ସ୍ବାବଲମ୍ବୀ କରିଛି ସିଲେଇ

ଢେଙ୍କାନାଳ ଅଫିସ, ୫।୧୨

ମହିଳା ସ୍ବାବଲମ୍ବୀ ହେଲେ ସୁଦୃଢ଼ ହେବ ପରିବାରର ଆର୍ଥିକସ୍ଥିତି। ଏ କଥାକୁ ଘରେ ଘରେ ପହଞ୍ଚାଇବାକୁ ଅନବରତ ଉଦ୍ୟମ କରୁଛି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌। କମ୍ପାନୀ ପାର୍ଶ୍ୱବର୍ତ୍ତୀ ୬ ଗ୍ରାମରେ ଆରମ୍ଭ ହୋଇଥିବା ସିଲେଇ ତାଲିମ କାର୍ଯ୍ୟକ୍ରମ ୧୩୦ ମହିଳାଙ୍କୁ ଦେଖାଇଛି ରୋଜଗାରର ବାଟ, ଯାହା କୋଭିଡ୍‌-୧୯ ପରବର୍ତ୍ତୀ ସମୟରେ ସେମାନଙ୍କୁ ଆତ୍ମସ୍ବାବଲମ୍ବୀ ହେବାରେ ସହାୟକ ହେବ ବୋଲି କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍‌ଆର) ଟିମ୍‌ ପକ୍ଷରୁ କୁହାଯାଇଛି।
ନୂଆଗଁା ପଞ୍ଚାୟତ ଅଧୀନ ରଘୁନାଥପୁର ଗ୍ରାମରେ କମ୍ପାନୀ ପକ୍ଷରୁ ନୂତନ କରି ଆରମ୍ଭ ହୋଇଥିବା ସିଲେଇ ପ୍ରଶିକ୍ଷଣ କେନ୍ଦ୍ରକୁ ସିଏସ୍‌ଆର ମୁଖ୍ୟ ଦିବ୍ୟହାସ ରାୟ ଉଦ୍‌ଘାଟନ କରିଛନ୍ତି। ୩ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ୭ ସ୍ବୟଂ ସହାୟକ ଗୋଷ୍ଠୀ (ଏଚ୍‌ଏଚ୍‌ଜି)ର ୨୫ଜଣ ସିଲେଇ ପ୍ରଶିକ୍ଷଣ ନେବେ। ଏଠାରେ ସିଲେଇ ଏବଂ ବଜାର ସହିତ କିପରି ଯୋଗାଯୋଗ କରାଯାଇପାରିବ ସେ ବିଷୟରେ ତାଲିମ ଦିଆଯିବ। ଫଳରେ ପ୍ରଶିକ୍ଷଣ ପରେ ମହିଳାମାନେ ତୁରନ୍ତ ରୋଜଗାରକ୍ଷମ ହୋଇପାରିବେ। ସୂଚନାଯୋଗ୍ୟ, ଗତ ଡିସେମ୍ବରରେ କମ୍ପାନୀ ପକ୍ଷରୁ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଅଦ୍ୟାବଧି ଇଟାପ, କୁରୁଣ୍ଟି, କୁସୁପଙ୍ଗା, ନୂଆଗଁା, ଶିବପୁର ସମେତ ୬ ଗ୍ରାମର ୧୩୩ ଜଣ ମହିଳା ପ୍ରଶିକ୍ଷଣ ନେଇ ସାରିଛନ୍ତି। କରୋନା ସମୟରେ ଏସ୍‌ଏଚ୍‌ଜିକୁ ନେଇ ଗଠିତ ଗୃହଲକ୍ଷ୍ମୀ କୋପରେଟିଭ୍‌ ସୋସାଇଟିର ୩୬ ସଦସ୍ୟା ୭୫ହଜାର ମାସ୍କ ତିଆରି କରିଛନ୍ତି। ସେଗୁଡ଼ିକୁ କମ୍ପାନୀ ଏବଂ ନିକଟବର୍ତ୍ତୀ ଗ୍ରାମରେ ବିକ୍ରି କରି ଭଲ ରୋଜଗାର କରିଛନ୍ତି। ଏବେ ସେମାନେ ୩୫ଟି ଡିଲକ୍ସ ଅଟୋମେଟେଡ୍‌ ସିଲେଇ ମେଶିନ ଆଣି ବ୍ୟବସାୟିକ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ସେହିପରି ଟାଟାଷ୍ଟିଲ ବିଏସ୍‌ଏଲ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ୫.୬ ମିଲିୟନ ଟନ୍‌ ଫ୍ଲାଟ୍‌ଷ୍ଟିଲ ଉପତ୍ାଦନ କ୍ଷମତା ବିଶିଷ୍ଟ ସାରା ଭାରତ ବର୍ଷର ୫ମ ବୃହତ୍‌ ଷ୍ଟିଲ ଉଦ୍ୟୋଗ ପାଲଟିଛି। ଦେଶର ସର୍ବବୃହତ୍‌ କୋଲ୍ଡରୋଲ ଷ୍ଟିଲ କାରଖାନା ଏହାର ରହିଛି। ଅଟୋମେଟେଡ୍‌ ଗ୍ରେଡ୍‌ ଓ ଉଚ୍ଚ କାର୍ବନସମ୍ପନ୍ନ ସ୍ବତନ୍ତ୍ର ଷ୍ଟିଲ ଯୋଗାଣରେ ସାରା ଭାରତ ବର୍ଷରେ ଏହା ପ୍ରଥମ। ୨୦୧୯ ଆର୍ଥତ୍କ ବର୍ଷରେ ଏହା ୩୦୦୪.୪୯ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨୦.୮୯୨ କୋଟି) ଟଙ୍କାର ରାଜସ୍ବ ହାସଲ ରେକର୍ଡ ଲାଭ କରିଛି। ସମୁଦାୟ ୫୬୦୦ କର୍ମଚାରୀଙ୍କ ସହିତ ଏହି ସଂସ୍ଥା ସାରା ଭାରତ ବର୍ଷରେ କାର୍ଯ୍ୟରତ। ୨୦୧୮ ମେ ୧୮ରେ ଟାଟାଷ୍ଟିଲ ଲିମିଟେଡ ପକ୍ଷରୁ ନିଜସ୍ବ ସହଭାଗୀ ସଂସ୍ଥା ବ୍ରାହ୍ମଣୀପାଲ ଷ୍ଟିଲ ଲିମିଟେଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୂଷଣ ଷ୍ଟିଲ ଲିମିଟେଡକୁ ଅଧିଗ୍ରହଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ପାଇଁ କମ୍ପାନୀକୁ ଗ୍ଲୋବାଲ ସୁରକ୍ଷା ସମ୍ମାନ-୨୦୧୬, ପରିବେଶ ଏକ୍ସଲେନ୍ସି ସମ୍ମାନ-୨୦୧୬, ପ୍ରଦୂଷଣ ନିୟନ୍ତ୍ରଣ ପୁରସ୍କାର-୨୦୧୬, ଇସ୍ପାତ ସୁରକ୍ଷା ସମ୍ମାନ-୨୦୧୮ ମିଳିଥିବା କମ୍ପାନୀର କର୍ପୋରେଟ ସେବାମୁଖ୍ୟ ମଣିକାନ୍ତ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri