାଇ ତାଙ୍କୁ ଦର୍ଶନ କରିବା ମାତ୍ରେ ଦେହମନ ପବିତ୍ର ହୋଇଉଠେ। ବିଶେଷ କରି ଶ୍ରାବଣ ମାସରେ ପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଯାଏ ବୋଲି ବିଶ୍ୱାସ ରହିଛି। ତେଣୁ ଏହି ମାସରେ ଶୈବପୀଠଗୁଡ଼ିକରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ଏଥରର ଏହି ଆଲେଖ୍ୟରେ ସେମିତି କେତୋଟି ପ୍ରମୁଖ ଶୈବପୀଠ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବୁଲିଯାଇ ଭକ୍ତଗଣ ପ୍ରଭୁଙ୍କର ଅପାର କରୁଣା ଲଭି ପାରିବେ…

* କେଦାରନାଥ ମନ୍ଦିର: ଉତ୍ତରାଖଣ୍ଡର ମନ୍ଦାକିନୀ ନଦୀ ନିକଟସ୍ଥ ଗଡ଼ଓ୍ବାଲ୍‌ ହିମାଳୟ ଶୃଙ୍ଖଳାର ପ୍ରାୟ ୩,୫୮୩ ମିଟର ଉଚ୍ଚତାରେ ଅବସ୍ଥିତ ଏହି କେଦାରନାଥ ମନ୍ଦିରଟି ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ଏହା ଆମ ଦେଶର ଏକ ଲୋକପ୍ରିୟ ଶୈବପୀଠ; ଯେଉଁଠାରେ ଯାତ୍ରୀମାନଙ୍କର ବେଶି ଭିଡ଼ ଦେଖିବାକୁ ମିଳିଥାଏ। ସୂଚନାନୁଯାୟୀ, ଏଠାରେ ଶୀତଦିନେ କୁଆଡ଼େ ପ୍ରଚୁର ତୁଷାରପାତ ହୋଇଥାଏ। ଖାସ୍‌ ସେହି କାରଣ ଯୋଗୁ ଏପ୍ରିଲ୍‌ ମାସର ଶେଷରୁ ନଭେମ୍ବର ମାସର ଅଧା ଯାଏ ଏହି ପବିତ୍ର ପୀଠଟି ଭକ୍ତଙ୍କ ପାଇଁ ଖୋଲା ରହିଥାଏ। କୁହାଯାଏ, ଏହି ମନ୍ଦିରକୁ ଯାତ୍ରା କଲେ କୁଆଡ଼େ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ।

*ମହାକାଳେଶ୍ୱର ମନ୍ଦିର: ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ଅବସ୍ଥିତ ଏହି ଶୈବପୀଠଟି ମଧ୍ୟ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। କୁହାଯାଏ, ଏଠାରେ ପୂଜା ପାଉଥିବା ପ୍ରଭୁ ସ୍ବୟଂଭୁ, ଆଉ ତାଙ୍କର ମୁଖ ଦକ୍ଷିଣ ଦିଗକୁ ରହିଥିବାରୁ ତାଙ୍କୁ ଦକ୍ଷିଣାମୂର୍ତ୍ତି ବି କୁହାଯାଇଥାଏ। ତେବେ ଏଠାରେ ହେଉଥିବା ଭସ୍ମ ଆଳତି ସବୁଠୁ ଲୋକପ୍ରିୟ। କୁହାଯାଏ, ଏହି ଭସ୍ମରେ ପ୍ରଭୁଙ୍କର ଅପୂର୍ବ ଶୃଙ୍ଗାର ହୋଇଥାଏ, ଯାହା ଖୁବ୍‌ ମନଛୁଆଁ ଲାଗିଥାଏ।

* କାଶୀ ବିଶ୍ୱନାଥ: ବାରାଣସୀରେ ଅବସ୍ଥିତ କାଶୀବିଶ୍ୱନାଥ ବି ହେଉଛନ୍ତି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। କୁହାଯାଏ, ଭକ୍ତିଭାବ ସହକାରେ ତାଙ୍କୁ ପୂଜିଲେ ସକଳ ଇଚ୍ଛା ପୂର୍ଣ୍ଣ ହୋଇଥାଏ। ସେହିପରି କଥିତ ଅଛି ଯେ, ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ଏହି ପବିତ୍ର ଧାମରେ ହୋଇଥାଏ, ତାଙ୍କୁ ପୁନର୍ଜନ୍ମ ଚକ୍ରରୁ ମୁକ୍ତି ମିଳିଥାଏ।

*ତ୍ରୟମ୍ବକେଶ୍ୱର ମନ୍ଦିର: ନାସିକ୍‌ଠାରୁ ପ୍ରାୟ ୨୮ କିମି ଦୂରରେ ଥିବା ଏହି ପବିତ୍ର ପୀଠଟି ବି ହେଉଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ସୂଚନାନୁଯାୟୀ, ଏହି ପବିତ୍ର ମନ୍ଦିରର ନିର୍ମାଣ ପେଶ୍‌ଓ୍ବା ବାଲାଜୀ ବାଜି ରାଓଙ୍କ ଦ୍ୱାରା କରାଯାଇଥିଲା। ଏଠାରେ ପୂଜା ପାଉଥିବା ଭଗବାନ ଖୁବ୍‌ ପ୍ରତ୍ୟକ୍ଷ ବୋଲି ଜନମତ ରହିଛି।

*ଅମରନାଥ ଗୁମ୍ଫା: ଜମ୍ମୁ-କଶ୍ମୀରରେ ଅବସ୍ଥିତ ଅମରନାଥ ଗୁମ୍ଫା ଏକ ପବିତ୍ର ହିନ୍ଦୁ ତୀର୍ଥସ୍ଥଳୀ ଭାବେ ଜଣାଶୁଣା। ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଏଠାକୁ ଆସି ବରଫଯୁକ୍ତ ଶିବଲିଙ୍ଗ ଦର୍ଶନ କରି ଅପାର କରୁଣା ଲଭିଥାନ୍ତି। ପୌରାଣିକ କଥାବସ୍ତୁ ଅନୁସାରେ, ଭଗବାନ ଶିବ ମାତା ପାର୍ବତୀଙ୍କୁ କୁଆଡ଼େ ଏହି ଗୁମ୍ଫାରେ ଅମର କଥା କାହାଣୀ ଶୁଣାଇଥିଲେ। ମାନ୍ୟତା ଅଛି ଯେ, ଏଠାରେ କୁଆଡ଼େ କପୋତଙ୍କର ଗୋଟିଏ ଯୋଡ଼ା ସବୁବେଳେ ଦେଖିବାକୁ ମିଳିଥାଏ। ସେମାନଙ୍କୁ ଅମର ପକ୍ଷୀ ବି କୁହାଯାଇଥାଏ, କାରଣ ସେମାନେ କୁଆଡ଼େ ଅମର କଥା ଶୁଣି ଅମର ହୋଇଯାଇଛନ୍ତି ବୋଲି ଲୋକବିଶ୍ୱାସ ରହିଛି।

*ରାମନାଥସ୍ବାମୀ ମନ୍ଦିର: ତାମିଲନାଡୁର ରାମେଶ୍ୱରମ୍‌ରେ ସ୍ଥାପିତ ରାମନାଥସ୍ବାମୀ ମନ୍ଦିର ବି ହେଉଛି ଏକ ପବିତ୍ର ଶୈବପୀଠ ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ପୁରାଣଶାସ୍ତ୍ର ଅନୁଯାୟୀ, ଏହି ମନ୍ଦିରଟି ସେହି ସ୍ଥାନରେ ନିର୍ମିତ ହୋଇଛି, ଯେଉଁଠାରେ ଭଗବାନ ରାମ ରାବଣକୁ ବଧ କରିବା ପରେ ପାପମୁକ୍ତ ହେବା ପାଇଁ ଭଗବାନ ଶିବଙ୍କୁ ପୂଜା କରିଥିଲେ।
କେବଳ ଏତିକି ଶୈବପୀଠ ନୁହେଁ, ଭାରତରେ ଆହୁରି ଅନେକ ଶୈବପୀଠ ରହିଛି, ଯେଉଁଠାକୁ ଭକ୍ତଗଣ ବୁଲିଯାଇ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କର ଅପାର କରୁଣା ଲଭିବା ସହ ଜୀବନ ଧନ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri