ବଦଳୁନି ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର,୨୮ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁରର ଇରମ ସ୍ଥିତ ଐତିହାସିକ ମେଳଣ ପଡ଼ିଆରେ ୧୯୪୨ ସେପ୍ଟେମ୍ବର ୨୮ରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟିଥିଲା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ସଂଗ୍ରାମୀମାନେ ଏଠାରେ ନିଜ ବୀରତ୍ୱର ପରିଚୟ ଦେଇ ଇଂରେଜମାନଙ୍କ ଗୁଳିକୁ ଖାତିର କରି ନ ଥିଲେ। ଫଳରେ ୨୯ ଜଣ ସଂଗ୍ରାମୀ ଆତ୍ମ ବଳିଦାନ ଦେବା ଭାରତ ଇତିହାସରେ ଏକ ଗୌରବମୟ ଅଧ୍ୟାୟ। ଇରମର ଏହି ଘଟଣାକୁ ଠିକ୍‌ ଭାବରେ ଓ ଉଚିତ ସମୟରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରାଯାଇ ନ ଥିବାରୁ ଏହା ଛାତ୍ରୀଛାତ୍ର ଓ ଗବେଷଣାରେ ନିମଗ୍ନ ବ୍ୟକ୍ତି ବିଶେଷଙ୍କ ଉପରେ ଏଯାବତ ଅଧିକ ପ୍ରଭାବ ପକାଇ ପାରିନାହିଁ। ବିଳମ୍ବରେ ହେଲେ ମଧ୍ୟ ଇତିହାସକାରଙ୍କ କେତେକ ତଥ୍ୟ ସମ୍ବଳିତ ପୁସ୍ତକ ଓ ଗଣମାଧ୍ୟମରେ ବାରମ୍ବାର ଇରମ ଗୁଳିକାଣ୍ଡର କଥା ପ୍ରକାଶିତ ହେବା ପରେ ଏହି ଘଟଣା ଜାତୀୟସ୍ତରରେ ପହଞ୍ଚତ୍ ପାରିଛି। ଇରମ ଗୁଳିକାଣ୍ଡର ଗୌରବମୟ ଇତିହାସକୁ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଚଳିତ ମାସ ସଂସଦରେ ଉପସ୍ଥାପନ କରି ଇରମକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି କରିଛନ୍ତି। ଇରମ ଗୁଳିକାଣ୍ଡକୁ ୭୮ବର୍ଷ ଛୁଇଁଥିବା ବେଳେ ଶହୀଦ ପୀଠର ଭାଗ୍ୟ ଆଜି ବି ଅନ୍ଧାରରେ ଥିଲା ପରି ଲାଗୁଛି। ରାଜ୍ୟ ସରକାର ୨୦୧୫ରେ ଇରମକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରିଥିଲେ ମଧ୍ୟ ଏଯାବତ୍‌ ଭିତ୍ତିଭୂମିର ବିକାଶ ହୋଇପାରିନି। ଏହି ଐତିହାସିକ ପୀଠର ବିକାଶ ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ବର୍ଷ ପୂର୍ବେ ୧ କୋଟି ଟଙ୍କାର ଅର୍ଥ ରାଶି ଘୋଷଣା କରିଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଛି। ଶହୀଦ ପୀଠ ଭିତ୍ତିଭୂମିର ବିକାଶ ହୋଇ ପାରୁ ନ ଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।
ଶହୀଦ ୨୯ ଜଣଙ୍କ ମଧ୍ୟରୁ ପରିବେୱା ତତ୍କାଳୀନ ଭାରତଛାଡ଼ ଆନ୍ଦୋଳନରେ ପ୍ରଥମ ମହିଳା ଶହୀଦ ହୋଇଥିବା ବେଳେ ବିଜୁଳି ଦାସ ୧୨ ବର୍ଷ ବୟସରେ ଶହୀଦ ହୋଇ ନିଜ ବୀରତ୍ୱର ପରିଚୟ ପ୍ରଦାନ କରିଥିଲେ। ସେହିପରି ଇଂରେଜମାନଙ୍କୁ ଗମେଈ ନଦୀ ପାର କରାଇ ଦେଇ ନ ଥିବା ସଂଗ୍ରାମୀ କୁଶ ତରାଇ ହୁଅନ୍ତୁ କି ବ୍ରିଟିଶ ଫୌଜର ପୋଷାକରେ ପରିସ୍ରା କରି ନିଆଁ ଲଗାଇଥିବା ସଂଗ୍ରାମୀ ମଣି ବେଜ ହୁଅନ୍ତୁ ସେମାନଙ୍କର ସଂଗ୍ରାମର ପଟାନ୍ତର ନାହିଁ। ଯାହାକି ଇତିହାସକାରଙ୍କ ଆଖିରେ ଏକ ଅନାଲୋଚିତ ବିଷୟ ହୋଇ ରହିଯାଇଛି। ତେବେ ବର୍ତ୍ତମାନ ସରକାରୀସ୍ତରରେ ସ୍ଥାନୀୟ ପର୍ଯ୍ୟଟନ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଶହୀଦ ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୂର୍ବ ପରମ୍ପରା ଓ ବିଧି ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖରେ ଶହୀଦ ଦିବସ ପାଳନ ହେବ ବୋଲି ଇରମ ସରପଞ୍ଚ ତଥା ପରିଷଦ ସଭ୍ୟ ପ୍ରଫୁଲ୍ଲ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

କଣିହାଁ,୧୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଦୀର୍ଘ ୧୫ ଦିନ ହେବ ଦେବଗଡ ଜିଲା ଅଞ୍ଚଳରୁ ଆସିଥିବା ୩ ହାତୀ...

ଚାଷଜମିରୁ ନିଷ୍କାସନ ହୋଇପାରୁନି ବନ୍ୟାଜଳ

ଆଳି,୨ା୯(ଡି.ଏନ.ଏ.): ଚଳିତ ଥର ବନ୍ୟାରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ପ୍ରବାହିତ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀନଦୀରେ ଜଳସ୍ତର ବୃଦ୍ଧି ପାଇ ମୁଖ୍ୟ ରାସ୍ତା ବୁଡ଼ିଯିବା...

ଚପିଯାଇଛି ତଦନ୍ତ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ହେଉନି

ଖୋର୍ଦ୍ଧା ଅଫିସ,୨୪ା୬: ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନେ ଚେୟାର ଟେବୁଲରେ ବସି ପାଠ ପଢ଼ିବା ସହ ସ୍ବଚ୍ଛ ପାଣି ପିଇବେ। ଏଥିଲାଗି ରାଜ୍ୟ ମହିଳା ଓ ଶିଶୁ...

ଡିଭାଇଡର୍‌ରେ ପିଟି ହେଲା ବାଇକ୍‌: ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ ,୧।୧୧: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ବ୍ରହ୍ମପୁର-ହିଞ୍ଜିଳିକାଟୂ ଜାତୀୟ ରାଜପଥ ନଂ ୫୭ ଅନ୍ତର୍ଗତ ମକରଝୋଳ ଗ୍ରାମ ରାସ୍ତା ନିକଟ ଡିଭାଇଡରେ ପିଟି ହେବା...

ଟ୍ରକ୍‌ ଧକ୍କାରେ ଯୁବକ ମୃତ ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ

ପାଟଣାଗଡ଼,୨୫।୧(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନା ସମ୍ମୁଖରେ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଧକ୍କାରେ ରହେନମାଲ ଗ୍ରାମର ଯୁବକ ବେଣୁଧର କୁଅଁରଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଚନ୍ଦ୍ରଶେଖର ହାଁସଦା । ନୀଳକଣ୍ଠପୁରର ଦିଲୀପ...

ଖଇରାର ଗୌରବ ଅବିନାଶ

ଖଇରା, ୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ଅଲିପୁର ଗ୍ରାମର ଅବିନାଶ ଦଳେଇ ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ୧୭୧ନମ୍ବର ସ୍ଥାନରେ ରହି ଖଇରା...

ଅବ୍ୟବସ୍ଥାରେ ଗଣ୍ଡସାହି, ବେଙ୍ଗସାହି ଅଙ୍ଗନୱାଡି

ଫୁଲବାଣୀ ଅଫିସ/ଟିକାବାଲି, ୨୮ା୨:ସରକାର ଛୋଟ ପିଲା ଏବଂ ଗର୍ଭବତୀ ଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିକର ଆହାର ଯୋଗାଇ ଦେଉଛନ୍ତି ା ଯୋଜନାର ମୂଳ ଲକ୍ଷ୍ୟ ରହିଛି...

Advertisement
Archives

Model This Week