ଆସିଲା ଖୁସି ଖବର, ଓମିକ୍ରନ୍‌ ପାଇଁ ଆଣ୍ଟିବଡ଼ି କକ୍‌ଟେଲ୍‌ ଥେରାପିକୁ ମଞ୍ଜୁରୀ…

ବେଜିଂ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଖୁସି ଖବର ମିଳିଛି। ଚାଇନା ଏହାର ଆଣ୍ଟିବଡି କକ୍‌ଟେଲ୍‌ ଥେରାପିକୁ ଜରୁରୀକାଳୀନ କ୍ଷେତ୍ରରେ ବ୍ୟବହାର କରିବା ଲାଗିମଞ୍ଜୁର ପ୍ରଦାନ କରାଯାଇଛି। ଯାହା ହସ୍ପିଟାଲରେ ଭର୍ତ୍ତି ହେବା କିମ୍ବା ମୃତ୍ୟୁ ହେବାର ଆଶଙ୍କା ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ପ୍ରଭାବଶାଳୀ ହୋଇ ପାରିବ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଅକ୍ଟୋବରରେ ନ୍ୟାଶନାଲ ମେଡିକାଲ ପ୍ରଡକ୍ଟ ଆଡମିନିଷ୍ଟ୍ରେଶନରେ ଏକ ଆବେଦନ ଦାଖଲ କରାଯାଇଥିଲା। ଏହାକୁ ଚାଇନାର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକଙ୍କଠାରୁ ଜରୁରୀକାଳୀନ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଚାଇନା ଏବଂ ଆମେରିକାର ମୁଖ୍ୟାଳୟର ସିଙ୍ଘୁଆ ୟୁନିଭରସିଟି, ଶେଞ୍ଜେନର ତୃତୀୟ ପିପୁଲ୍ସ ହସପିଟାଲ ଏବଂ ବ୍ରାଇ ବାୟୋ ସାଇନ୍ସେସ ଦ୍ୱାରା ମିଳିତ ଭାବେ ଏହି ଥେରାପି ଆରମ୍ଭ କରାଯାଇଥିବାବେଳେ ଏହା ଓମିକ୍ରନ ଚିକିତ୍ସା କ୍ଷେତ୍ରରେ ବେଶ୍‌ ଉପଯୋଗୀ ହୋଇପାରିବ।

ସିଙ୍ଘୁଆ ସ୍କୁଲ ଅଫ ମେଡିସିନ୍‌ର ଅନୁସନ୍ଧାନ ଏବଂ ବିକାଶର ନେତୃତ୍ୱ ନେଉଥିବା ପ୍ରଫେସର୍‌ ଝାଙ୍ଗ ଲିଙ୍କି କହିଛନ୍ତି ଯେ, ଏହି କକ୍‌ଟେଲ୍‌ ଥେରାପି ବେଶ୍‌ ସଫଳ ହେବାର ଆଶା ରହିଛି। ଅଗଷ୍ଟ ଶେଷରେ ବ୍ରାଇ ବାୟୋ ସାଇନ୍ସେସ ଘୋଷଣା କରିଥିଲା ଯେ ଏହାର କକ୍‌ଟେଲ୍‌ ଥେରାପିରେ ଆମେରିକାର, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ଆର୍ଜେଣ୍ଟିନା ଏବଂ ଫିଲିପାଇନ୍ସରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହାରରେ ୭୮ ପ୍ରତିଶତ ହ୍ରାସ ଘଟିଛି।

ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ୭୦୦ ରୁ ଅଧିକ ରୋଗୀଙ୍କଠାରେ ଏହା ବ୍ୟବହୃତ ହୋଇଛି। ବେଜିଂ ଡେଲିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡେଲ୍ଟା, ଲାମ୍ବଡା ଏବଂ ଏମୟୁ ଭାରିଆଣ୍ଟ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଥେରାପି ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଗୋଟିଏ ଡୋଜ୍‌ ନେଲେ ଆଣ୍ଟିବଡି କକ୍‌ଟେଲ୍‌ ମଣିଷ ଶରୀରରେ ପ୍ରାୟ ୯ ରୁ ୧୨ ମାସ ପର୍ଯ୍ୟନ୍ତ ରହିପାରେ। କ୍ଲିନିକାଲ ପରୀକ୍ଷଣରେ ଦେଖାଯାଇଥିବା ଥେରାପିଟିଭ ସଫଳତାକୁ ଦୃଷ୍ଟିରେ ରଖି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri