ଛାୟା ଯୁଦ୍ଧ

Dillip Cherian

ଦେଶରେ କୋଭିଡ୍‌ ଟିକାକରଣରେ ନ୍ୟାଶନାଲ ହେଲ୍‌ଥ ଅଥରିଟି (ଏନ୍‌ଏଚ୍‌ଏ)ର ପ୍ରମୁଖ ଭୂମିକା ରହିଛି। ଏଥିପାଇଁ ଏହାର ସିଇଓ ଆର୍‌.ଏସ୍‌.ଶର୍ମା ଉତ୍ତରଦାୟୀ। କୋଭିଡ୍‌ର ନୂଆ ରୂପ ଓମିକ୍ରନ୍‌ ଏବେ ଟିକାକରଣ ଲାଗି ଅଧିକ ଆହ୍ବାନ ସୃଷ୍ଟି କରିଥିବାରୁ ଶର୍ମାଙ୍କୁ ବହୁତ କିଛି କାର୍ଯ୍ୟ କରିବାକୁ ଅଛି। ଡିସେମ୍ବର ସୁଦ୍ଧା ୧୦୦ ପ୍ରତିଶତ ଟିକାକରଣ ହାସଲ କରିପାରିବେ ବୋଲି କିଛି ମାସ ପୂର୍ବରୁ ସରକାର ସୁପ୍ରିମକୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ। ହେଲେ ଏଯାବତ ତାହା ହୋଇପାରିନାହିଁ। ଏହା ପୂର୍ବରୁ ଶର୍ମା ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ)ର ପ୍ରତିଷ୍ଠାତା ମୁଖ୍ୟ ରହିଥିଲେ। ଏଣୁ ସେ ତାଙ୍କ ପୂର୍ବ ସଂସ୍ଥାକୁ କଟୁ ସମାଲୋଚନା କରିବା ବାସ୍ତବରେ ବିଚିତ୍ର ଘଟଣା। ୟୁଆଇଡିଏଆଇ ଭାରତର ସମସ୍ତ ବାସିନ୍ଦାଙ୍କ ପାଇଁ ଆଧାର କାର୍ଡ ଜାରି କରିଥିଲା। ଶର୍ମା କେବଳ ୟୁଆଇଡିଏଆଇର ପ୍ରତିଷ୍ଠାତା ମୁଖ୍ୟ ନ ଥିଲେ, ବରଂ ଆଧାର କାର୍ଡର ଉତ୍ତମ ଦିଗଗୁଡ଼ିକ ବର୍ଣ୍ଣନା କରିବା ଲାଗି ଏକ ବହି ଲେଖିଥିଲେ। ତଥାପି ନିକଟରେ ଶର୍ମା ୟୁଆଇଡିଏଆଇକୁ କଡ଼ା ସମାଲୋଚନା କରିବା ସହ ଆଧାର ସମ୍ପୂର୍ଣ୍ଣ ଭାବେ ଏକ ଡିଜିଟାଲ ପ୍ରସଙ୍ଗ ହୋଇଥିତ୍ବାସ୍ଥଳେ କାହିଁକି ଫିଜିକାଲ ଆଧାରା କାର୍ଡ ଏବଂ ଅଫ୍‌ଲାଇନ ଯାଞ୍ଚକୁ ଅନୁମତି ଦିଆଗଲା ବୋଲି ସେ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି। ଶର୍ମାଙ୍କ ସମାଲୋଚନା ୟୁଆଇଡିଏଆଇର ଏବକାର ସିଇଓ ସୌରଭ ଗୋଏଲ ନେତୃତ୍ୱାଧୀନ ବ୍ୟବସ୍ଥା କିମ୍ବା ଆଧାର କାର୍ଡ ବିକାଶର ନେତୃତ୍ୱ ନେଇଥିବା ତଥା ୟୁଆଇଡିଏଆଇର ପ୍ରଥମ ଅଧ୍ୟକ୍ଷ ନନ୍ଦନ ନିଲେକାନିଙ୍କୁ ସମ୍ଭବତଃ ଉପହାସ କରାଯାଇଥିବା କେତେଜଣ ପର୍ଯ୍ୟବେକ୍ଷକ ମନେକରୁଛନ୍ତି। ଏନଏଚ୍‌ଏ ଏବେ ଲୋକଙ୍କୁ ଡିଜିଟାଲ ହେଲ୍‌ଥ ପରିଚୟପତ୍ର ଜାରି କରୁଛି ଓ ଶର୍ମା ଏହାକୁ ଏକ ଦୃଷ୍ଟାନ୍ତ ଭାବେ ଦର୍ଶାଇଛନ୍ତି। ଆଧାରରେ ଅଫ୍‌ଲାଇନ ବ୍ୟବସ୍ଥାକୁ ନେଇ ଶର୍ମା କରିଥିବା ଆକ୍ଷେପକୁ ଗୋଏଲ ଏବଂ ନିଲେକାନି ଭଲ ଭାବେ ବୁଝିପାରୁଥିବେ। ହେଲେ ଏହା ନିଶ୍ଚିତ ଯେ, ଆଧାର ପରିଚୟ ପତ୍ରରେ ଡିଜିଟାଲ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଗଲେ ତାହା ଲାଭଦାୟକ ହେବ ନାହିଁ, ବରଂ ଏଭଳି ଛାୟା ଯୁଦ୍ଧ କେବଳ ଦୁଇ ପକ୍ଷର କ୍ଷତି କରିପାରେ।
ପଦବୀ ଦୌଡ଼
ଚୟନ ପ୍ରକ୍ରିୟାକୁ ଲକ୍ଷ୍ୟ କଲେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ (ଏନ୍‌ଡିଏମ୍‌ସି)ର ଏବକାର ଚେୟାରମ୍ୟାନ ଧର୍ମେନ୍ଦ୍ର ହିଁ ବାସ୍ତବରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ବିକଳ୍ପ। କିନ୍ତୁ ଏହି ଚୟନ ପ୍ରକ୍ରିୟା ଜଟିଳ ହେବା ଆମେ ବହୁ ସମୟରେ ଲକ୍ଷ୍ୟକରିଛୁ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ବିଜୟ କୁମାର ଦେବଙ୍କୁ ଦିଲ୍ଲୀର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାରୁ ମୁଖ୍ୟ ଶାସନ ସଚିବଙ୍କ ଆବଶ୍ୟକତା ପଡ଼ିଛି। ଏହି ନୂଆ ଦାୟିତ୍ୱ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ଦେବ ଜାନୁୟାରୀ ୨୦୨୨ରେ ସ୍ବେଚ୍ଛାକୃତ ଅବସର ନେଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। କୌତୂହଳର କଥା,କେନ୍ଦ୍ର ମିଜୋରାମ ସରକାରଙ୍କ ସହ ଜଣେ ମୁଖ୍ୟ ସଚିବଙ୍କ ନିଯୁକ୍ତିକୁ ନେଇ ଲଢେଇରେ ମାତିଥିବାରୁ, ଧର୍ମେନ୍ଦ୍ରଙ୍କୁ ଶୀର୍ଷ ପଦବୀକୁ ପଦୋନ୍ନତି ଦେବା ଏତେ ସହଜ ହୋଇ ନ ପାରେ ବୋଲି ଅନୁମାନ କରାଯାଉଛିି। ମିଜୋରାମ ସରକାର କେନ୍ଦ୍ର ଦ୍ୱାରା ନିଯୁକ୍ତ ଏଜିଏମ୍‌ୟୁଟି କ୍ୟାଡର୍‌ ଅଧିକାରୀ ରେଣୁ ଶର୍ମାଙ୍କ ସ୍ଥାନରେ ମିଜୋଭାଷାରେ ନିପୁଣ ଜେ.ସି.ରାମଥଙ୍ଗାଙ୍କୁ ତା’ର ମୁଖ୍ୟ ସଚିବ ଭାବେ ମଧ୍ୟ ନିଯୁକ୍ତି ଦେଇଛି। ତେବେ କେନ୍ଦ୍ର ରାଜ୍ୟ ଉପରେ ଜଣେ ଅଧିକାରୀଙ୍କୁ ଲଦି ଦେବାକୁ ନ ଚାହଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରିପାରେ ବୋଲି କୁହାଯାଉଛି। ଶର୍ମା ଫେରିଲେ କେନ୍ଦ୍ର ସରକାର ତାଙ୍କ ପାଇଁ ନିଶ୍ଚିତ ଭାବେ ଏକ ସମ୍ମାନଜନକ ପଦବୀ ଖୋଜିବେ। ହୁଏତ ଏହା ଦିଲ୍ଲୀର ମୁଖ୍ୟ ସଚିବ ପଦବୀ ହୋଇପାରେ। ଶର୍ମା ମଧ୍ୟ ଧର୍ମେନ୍ଦ୍ରଙ୍କ ଭଳି ମୁଖ୍ୟ ସଚିବ ପଦବୀ ଲାଗି ଦକ୍ଷ ଓ ଯୋଗ୍ୟ। ତେବେ ସେ କେନ୍ଦ୍ରର କେବଳ ଏକ ବିକଳ୍ପ ହୋଇ ନ ପାରନ୍ତି। ଅରୁଣାଚଳ ପ୍ରଦେଶ ମୁଖ୍ୟ ସଚିବ ନରେଶ କୁମାର ମଧ୍ୟ ଦୌଡ଼ରେ ରହିଛନ୍ତି ବୋଲି କଥାଉଠୁଛି। ଏହା ବ୍ୟତୀତ ମନୋଜ କୁମାର ପରିଡ଼ା,ସତ୍ୟ ଗୋପାଳ ଏବଂ ସହର ବିକାଶର ଅତିରିକ୍ତ ସଚିବ ପି.କେ. ଗୁପ୍ତାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି। ତଥାପି ଧର୍ମେନ୍ଦ୍ର ଅନ୍ୟମାନଙ୍କଠାରୁ ଆଗରେ ରହିବେ। କିନ୍ତୁ ଶେଷ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିଁ ନେବ।
ସମର୍ଥନ ମିଳିଲା
ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବେନିଚେନ୍‌ ଥୋମାସ୍‌ଙ୍କ ନିଲମ୍ବନକୁ ନେଇ କେନ୍ଦ୍ର ଏବଂ ପିନାରାୟୀ ବିଜୟନ ସରକାରଙ୍କ ମଧ୍ୟରେ ବିବାଦ ଉପୁଜିଛି। ସମ୍ବେଦନଶୀଳ ମୁଲାପେରିୟାର ଡ୍ୟାମ୍‌ ଘଟଣା ଉପରେ ସରକାରଙ୍କ ନିର୍ଦ୍ଦେଶକୁ ଥୋମସ ଅବମାନନା କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ଡ୍ୟାମ ଆଖପାଖରେ ଥିବା ୧୫ଟି ଗଛ କାଟିବାକୁ ଥୋମାସ ଅନୁମତି ଦେଇଥିଲେ। ତେବେ କ୍ୟାଡର କଣ୍ଟ୍ରେଲିଂ ଅଥରିଟି ଭାବେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅନୁମତି ନ ନେଇ କାହିଁକି ଥୋମାସଙ୍କୁ ନିଲମ୍ବନ କରାଗଲା, ତାହାର ସ୍ପଷ୍ଟୀକରଣ ଦେବାକୁ ମନ୍ତ୍ରଣାଳୟ କେରଳର ମୁଖ୍ୟ ଶାସନ ସଚିବ ଭି.ପି.ଜୟଙ୍କୁ ଲେଖିଛି। ମିଡିଆରୁ ଥୋମାସଙ୍କ ନିଲମ୍ବନ ଖବର ପ୍ରକାଶ ପାଇବା ପରେ ମନ୍ତ୍ରଣାଳୟ ଜାଣିପାରିଲା ବୋଲି ଇନିସ୍‌ପେକ୍ଟର ଜେନେରାଲ ଅଫ୍‌ ଫରେଷ୍ଟସ୍‌ ଏ.କେ. ମହାନ୍ତି ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଏହା ସ୍ପଷ୍ଟ ଯେ, ଥୋମସଙ୍କୁ ନିଲମ୍ବନ କରିବା ପରେ କେରଳ ସରକାର ଏବେ ଚାପରେ ରହିଛନ୍ତି। କେବଳ କେନ୍ଦ୍ର ନୁହେଁ, ଆଇଏଏସ୍‌ ଏବଂ ଆଇପିଏସ୍‌ ସଂଘ ମଧ୍ୟ ଥୋମସଙ୍କ ସମର୍ଥନରେ ବାହାରିଛନ୍ତି । ନିଲମ୍ବନ ନିର୍ଦ୍ଦେଶର ସମୀକ୍ଷା କରି ତାହାକୁ ପ୍ରତ୍ୟାହର କରାଯିବା ଦରାକର ବୋଲି ସେମାନେ ଦାବି କରିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri