ବାଲେଶ୍ୱରରେ ସେକ୍ସ ର଼୍ୟାକେଟ ଠାବ

ବାଲେଶ୍ୱର ଅଫିସ, ୨୨।୩: ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଯୁବତୀଙ୍କୁ ଆଣି ସେକ୍ସ ର଼୍ୟାକେଟ ଚାଲିଥିବା ବେଳେ ମଙ୍ଗଳବାର ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ବସ୍ତା, ସିଂଲା ଓ ବାଲେଶ୍ୱର ସହରର ମେଘଡମ୍ବରୁ ଅଞ୍ଚଳରୁ ଏହି ସେକ୍ସ ର଼୍ୟାକେଟ ଠାବ କରାଯାଇଛି। ଏହି ଘଟଣାରେ ୬ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ସମ୍ପୃକ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି। ଉଦ୍ଧାର ଯୁବତୀମାନେ ବାଂଲାଦେଶ ଓ ପଶ୍ଚିମବଙ୍ଗ ରାଜ୍ୟର ବୋଲି ମଙ୍ଗଳବାର ଅପରାହ୍ନରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗର ଏକ ସ୍ବେଚ୍ଛାସେବୀ ସଙ୍ଗଠନଠାରୁ ସୂଚନା ପାଇ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ପ୍ରଥମେ ବସ୍ତା ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଠାବ କରିଥିଲା। ଉକ୍ତ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ଦମ୍ପତି ଓ ଅନ୍ୟ ଜଣେ ଯୁବକ ଆଣି ସେକ୍ସ ର଼୍ୟାକେଟରେ ଲଗାଇ ଅର୍ଥ ଉପାର୍ଜନ କରୁଥିଲେ। ଉକ୍ତ ୩ଜଣଙ୍କୁ ପୋଲିସ ଗିରଫ କରିବା ସହ ଯୁବତୀଙ୍କୁ ଉଦ୍ଧାର କରି ପଚରାଉଚୁରା କରିଥିଲା। ବାଲେଶ୍ୱର ସଦର ଥାନା ଅଧୀନ ମେଘଡ଼ମ୍ବରୁ ଅଞ୍ଚଳରେ ଏକ ଘରେ ତାଙ୍କୁ ରଖାଯାଇ ଅନୈତିକ କାର୍ଯ୍ୟରେ ମଧ୍ୟ ଲିପ୍ତ କରାଯାଉଥିବା ଯୁବତୀଜଣକ ପୋଲିସ ଆଗରେ କହିଥିଲେ। ଉକ୍ତ ତଥ୍ୟକୁ ଭିତ୍ତି କରି ପୋଲିସ ମେଘଡମ୍ବରୁ ଅଞ୍ଚଳର ଉକ୍ତ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ ଚଳାଉଥିବା ୨ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା। ସେହିପରି ଉକ୍ତ ଯୁବତୀଙ୍କଠାରୁ ସୂଚନା ପାଇ ବାଲେଶ୍ୱର ପୋଲିସ ଖୋର୍ଦ୍ଧା ଅଞ୍ଚଳରେ ଅନ୍ୟ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଓଡ଼ିଶାକୁ ଯୁବତୀ ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଏହି ବ୍ୟକ୍ତିଙ୍କ ସହ ବାଲେଶ୍ୱରର ଅଭିଯୁକ୍ତମାନେ ଅର୍ଥ ନେଣଦେଣ କରୁଥିବା ପ୍ରମାଣିତ ହୋଇଛି। ସେହିପରି ସିଂଲା ଥାନା ଅଞ୍ଚଳରେ ସେକ୍ସ ର଼୍ୟାକେଟ ଚାଲିଥିବା ଖବରପାଇ ସେଠାରେ ଚଢ଼ାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ାଉରେ ଉଦ୍ଧାର କରାଯାଇଥିବା ୬ଜଣ ଯୁବତୀଙ୍କ ମଧ୍ୟରୁ ୨ଜଣ ବାଂଲାଦେଶ ଓ ଅନ୍ୟ ୪ଜଣ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାଯାଇଛି। ଅଧିକ ଅର୍ଥ ଉପାର୍ଜନ ଲୋଭ ଦେଖାଇ ସେମାନଙ୍କର ନକଲି ଡକ୍ୟୁମେଣ୍ଟ ଜରିଆରେ ପରିଚୟ ପରିବର୍ତ୍ତନ କରି ଦଲାଲମାନେ ସେକ୍ସ ର଼୍ୟାକେଟରେ ଲିପ୍ତ କରାଉଥିଲେ। ଏନେଇ ଧାରା ୧୪ଏ(ବି) ଏବଂ ୧୪ସି ବିଦେଶୀ ଅଧିନିୟମ, ୧୯୪୬ ଏବଂ ଧାରା ୩୪ ଆଧାର ଅଧିନିୟମ, ୨୦୧୬ ଅନୁଯାୟୀ ବସ୍ତା ଥାନା ପକ୍ଷରୁ ମାମଲା (ନଂ. ୮୧/୨୩) ରେ ୧୦ ଜଣ (ବସ୍ତା ଅଞ୍ଚଳର ୩ ଜଣ, ସିଂଲା ଅଞ୍ଚଳର ଜଣେ, ମେଘଡମ୍ବରୁ ଅଞ୍ଚଳର ୪ ଜଣ, ଖୋର୍ଦ୍ଧାରୁ ଜଣେ ଏବଂ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ଜଣେ)ଙ୍କୁ ଗିରଫ ଓ ସିଂଲା ଥାନା ପକ୍ଷରୁ ମାମଲା (ନଂ. ୪୮/୨୩)ରେ ୩ ଜଣ(ବାଲିଆପାଳର ଜଣେ ଏବଂ ସିଂଲା ଅଞ୍ଚଳରୁ ୨ ଜଣ)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବାର ଜିଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ଡ. ଶଶାଙ୍କ ଶେଖର ବେହୁରା, ସଦର ଥାନା ଅଧିକାରୀ ଜୟନ୍ତ ବେହେରା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri