‘ମନ୍ନତ’ ତ କେବଳ ଏକ ଝଲକ, ବଲିଉଡ୍‌ ବାଦ୍‌ଶାହା ଶାହାରୁଖଙ୍କ ରହିଛି ଅନେକ ଘର…

ବଲିଉଡ୍‌ର ବାଦ୍‌ଶାହା ହେଉଛନ୍ତି ଶାହାରୁଖ ଖାନ୍‌। ରୋମାଣ୍ଟିକ ହିରୋ ଭାବେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି ସେ। ତାଙ୍କ ଅଭିନୟକୁ ନେଇ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଥାଏ। ବାସ୍‌, ଏଥିଲାଗି ମୋଟା ଅଙ୍କର ପାଉଣା ମଧ୍ୟ ନିଅନ୍ତି ସେ। ମୋଟ ଉପରେ ଦେଖିଲେ ଶାହାରୁଖ ୬୩୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଏହାଛଡ଼ା ବମ୍ବେରେ ଥିବା ଘର ‘ମନ୍ନତ’ ବ୍ୟତିତ ତାଙ୍କର ଅନେକ ଘର ରହିଛି।

୨୦୦ କୋଟି ମୂଲ୍ୟର ‘ମନ୍ନତ’ ଏକ ଭବ୍ୟ ବଙ୍ଗଳା। ଏଠାରେ ଶାହାରୁଖ ପ୍ରାୟତଃ ନିଜର ପ୍ରଶଂସକଙ୍କୁ ଭେଟିଥାନ୍ତି। ତାଙ୍କର ଅଲ୍ଲିବାଗରେ ମଧ୍ୟ ୧୫ କୋଟି ମୂଲ୍ୟର ୨୦୦୦୦ ବର୍ଗ ମିଟର ପରିବ୍ୟାପ୍ତ ଏକ ଘର(ଫାର୍ମହାଉସ୍‌) ରହିଛି। ଏଠାରେ ସେ ଛୁଟି କଟାଇଥାନ୍ତି। ଦୁବାଇର ପାମ ଜୁମେରାହ ଆଇଲାଣ୍ଡରେ ମଧ୍ୟ ଅଭିନେତା ଏକ ବଙ୍ଗଳା କିଣିଛନ୍ତି। ଏହାର ମୂଲ୍ୟ ୧୮ କୋଟି ଟଙ୍କା।

ଶାହାରୁଖ ଦିଲ୍ଲୀରେ ଜନ୍ମିତ ହୋଇଥିବାରୁ ତାଙ୍କ ପରିବାରର ଏଠାରେ ଏକ ଘର ରହିଛି। ଦକ୍ଷିଣ ଦିଲ୍ଲୀରେ ଥିବା ଦୁଇ ମହଲା ଘରେ ଅନେକ ବାଲ୍‌କୋନୀ ଅଛି। ସେଣ୍ଟ୍ରାଲ ଲଣ୍ଡନର ପାର୍କ ଲେନ୍‌ର ରିୟଲ ଇଷ୍ଟେଟ୍‌ ସେକ୍ଟରରେ ଏସ୍‌ଆର୍‌କେଙ୍କ ଏକ ଆପାର୍ଟମେଣ୍ଟ ରହିଛି।ଏଠାରେ ହିଁ ତାଙ୍କ ପିଲାମାନେ ନିଜର ସ୍କୁଲ ପଢ଼ା ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri