Posted inଖେଳ

ଚାମ୍ପିୟନ୍‌ ହେବା ପରେ ଶାହରୁଖ କଲେ ଏମିତି କାଣ୍ଡ, ସମସ୍ତେ ମୁଣ୍ଡରେ ଦେଲେ ହାତ

ଚେନ୍ନାଇ,୨୭।୫:: ଆଇପିଏଲ ୨୦୨୪ ଟ୍ରଫି ଜିତିବାକୁ ଦଳ ମିଳିଛି। ମେ ୨୬ରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚକୁ କୋଲକାତା ଅତି ସହଜରେ ଜିତିଥିଲା। ଏହା କୋଲକାତା ନାଇଟ ରାଇଡର୍ସର ତୃତୀୟ ଆଇପିଏଲ ଟାଇଟଲ ଥିଲା। ବର୍ତ୍ତମାନ ବିଜୟ ପରେ ସେଲିବ୍ରେଶନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶାହାରୁଖ ଖାନ ତାଙ୍କ ପୁରା ଟିମ ସହିତ ନଜର ଆସିଛନ୍ତି।
ଟ୍ରଫି ଜିତିବା ପରେ ଶାହାରୁଖ ଖାନ ଏବଂ କୋଲକାତା ନାଇଟ ରାଇଡର୍ସ ଖେଳାଳିମାନେ ‘ଫ୍ଲାଇଙ୍ଗ କିସ’ ପୋଜ ଦେଇ ସେଲିବ୍ରେଶନ ପାଳନ କରିଥିଲେ। ଏହି ପୋଜ ଏହି ସିଜିନ୍‌ରେ ବହୁତ ଚର୍ଚ୍ଚିତ ଥିଲା। ଏଥିପାଇଁ ଗୋଟିଏ ମ୍ୟାଚ ପାଇଁ କୋଲକାତା ଖେଳାଳି ହର୍ଷିତ ରାଣାଙ୍କୁ ଜରିମାନା କରାଯାଇଛି।
କୁହାଯାଉଛି ଯେ, ବିସିସିଆଇକୁ ଜବାବ ଦେବାକୁ କୋଲକାତା ନାଇଟ ରାଇଡର୍ସ ଏହି ସେଲିବ୍ରେଶନ ପାଳନ କରିଛନ୍ତି। ‘ଫ୍ଲାଇଙ୍ଗ କିସ’ ପାଇଁ ବିସିସିଆଇ ହର୍ଷିତ ରାଣାଙ୍କ ଉପରେ ଜରିମାନା ଲଗାଇଥିଲା। ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚରେ ହର୍ଷିତ ରାଣା ତାଙ୍କୁ ଆଉଟ୍‌ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ମୟଙ୍‌ଙ୍କ ଅଗ୍ରୱାଲଙ୍କୁ ‘ଫ୍ଲାଇଙ୍ଗ କିସ’ ଦେଇଥିଲେ। ଏହା ପରେ ହର୍ଷିତଙ୍କୁ ଉପରେ ଜୋରିମନା ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri