ମୁମ୍ବାଇ ବିମାନ ବନ୍ଦରରେ ଶାହାରୁଖଙ୍କୁ ଅଟକାଇଲା କଷ୍ଟମ ବିଭାଗ, ଏକ ଘଣ୍ଟା ଧରି ଚାଲିଲା ପଚରା ଉଚରା

ମୁମ୍ବାଇ,୧୨ ।୧୧: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା । ପ୍ରାୟ ଏକ ଘଣ୍ଟାର ପଚରା ଉଚରା ପରେ ଶାହାରୁଖ ଓ ତାଙ୍କ ମ୍ୟାନେଜରଙ୍କୁ ବାହାରକୁ ବାହାରିବା ବେଳେ ସ୍ପଟ କରାଯାଇଥିଲା । ହେଲେ କିଙ୍ଗ ଖାଁଙ୍କ ବଡିଗାର୍ଡ ଓ ଟିମକୁ କଷ୍ଟମ ବିଭାଗ ସେ ପର୍ଯ୍ୟନ୍ତ ଛାଡି ନ ଥିଲା । ଖବର ଅନୁଯାୟୀ, ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଡି ଭାରତ ଆଣିବା, ବ୍ୟାଗରେ ମହଙ୍ଗା ଘଣ୍ଟାର ଖାଲି ଖୋଳ ମିଳିବା ଓ କଷ୍ଟମ ଡ୍ୟୁଟି ଦେଇ ନ ଥିବାରୁ ଶାହାରୁଖଙ୍କୁ ପଚରା ଉଚରା କରାଯାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଶାହାରୁଖ ତାଙ୍କ ଟିମ ସହ ପ୍ରାଇଭେଟ ଚାର୍ଟର ଭିଟିଆର-ଏସଜିରେ ଦୁବଇ ଏକ ବୁକ ଲଞ୍ଚ ଇଭେଣ୍ଟରେ ଯୋଗ ଦେଇ ସେହି ପ୍ରାଇଟେ ଚାର୍ଟରରେ ଶୁକ୍ରବାର ରାତି ୧୨ଟାରେ ମୁମ୍ବାଇ ଫେରୁଥିଲେ । ରେଡ ଚ୍ୟାନେଲ ପାର ହେବା ସମୟରେ କଷ୍ଟମ ବିଭାଗ ଶାହାରୁଖ ଓ ତାଙ୍କ ଟିମଙ୍କ ବ୍ୟାଗରୁ ଲକ୍ଷ ଲକ୍ଷ ଟଙ୍କାର ମହଙ୍ଗା ଘଡି ପାଇଥିଲେ । ଏହାପରେ କଷ୍ଟମ ବିଭାଗ ସମସ୍ତଙ୍କୁ ଅଟକାଇ ଦେଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ କିଛି ମହଙ୍ଗା ଘଡି ବବୁନ ଆଣ୍ଡ ଜୁର୍ୱକ ଘଡି, ରୋଲେକ୍ସ ଘଣ୍ଟାର ୬ଡି ଡବା, ସ୍ପିରିଟ ବ୍ରାଣ୍ଡର ଘଡି(ପ୍ରାୟ ୮ ଲକ୍ଷ ଟଙ୍କା ଦାମ) ଆପଲ ସିରିଜର ଘଡି ମିଳିଥିଲା । ଏହାସହ ଘଡିର କିଛି ଖାଲି ବକ୍ସ ବି ମିଳିଥିଲା । କଷ୍ଟମ ବିଭାଗ ଏହି ଘଡିର ଇଭାଲ୍ୟୁଶନ କରିଥିବା ବେଳେ ତାଙ୍କ ଉପରେ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କାର କଷ୍ଟମ ଡୁୃଟି ଲାଗିଥିଲା । ଏହାପରେ ଏହି ମହଙ୍ଗା ଘଡିର ଦାମ ଉପରେ ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ବି ଲାଗିଥିଲା । ଘଣ୍ଟାଏ ପଚରା ଉଚରା ପରେ ଶାହାରୁଖ ଓ ପୂଜା ଦଦଲାନିଙ୍କୁ ଛାଡି ଦିଆଯାଇଥିବା ବେଳେ, ତାଙ୍କ ଟିମକୁ କିନ୍ତୁ ଅଟକାଇ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?