ଭାବ ଭକ୍ତିରେ ଛନ୍ଦା ଶୈବପୀଠ: ଯେଉଁଠାକୁ ବୁଲିଯାଇ ଲଭି ପାରିବେ ପ୍ରଭୁଙ୍କ ଅପାର କରୁଣା…

ଦେବ ଦେବ ମହାଦେବଙ୍କର ମହିମା ଅପାର। ପୂରାଣ ଶାସ୍ତ୍ର ଅନୁଯାୟୀ, ନିଷ୍ଠାର ସହ ପ୍ରଭୁଙ୍କୁ ସ୍ମରଣ କଲେ ଭକ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ। ଏପରିକି ଶିବମନ୍ଦିରକୁ ଯାଇ ତାଙ୍କୁ ଦର୍ଶନ କରିବା ମାତ୍ରେ ଦେହମନ ପବିତ୍ର ହୋଇଉଠେ। ବିଶେଷ କରି ଶ୍ରାବଣ ମାସରେ ପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଯାଏ ବୋଲି ବିଶ୍ୱାସ ରହିଛି। ତେଣୁ ଏହି ମାସରେ ଶୈବପୀଠଗୁଡ଼ିକରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ଏଥରର ଏହି ଆଲେଖ୍ୟରେ ସେମିତି କେତୋଟି ପ୍ରମୁଖ ଶୈବପୀଠ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବୁଲିଯାଇ ଭକ୍ତଗଣ ପ୍ରଭୁଙ୍କର ଅପାର କରୁଣା ଲଭି ପାରିବେ…

* କେଦାରନାଥ ମନ୍ଦିର: ଉତ୍ତରାଖଣ୍ଡର ମନ୍ଦାକିନୀ ନଦୀ ନିକଟସ୍ଥ ଗଡ଼ଓ୍ବାଲ୍‌ ହିମାଳୟ ଶୃଙ୍ଖଳାର ପ୍ରାୟ ୩,୫୮୩ ମିଟର ଉଚ୍ଚତାରେ ଅବସ୍ଥିତ ଏହି କେଦାରନାଥ ମନ୍ଦିରଟି ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ଏହା ଆମ ଦେଶର ଏକ ଲୋକପ୍ରିୟ ଶୈବପୀଠ; ଯେଉଁଠାରେ ଯାତ୍ରୀମାନଙ୍କର ବେଶି ଭିଡ଼ ଦେଖିବାକୁ ମିଳିଥାଏ। ସୂଚନାନୁଯାୟୀ, ଏଠାରେ ଶୀତଦିନେ କୁଆଡ଼େ ପ୍ରଚୁର ତୁଷାରପାତ ହୋଇଥାଏ। ଖାସ୍‌ ସେହି କାରଣ ଯୋଗୁ ଏପ୍ରିଲ୍‌ ମାସର ଶେଷରୁ ନଭେମ୍ବର ମାସର ଅଧା ଯାଏ ଏହି ପବିତ୍ର ପୀଠଟି ଭକ୍ତଙ୍କ ପାଇଁ ଖୋଲା ରହିଥାଏ। କୁହାଯାଏ, ଏହି ମନ୍ଦିରକୁ ଯାତ୍ରା କଲେ କୁଆଡ଼େ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ।

*ମହାକାଳେଶ୍ୱର ମନ୍ଦିର: ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ଅବସ୍ଥିତ ଏହି ଶୈବପୀଠଟି ମଧ୍ୟ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। କୁହାଯାଏ, ଏଠାରେ ପୂଜା ପାଉଥିବା ପ୍ରଭୁ ସ୍ବୟଂଭୁ, ଆଉ ତାଙ୍କର ମୁଖ ଦକ୍ଷିଣ ଦିଗକୁ ରହିଥିବାରୁ ତାଙ୍କୁ ଦକ୍ଷିଣାମୂର୍ତ୍ତି ବି କୁହାଯାଇଥାଏ। ତେବେ ଏଠାରେ ହେଉଥିବା ଭସ୍ମ ଆଳତି ସବୁଠୁ ଲୋକପ୍ରିୟ। କୁହାଯାଏ, ଏହି ଭସ୍ମରେ ପ୍ରଭୁଙ୍କର ଅପୂର୍ବ ଶୃଙ୍ଗାର ହୋଇଥାଏ, ଯାହା ଖୁବ୍‌ ମନଛୁଆଁ ଲାଗିଥାଏ।

* କାଶୀ ବିଶ୍ୱନାଥ: ବାରାଣସୀରେ ଅବସ୍ଥିତ କାଶୀବିଶ୍ୱନାଥ ବି ହେଉଛନ୍ତି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। କୁହାଯାଏ, ଭକ୍ତିଭାବ ସହକାରେ ତାଙ୍କୁ ପୂଜିଲେ ସକଳ ଇଚ୍ଛା ପୂର୍ଣ୍ଣ ହୋଇଥାଏ। ସେହିପରି କଥିତ ଅଛି ଯେ, ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ଏହି ପବିତ୍ର ଧାମରେ ହୋଇଥାଏ, ତାଙ୍କୁ ପୁନର୍ଜନ୍ମ ଚକ୍ରରୁ ମୁକ୍ତି ମିଳିଥାଏ।

*ତ୍ରୟମ୍ବକେଶ୍ୱର ମନ୍ଦିର: ନାସିକ୍‌ଠାରୁ ପ୍ରାୟ ୨୮ କିମି ଦୂରରେ ଥିବା ଏହି ପବିତ୍ର ପୀଠଟି ବି ହେଉଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ସୂଚନାନୁଯାୟୀ, ଏହି ପବିତ୍ର ମନ୍ଦିରର ନିର୍ମାଣ ପେଶ୍‌ଓ୍ବା ବାଲାଜୀ ବାଜି ରାଓଙ୍କ ଦ୍ୱାରା କରାଯାଇଥିଲା। ଏଠାରେ ପୂଜା ପାଉଥିବା ଭଗବାନ ଖୁବ୍‌ ପ୍ରତ୍ୟକ୍ଷ ବୋଲି ଜନମତ ରହିଛି।

*ଅମରନାଥ ଗୁମ୍ଫା: ଜମ୍ମୁ-କଶ୍ମୀରରେ ଅବସ୍ଥିତ ଅମରନାଥ ଗୁମ୍ଫା ଏକ ପବିତ୍ର ହିନ୍ଦୁ ତୀର୍ଥସ୍ଥଳୀ ଭାବେ ଜଣାଶୁଣା। ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଏଠାକୁ ଆସି ବରଫଯୁକ୍ତ ଶିବଲିଙ୍ଗ ଦର୍ଶନ କରି ଅପାର କରୁଣା ଲଭିଥାନ୍ତି। ପୌରାଣିକ କଥାବସ୍ତୁ ଅନୁସାରେ, ଭଗବାନ ଶିବ ମାତା ପାର୍ବତୀଙ୍କୁ କୁଆଡ଼େ ଏହି ଗୁମ୍ଫାରେ ଅମର କଥା କାହାଣୀ ଶୁଣାଇଥିଲେ। ମାନ୍ୟତା ଅଛି ଯେ, ଏଠାରେ କୁଆଡ଼େ କପୋତଙ୍କର ଗୋଟିଏ ଯୋଡ଼ା ସବୁବେଳେ ଦେଖିବାକୁ ମିଳିଥାଏ। ସେମାନଙ୍କୁ ଅମର ପକ୍ଷୀ ବି କୁହାଯାଇଥାଏ, କାରଣ ସେମାନେ କୁଆଡ଼େ ଅମର କଥା ଶୁଣି ଅମର ହୋଇଯାଇଛନ୍ତି ବୋଲି ଲୋକବିଶ୍ୱାସ ରହିଛି।

*ରାମନାଥସ୍ବାମୀ ମନ୍ଦିର: ତାମିଲନାଡୁର ରାମେଶ୍ୱରମ୍‌ରେ ସ୍ଥାପିତ ରାମନାଥସ୍ବାମୀ ମନ୍ଦିର ବି ହେଉଛି ଏକ ପବିତ୍ର ଶୈବପୀଠ ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ପୁରାଣଶାସ୍ତ୍ର ଅନୁଯାୟୀ, ଏହି ମନ୍ଦିରଟି ସେହି ସ୍ଥାନରେ ନିର୍ମିତ ହୋଇଛି, ଯେଉଁଠାରେ ଭଗବାନ ରାମ ରାବଣକୁ ବଧ କରିବା ପରେ ପାପମୁକ୍ତ ହେବା ପାଇଁ ଭଗବାନ ଶିବଙ୍କୁ ପୂଜା କରିଥିଲେ।
କେବଳ ଏତିକି ଶୈବପୀଠ ନୁହେଁ, ଭାରତରେ ଆହୁରି ଅନେକ ଶୈବପୀଠ ରହିଛି, ଯେଉଁଠାକୁ ଭକ୍ତଗଣ ବୁଲିଯାଇ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କର ଅପାର କରୁଣା ଲଭିବା ସହ ଜୀବନ ଧନ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri