ବାଲେଶ୍ୱରରେ ସେକ୍ସ ର଼୍ୟାକେଟ ଠାବ

ବାଲେଶ୍ୱର ଅଫିସ, ୨୨।୩: ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଯୁବତୀଙ୍କୁ ଆଣି ସେକ୍ସ ର଼୍ୟାକେଟ ଚାଲିଥିବା ବେଳେ ମଙ୍ଗଳବାର ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ବସ୍ତା, ସିଂଲା ଓ ବାଲେଶ୍ୱର ସହରର ମେଘଡମ୍ବରୁ ଅଞ୍ଚଳରୁ ଏହି ସେକ୍ସ ର଼୍ୟାକେଟ ଠାବ କରାଯାଇଛି। ଏହି ଘଟଣାରେ ୬ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ସମ୍ପୃକ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି। ଉଦ୍ଧାର ଯୁବତୀମାନେ ବାଂଲାଦେଶ ଓ ପଶ୍ଚିମବଙ୍ଗ ରାଜ୍ୟର ବୋଲି ମଙ୍ଗଳବାର ଅପରାହ୍ନରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗର ଏକ ସ୍ବେଚ୍ଛାସେବୀ ସଙ୍ଗଠନଠାରୁ ସୂଚନା ପାଇ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ପ୍ରଥମେ ବସ୍ତା ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଠାବ କରିଥିଲା। ଉକ୍ତ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ଦମ୍ପତି ଓ ଅନ୍ୟ ଜଣେ ଯୁବକ ଆଣି ସେକ୍ସ ର଼୍ୟାକେଟରେ ଲଗାଇ ଅର୍ଥ ଉପାର୍ଜନ କରୁଥିଲେ। ଉକ୍ତ ୩ଜଣଙ୍କୁ ପୋଲିସ ଗିରଫ କରିବା ସହ ଯୁବତୀଙ୍କୁ ଉଦ୍ଧାର କରି ପଚରାଉଚୁରା କରିଥିଲା। ବାଲେଶ୍ୱର ସଦର ଥାନା ଅଧୀନ ମେଘଡ଼ମ୍ବରୁ ଅଞ୍ଚଳରେ ଏକ ଘରେ ତାଙ୍କୁ ରଖାଯାଇ ଅନୈତିକ କାର୍ଯ୍ୟରେ ମଧ୍ୟ ଲିପ୍ତ କରାଯାଉଥିବା ଯୁବତୀଜଣକ ପୋଲିସ ଆଗରେ କହିଥିଲେ। ଉକ୍ତ ତଥ୍ୟକୁ ଭିତ୍ତି କରି ପୋଲିସ ମେଘଡମ୍ବରୁ ଅଞ୍ଚଳର ଉକ୍ତ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ ଚଳାଉଥିବା ୨ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା। ସେହିପରି ଉକ୍ତ ଯୁବତୀଙ୍କଠାରୁ ସୂଚନା ପାଇ ବାଲେଶ୍ୱର ପୋଲିସ ଖୋର୍ଦ୍ଧା ଅଞ୍ଚଳରେ ଅନ୍ୟ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଓଡ଼ିଶାକୁ ଯୁବତୀ ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଏହି ବ୍ୟକ୍ତିଙ୍କ ସହ ବାଲେଶ୍ୱରର ଅଭିଯୁକ୍ତମାନେ ଅର୍ଥ ନେଣଦେଣ କରୁଥିବା ପ୍ରମାଣିତ ହୋଇଛି। ସେହିପରି ସିଂଲା ଥାନା ଅଞ୍ଚଳରେ ସେକ୍ସ ର଼୍ୟାକେଟ ଚାଲିଥିବା ଖବରପାଇ ସେଠାରେ ଚଢ଼ାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ାଉରେ ଉଦ୍ଧାର କରାଯାଇଥିବା ୬ଜଣ ଯୁବତୀଙ୍କ ମଧ୍ୟରୁ ୨ଜଣ ବାଂଲାଦେଶ ଓ ଅନ୍ୟ ୪ଜଣ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାଯାଇଛି। ଅଧିକ ଅର୍ଥ ଉପାର୍ଜନ ଲୋଭ ଦେଖାଇ ସେମାନଙ୍କର ନକଲି ଡକ୍ୟୁମେଣ୍ଟ ଜରିଆରେ ପରିଚୟ ପରିବର୍ତ୍ତନ କରି ଦଲାଲମାନେ ସେକ୍ସ ର଼୍ୟାକେଟରେ ଲିପ୍ତ କରାଉଥିଲେ। ଏନେଇ ଧାରା ୧୪ଏ(ବି) ଏବଂ ୧୪ସି ବିଦେଶୀ ଅଧିନିୟମ, ୧୯୪୬ ଏବଂ ଧାରା ୩୪ ଆଧାର ଅଧିନିୟମ, ୨୦୧୬ ଅନୁଯାୟୀ ବସ୍ତା ଥାନା ପକ୍ଷରୁ ମାମଲା (ନଂ. ୮୧/୨୩) ରେ ୧୦ ଜଣ (ବସ୍ତା ଅଞ୍ଚଳର ୩ ଜଣ, ସିଂଲା ଅଞ୍ଚଳର ଜଣେ, ମେଘଡମ୍ବରୁ ଅଞ୍ଚଳର ୪ ଜଣ, ଖୋର୍ଦ୍ଧାରୁ ଜଣେ ଏବଂ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ଜଣେ)ଙ୍କୁ ଗିରଫ ଓ ସିଂଲା ଥାନା ପକ୍ଷରୁ ମାମଲା (ନଂ. ୪୮/୨୩)ରେ ୩ ଜଣ(ବାଲିଆପାଳର ଜଣେ ଏବଂ ସିଂଲା ଅଞ୍ଚଳରୁ ୨ ଜଣ)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବାର ଜିଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ଡ. ଶଶାଙ୍କ ଶେଖର ବେହୁରା, ସଦର ଥାନା ଅଧିକାରୀ ଜୟନ୍ତ ବେହେରା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri