ବଦଳୁନି ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର,୨୮ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁରର ଇରମ ସ୍ଥିତ ଐତିହାସିକ ମେଳଣ ପଡ଼ିଆରେ ୧୯୪୨ ସେପ୍ଟେମ୍ବର ୨୮ରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟିଥିଲା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ସଂଗ୍ରାମୀମାନେ ଏଠାରେ ନିଜ ବୀରତ୍ୱର ପରିଚୟ ଦେଇ ଇଂରେଜମାନଙ୍କ ଗୁଳିକୁ ଖାତିର କରି ନ ଥିଲେ। ଫଳରେ ୨୯ ଜଣ ସଂଗ୍ରାମୀ ଆତ୍ମ ବଳିଦାନ ଦେବା ଭାରତ ଇତିହାସରେ ଏକ ଗୌରବମୟ ଅଧ୍ୟାୟ। ଇରମର ଏହି ଘଟଣାକୁ ଠିକ୍‌ ଭାବରେ ଓ ଉଚିତ ସମୟରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରାଯାଇ ନ ଥିବାରୁ ଏହା ଛାତ୍ରୀଛାତ୍ର ଓ ଗବେଷଣାରେ ନିମଗ୍ନ ବ୍ୟକ୍ତି ବିଶେଷଙ୍କ ଉପରେ ଏଯାବତ ଅଧିକ ପ୍ରଭାବ ପକାଇ ପାରିନାହିଁ। ବିଳମ୍ବରେ ହେଲେ ମଧ୍ୟ ଇତିହାସକାରଙ୍କ କେତେକ ତଥ୍ୟ ସମ୍ବଳିତ ପୁସ୍ତକ ଓ ଗଣମାଧ୍ୟମରେ ବାରମ୍ବାର ଇରମ ଗୁଳିକାଣ୍ଡର କଥା ପ୍ରକାଶିତ ହେବା ପରେ ଏହି ଘଟଣା ଜାତୀୟସ୍ତରରେ ପହଞ୍ଚତ୍ ପାରିଛି। ଇରମ ଗୁଳିକାଣ୍ଡର ଗୌରବମୟ ଇତିହାସକୁ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଚଳିତ ମାସ ସଂସଦରେ ଉପସ୍ଥାପନ କରି ଇରମକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି କରିଛନ୍ତି। ଇରମ ଗୁଳିକାଣ୍ଡକୁ ୭୮ବର୍ଷ ଛୁଇଁଥିବା ବେଳେ ଶହୀଦ ପୀଠର ଭାଗ୍ୟ ଆଜି ବି ଅନ୍ଧାରରେ ଥିଲା ପରି ଲାଗୁଛି। ରାଜ୍ୟ ସରକାର ୨୦୧୫ରେ ଇରମକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରିଥିଲେ ମଧ୍ୟ ଏଯାବତ୍‌ ଭିତ୍ତିଭୂମିର ବିକାଶ ହୋଇପାରିନି। ଏହି ଐତିହାସିକ ପୀଠର ବିକାଶ ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ବର୍ଷ ପୂର୍ବେ ୧ କୋଟି ଟଙ୍କାର ଅର୍ଥ ରାଶି ଘୋଷଣା କରିଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଛି। ଶହୀଦ ପୀଠ ଭିତ୍ତିଭୂମିର ବିକାଶ ହୋଇ ପାରୁ ନ ଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।
ଶହୀଦ ୨୯ ଜଣଙ୍କ ମଧ୍ୟରୁ ପରିବେୱା ତତ୍କାଳୀନ ଭାରତଛାଡ଼ ଆନ୍ଦୋଳନରେ ପ୍ରଥମ ମହିଳା ଶହୀଦ ହୋଇଥିବା ବେଳେ ବିଜୁଳି ଦାସ ୧୨ ବର୍ଷ ବୟସରେ ଶହୀଦ ହୋଇ ନିଜ ବୀରତ୍ୱର ପରିଚୟ ପ୍ରଦାନ କରିଥିଲେ। ସେହିପରି ଇଂରେଜମାନଙ୍କୁ ଗମେଈ ନଦୀ ପାର କରାଇ ଦେଇ ନ ଥିବା ସଂଗ୍ରାମୀ କୁଶ ତରାଇ ହୁଅନ୍ତୁ କି ବ୍ରିଟିଶ ଫୌଜର ପୋଷାକରେ ପରିସ୍ରା କରି ନିଆଁ ଲଗାଇଥିବା ସଂଗ୍ରାମୀ ମଣି ବେଜ ହୁଅନ୍ତୁ ସେମାନଙ୍କର ସଂଗ୍ରାମର ପଟାନ୍ତର ନାହିଁ। ଯାହାକି ଇତିହାସକାରଙ୍କ ଆଖିରେ ଏକ ଅନାଲୋଚିତ ବିଷୟ ହୋଇ ରହିଯାଇଛି। ତେବେ ବର୍ତ୍ତମାନ ସରକାରୀସ୍ତରରେ ସ୍ଥାନୀୟ ପର୍ଯ୍ୟଟନ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଶହୀଦ ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୂର୍ବ ପରମ୍ପରା ଓ ବିଧି ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖରେ ଶହୀଦ ଦିବସ ପାଳନ ହେବ ବୋଲି ଇରମ ସରପଞ୍ଚ ତଥା ପରିଷଦ ସଭ୍ୟ ପ୍ରଫୁଲ୍ଲ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?