ହୃଦୟ ଜିତିଲେ ଧକ୍‌ ଧକ୍‌ ଗର୍ଲ ମାଧୁରୀ: ଅଭିନେତ୍ରୀଙ୍କ ଅସମୟରେ ଟିମ୍‌ ତରଫରୁ…

ବମ୍ବେ: ହୃଦୟ ଜିତିଲେ ଧକ୍‌ ଧକ୍‌ ଗର୍ଲ। ଅଭିନେତ୍ରୀ ଶଗୁଫ୍‌ତା ଅଲୀଙ୍କ ଅସମୟ ସମୟରେ ସହାୟତାର ହାତ ବଢ଼ାଇଛନ୍ତି ମାଧୁରୀ ଦିକ୍ଷୀତ। ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ଡ୍ୟାନ୍ସ ଦିଓ୍ବାନେର ସେଟ୍‌ରେ ପହଞ୍ଚିଥିଲେ ଶଗୁଫ୍‌ତା। ଏଠାରେ ତାଙ୍କୁ ପୁରା ଟିମ୍‌ ତରଫରୁ ମାଧୁରୀ ପାଞ୍ଚ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଏହି ମୁହୁର୍ତ୍ତଟି ଅନେକଙ୍କୁ ଭାବବିହ୍ବଳ କରିଥିବା ଦେଖାଯାଇଛି।

ଡ୍ୟାନ୍ସ ଦିଓ୍ବାନେର ଆଗାମୀ ଏପିସୋଡ୍‌ରେ ଅଭିନେତ୍ରୀ ଶଗୁଫ୍‌ତା ପହଞ୍ଚିଛନ୍ତି। ସେଠାରେ ସେ ଦୀର୍ଘ ଚାରି ବର୍ଷ ଧରି କରି ଆସୁଥିବା ସଂଘର୍ଷ ବିଷୟରେ କହିଛନ୍ତି। ଅଭିନୟର ସୁଯୋଗ କମ୍‌ ହୋଇଯିବା କାରଣରୁ ଆୟ କମିଥିଲା। ଫଳରେ ସେ ନିଜର ଜମା ପୁଞ୍ଚି ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସବୁକିଛି ଠିକ୍‌ ହୋଇଯିବ ବୋଲି ଭାବିଥିଲେ। ହେଲେ ଓଲଟା ହୋଇଥିଲା। ଲକ୍‌ଡାଉନ ଯୋଗୁ ପରିସ୍ଥିତି ଅଧିକ ବିଗିଡ଼ିଥିଲା। ଏବେ ସେ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ବେଳେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସଗୁଫ୍‌ତା କହିଥିଲେ।

ଶଗୁଫ୍‌ତାଙ୍କ କଥା ଶୁଣି ଶୋ’ର ପ୍ରତିଯୋଗୀ, ଜଜ୍‌ମାନେ ଭାବବିହ୍ବଳ ହୋଇଯାଇଥିଲେ। ମାଧୁରୀ ଷ୍ଟେଜ୍‌ ଉପରକୁ ଆସି ଅଭିନେତ୍ରୀଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହାପରେ ସହାୟତା ରାଶି ପ୍ରଦାନ କରିଥିଲେ। ଶେଷରେ ଶଗୁଫ୍‌ତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri