ଆଶୀର୍ବାଦର ଛାଇ

ସମାଜରେ ଲୋକମାନେ ଯେତେବେଳେ ଜାଣିବାକୁ ପାଆନ୍ତି ଯେ ଝିଅ ବଦଳରେ ପୁଅଟିଏ ଜନ୍ମ ହୋଇଛି, ସେହି ମୁହୂର୍ତ୍ତରେ ସେମାନଙ୍କ ମନ ଆନନ୍ଦର ସବୁ ସୀମାକୁ ଲଙ୍ଘିଯାଇଥାଏ। ପରବର୍ତ୍ତୀ ସମୟରେ, ହାତଧରି ଚାଲି ଶିଖାଇବାଠାରୁ ଆରମ୍ଭ କରି କାନ୍ଧରେ ବସେଇ ଯାନିଯାତ୍ରା ବୁଲାଇବା ପର୍ଯ୍ୟନ୍ତ ଏଥିରେ ଜଡ଼ିତ ଥିବା ପ୍ରତିଟି ମୁହୂର୍ତ୍ତ, କ୍ଷଣ ଓ କଷ୍ଟକୁ ସେମାନେ ତାଙ୍କ ପିଲା ପାଇଁ ସମର୍ପିତ କରିଥାନ୍ତି। ପିଲାଟିର ଲାଳନ, ପାଳନ, ତା’ର ଆଗାମୀ ଦିନର ଭବିଷ୍ୟତକୁ ନିରାପଦ କରିବା ଲାଗି ଯତ୍ନବାନ ହୋଇଥାନ୍ତି। କିନ୍ତୁ ଆଜିର ସମୟରେ ବିଭିନ୍ନ ଗଣମାଧ୍ୟମରେ ମାତାପିତାଙ୍କୁ ସନ୍ତାନଟିଏ ନିଷ୍ଠୁର ଭାବରେ ହତ୍ୟା କରିବା ତଥା ସେମାନଙ୍କୁ ମାରପିଟ କରିବାର ଅନେକ ଘଟଣା ପ୍ରକାଶ ପାଉଛି। କେଉଁ ଘଟଣାରେ ନିଶାସକ୍ତ ପୁଅ ମାତାପିତାଙ୍କଠାରୁ ଅର୍ଥ ନ’ପାଇ ସେମାନଙ୍କୁ ଆଘାତ କରୁଛି ତ ପୁଣି କେଉଁଠି ଅର୍ଥଲୋଭୀ ସନ୍ତାନ ସେମାନଙ୍କଠାରୁ ଟଙ୍କା ଓ ସମ୍ପତ୍ତି ଆଶାରଖି ନ ପାଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଏତଦ୍‌ବ୍ୟତୀତ ବିଦେଶରେ ରହୁଥିବା ସନ୍ତାନଙ୍କ ପାଖରେ ମା’ବାପାଙ୍କ ଦେହ କଥା ବୁଝିବାକୁ ସମୟ ନାହିଁ। ନିଜ ପାଖରେ ରଖି ସେମାନଙ୍କ ସେବା, ଶୁଶ୍ରୂଷା କରିବା ଓ ଦୈନନ୍ଦିନ କଥା ବୁଝିବା ତ ଦୂରର ବିଷୟ, ଗୋଟିଏ ଦୁଇଟି ବର୍ଷର ବ୍ୟବଧାନରେ ସେମାନେ ଗୃହକୁ ଆସିବାକୁ ଚାହିଁ ନ ଥାନ୍ତି। ଏହା ପଛରେ ଏକ ବାହାନା ରହିଥାଏ। ତାହା ହେଉଛି ବ୍ୟସ୍ତବହୁଳ। କିନ୍ତୁ ଛୋଟ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ତାହା ହେଉଛି, ମାତାପିତାଙ୍କ ଭଲ ମନ୍ଦ ଖବର ବୁଝିବା ଏବଂ ପରିଣତ ବୟସରେ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ଦାୟିତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ କି ? ଦୁଃଖର ବିଷୟ, ମାତାପିତାଙ୍କ ପ୍ରତି ଥିବା ସେସବୁ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସେ ଜାଣି ଜାଣି ଉପେକ୍ଷା କରେ। ତା’ର ମାନସିକତାରେ ପରିବାର ଓ ଦାୟିତ୍ୱ ନିର୍ବାହର ସୀମା କେବଳ ସ୍ତ୍ରୀ ଓ ପିଲାଙ୍କ ମଧ୍ୟରେ ସୀମିତ ରହିଯାଏ, ବାପା ମା’ ସଦସ୍ୟ ହୋଇ ନ’ଥାନ୍ତି। ଏକ ଅସହାୟ ଓ ଯନ୍ତ୍ରଣାଦାୟକ ଜୀବନର ପରିସମାପ୍ତି ପରେ ଯେତେବେଳେ ମାତାପିତା ଇହଧାମ ତ୍ୟାଗ କରନ୍ତି, ସେତେବେଳେ ସନ୍ତାନଟିଏ ତା’ର ପୈତୃକ ବାସଗୃହ ତଥା ଗ୍ରାମକୁ ଆସିଥାଏ ୧୨ ଦିନ ପାଇଁ ଶୁଦ୍ଧିକ୍ରିୟା ଲାଗି। ଏତଦ୍‌ବ୍ୟତୀତ, ସେମାନେ ଜୀବିତ ଓ ସୁସ୍ଥ ଥିବା ଅବସ୍ଥାରେ ଯେଉଁ ସନ୍ତାନ ସେମାନଙ୍କ ମୁହଁରେ ଭଲ ମନ୍ଦ ଟିକିଏ ଦେଇ ନ ଥାଏ, ସେମାନଙ୍କ ସେବା ଶୁଶ୍ରୂଷା କରି ନ ଥାଏ ଏବଂ ଟଙ୍କାଟିଏ ବ୍ୟୟ କରି ନ ଥାଏ, ସେ ଉକ୍ତ ଶୁଦ୍ଧିକ୍ରିୟା ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଭୋଜି ଦେଇଥାଏ ଏବଂ ଲୋକଙ୍କର ସାମାନ୍ୟ ପ୍ରଶଂସାରେ ଗର୍ବ ଅନୁଭବ କରିଥାଏ। ଉକ୍ତ ୧୨ ଦିନରେ ବ୍ୟୟ ହୋଇଥିବା ତା’ର ସମୟ, ଟଙ୍କା ଏବଂ ଦ୍ରବ୍ୟକୁ ଯଦି ସେ ମାତାପିତା ବଞ୍ଚିଥିବା ସମୟରେ ଦେଇଥାନ୍ତା, ତେବେ ସେମାନଙ୍କ ଜୀବନ କିଛି ମାତ୍ରାରେ ସାର୍ଥକ ହୋଇଥାନ୍ତା!
ଅଧିକାଂଶ ସନ୍ତାନ ନିଜର ମାତାପିତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଅପରପକ୍ଷରେ, ଭାରତୀୟ ସଭ୍ୟତା, ସଂସ୍କୃତି ଓ ଧର୍ମଗ୍ରନ୍ଥଗୁଡିକ ମାତାପିତାଙ୍କୁ ସନ୍ତାନଙ୍କ ଚଳନ୍ତି ଠାକୁର ତଥା ଜୀବନ୍ତ ଦେବତା ଭାବରେ ଅଭିହିତ କରିଥାନ୍ତି। ବୃଦ୍ଧ ମାତାପିତା ସେମାନଙ୍କର ପ୍ରତିଟି ସନ୍ତାନଙ୍କ ପାଇଁ ହେଉଛନ୍ତି ବିଶାଳ ବୃକ୍ଷ ସଦୃଶ। ଯଦିଓ ବୟସର ଅପରାହ୍ନରେ ପହଞ୍ଚତ୍ ସେମାନେ ଶାରୀରିକ ଓ ଆର୍ଥିକ ସାହାଯ୍ୟ, ସହଯୋଗ କରିବାକୁ ଅକ୍ଷମ, ତଥାପି ନିଃସ୍ବାର୍ଥ ଭଲପାଇବା ଓ ଆଶୀର୍ବାଦ ରୂପକ ଛାୟାରୁ ତାଙ୍କର ସନ୍ତାନକୁ କେହି ବଞ୍ଚତ୍ତ କରି ପାରିବେ ନାହିଁ। ଗୃହରେ ସେମାନଙ୍କ ଉପସ୍ଥିତି ହିଁ ଯଥେଷ୍ଟ। ଯାହା ମାନସିକ ସ୍ତରରେ ପ୍ରତିଟି ସନ୍ତାନର ମନୋବଳ ବଢ଼ାଇବା ସହ ସାହସ ଦେଇଥାଏ। ମନ ଦୃଢ଼ ହୋଇ ସ୍ବତଃ କହି ଉଠିବ, ମୋ ସହ ବାପା ଅଛନ୍ତି, ମୋ ନିକଟରେ ମା’ ଅଛି। ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ଜୀବନ କାଳ ମଧ୍ୟରେ, ମାତାପିତାଙ୍କଠାରୁ ବଡ଼ ନିଃସ୍ବାର୍ଥପର ଚରିତ୍ର ଏବଂ ଶୁଭାକାଂକ୍ଷୀ କେହି ଜଣେ ହେଲେ ମିଳିବେ ନାହିଁ। ସେମାନେ ଦୁନିଆର ସବୁଠାରୁ ବଡ଼ ମୂଲ୍ୟବାନ ସମ୍ପତ୍ତି। ଏଣୁ ପ୍ରତିଟି ସନ୍ତାନ ନିଜର ମାତାପିତାଙ୍କ ଆଶୀର୍ବାଦ ଓ ଭଲପାଇବାର ଛାଇ ତଳେ ଜୀବନ ବିତାଇବା ଉଚିତ। ଯାହା ସେମାନଙ୍କୁ ଜୀବନର ପ୍ରତିଟି ଝଡ଼ଝଞ୍ଜା, ବିପଦ, ଦୁଃଖ ଓ କଷ୍ଟ ପରିସ୍ଥିତିରୁ ଏକ ଅଦୃଶ୍ୟ ଶକ୍ତି ହୋଇ ରକ୍ଷା କରିବ।

ରାକେଶ ପଣ୍ଡା
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri